ରାଷ୍ଟ୍ରୀୟ ମହତାବ ସେବାଦଳ ପକ୍ଷରୁଉତ୍କଳ କେଶରୀ ଡକ୍ଟର ମହତାବଙ୍କ ପୁଣ୍ୟତିଥି ଦିବସ ପାଳିତ
କଟକ : ତା.02.01- ଓଡିଶା ଅର୍ଦ୍ଧଶତାବ୍ଦୀର ଇତିହାସ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟପାଳ ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ପବିତ୍ର 37ତମ ପୁଣ୍ୟତିଥି ଦିବସ ପାଳିତ ହୋଇଯାଇଛି ! ପ୍ରତିବର୍ଷ ଭଳି ରାଷ୍ଟ୍ରୀୟ ମହତାବ ସେବାଦଳ ପକ୍ଷରୁ ପୂର୍ବାହ୍ନ 8ଘଟିକା ସମୟରେ ମହାନଦୀର ଗଡ଼ଗଡିଆ ଘାଟରେ ତିଳତର୍ପଣ କରାଯାଇଥିଲା ! ଏହାପରେ ବାରବାଟୀ ଷ୍ଟାଡିୟମ ପରିସରରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରଯାଇ, ଐତିହାସିକ ଗଡ଼ଗଡ଼େଶ୍ଵର ମନ୍ଦିର ପରିସରରେ କାର୍ଯ୍ୟକାରୀ ସଭାପତି ଲଷ୍ମୀଧର ଦାସଙ୍କ ସଭାପତିତ୍ବରେ ଏକ ଆଲୋଚନା ଅନୁଷ୍ଠିତ ହୋଇଥିଲା ! ସଭାରେ ଡକ୍ଟର ମହତାବଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ କରାଯାଇଥିଲା ! ପ୍ରାରମ୍ଭରେ ପଣ୍ଡିତ ହୃଷିକେଶ ପଣ୍ଡା ଓ ପଣ୍ଡିତ ନିରାକାର ପଣ୍ଡା ମଙ୍ଗଳାଷ୍ଟକ ଆବୃତ୍ତି କରିବା ପରେ ସେବାଦଳର ମହାସଚିବ ପ୍ରଫେସର ଡକ୍ଟର ଜ୍ଞାନଗୁରୁ ଦାସ ସ୍ୱାଗତ ଭାଷଣ ଦେଇ ସର୍ବଗୁଣ ସମ୍ପନ୍ନ ଡକ୍ଟର ମହତାବଙ୍କୁ ଭାରତରତ୍ନ ଦେବାକୁ ଦାବି କରିଥିଲେ ! ଏହି ଅବସରରେ ଆଠମଲ୍ଲିକ ଅଞ୍ଚଳର ବିଶିଷ୍ଟ ସଂଗ୍ରାମୀ ତଥା ରେଭେନ୍ସା କଲେଜର ପୂର୍ବତନ ସଭାପତି ତପନ କୁମାର ମିଶ୍ରଙ୍କୁ ଚଳିତବର୍ଷର ସର୍ବୋଚ୍ଚ ସମ୍ମାନ ଉତ୍କଳକେଶରୀ ସ୍ମାରକୀ ସମ୍ମାନ-2024 ପ୍ରଦାନ କରାଯାଇଥିଲା ! ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ପ୍ରସନ୍ନ କୁମାର ମହାପାତ୍ର, ସମାଜସେବୀ ବିଶ୍ୱପ୍ରକାଶ ଦାଶ, ରୋଟାରିଆନ ବିକ୍ରମ ଦାଶ, ଶିକ୍ଷାବିତ ଗଜେନ୍ଦ୍ରନାଥ ସାହୁ, ଆଡ଼ଭୋକେଟ ମହେନ୍ଦ୍ର କୁମାର ମହାପାତ୍ର, ପ୍ରଫେସର ସବିତାବାଳା ଆଚାର୍ଯ୍ୟ, ଆଡ଼ଭୋକେଟ ବିଶ୍ୱଜିତା ଜେନା, ଶକ୍ତିସ୍ୱରୂପା ଦାସ ଓ ଡାକ୍ତର ଅନିନ୍ଦିତା ମହାପାତ୍ର ପ୍ରମୁଖ ଡକ୍ଟର ମହତାବଙ୍କୁ ସଫଳ ମଣିଷ ଭାବେ ଅବହିତ କରିଥିଲେ ! ସମ୍ମାନିତ ପ୍ରତିଭା ଶ୍ରୀ ମିଶ୍ର କହିଲେ-ସ୍ୱତନ୍ତ୍ର ଓଡିଶା ଗଠନରେ ଡକ୍ଟର ମହତାବ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଥିଲେ ! ଶେଷରେ ସଂଗଠନ ସମ୍ପାଦକ ଅଶୋକ କୁମାର ସେନାପତି ଧନ୍ୟବାଦ ଦେଇଥିଲେ !