ବ୍ରହ୍ମପୁର ଶାଶ୍ୱତୀ ନାଟ୍ୟ ସଂସ୍ଥା ଜାତୀୟ ସ୍ତରରେ ପୁରସ୍କୃତ
ତା ୧୩.୦୨.୨୩, ବ୍ରହ୍ମପୁର
ଝାଡ଼ଖଣ୍ଡ ରାଜ୍ୟର ଗିରିଢ଼ିହ ଠାରେ କଳା ସଙ୍ଗମ ଅନୁଷ୍ଠାନ ଦ୍ୱାରା ଅୟୋଜିତ ଅଖିଳ ଭାରତୀୟ ନାଟକ ଏବଂ ଲୋକ ନୃତ୍ୟ ପ୍ରତିଯୋଗିତାରେ ବ୍ରହ୍ମପୁରସ୍ଥ ଶାଶ୍ୱତୀ ପ୍ରଗତିଶୀଳ ନାଟ୍ୟ ଅନୁଷ୍ଠାନ ଦ୍ୱାରା ପ୍ରଯୋଜିତ ନାଟକ “ଅଶାନ୍ତ ଚରିତ” ପରିବେଷଣ ହୋଇ ବିଭିନ୍ନ କ୍ଷେତ୍ରରେ ୬ ଗୋଟି ପୁରସ୍କାର ପାଇ ଉଚ୍ଚ ପ୍ରଶଂସିତ ହୋଇଛି ।
ନାଟ୍ୟକାର ରବି ନାରାୟଣ ବେହେରା ଦ୍ୱାରା ରଚିତ ଓ ନିର୍ଦ୍ଦେଶିତ ନାଟକ “ଅଶାନ୍ତ ଚରିତ” ପାଣ୍ଡୁଲିପିଟିକୁ ପ୍ରଥମ ଶ୍ରେଷ୍ଠ ପାଣ୍ଡୁଲିପି ଭାବେ ବିବେଚନା ହେଇଥିବା ହେତୁ ଶ୍ରୀ ବେହେରାଙ୍କୁ ଉଚ୍ଚ ପ୍ରସଂଶା କରି ପୁରସ୍କୃତ କରାଯାଇଛି । ଏହି ନାଟକରେ ଅଭିନୟ କରି ପ୍ରଥମ ଶ୍ରେଷ୍ଠ ଚରିତ୍ର ଅଭିନେତ୍ରୀ ଭାବେ ସୁଶ୍ରୀ ସସ୍ମିତା ରାଣୀ ରାଉତ ଙ୍କୁ ପୁରସ୍କାର ମିଳିଛି । ଏଥିସହିତ ତୃତୀୟ ଶ୍ରେଷ୍ଠ ପ୍ରଯୋଜନା ଭାବେ ନାଟକ ଟି ପୁରସ୍କୃତ ହୋଇଛି । ତୃତୀୟ ଶ୍ରେଷ୍ଠ ମଞ୍ଚ ସଜ୍ଜା ଏବଂ ରୂପ ସଜ୍ଜା ଭାବେ ନାଟକ ଟି ପୁରସ୍କୃତ ହୋଇଛି । ନାଟ୍ୟ ସଚେତନ ଶୋଭାଯାତ୍ରା ରେ ସର୍ବ ଧର୍ମ ସମନ୍ମୟ ବିଷୟ ବସ୍ତୁ ଉପସ୍ଥାପନ କରି କଳାକାର ଗଣ ତୃତୀୟ ଶ୍ରେଷ୍ଠ ପୁରସ୍କାର ପାଇଛନ୍ତି । ଏଠାରେ ପ୍ରକାଶ ଥାଉକି ନାଟକ “ଅଶାନ୍ତ ଚରିତ” ଚତୁର୍ଥ ଥର ପରିବେଷଣ ହୋଇ ସମସ୍ତ ଦର୍ଶକଙ୍କ ଠାରେ ବିଶେଷ ଆଦୃତ ହୋଇ ସମସ୍ତ ଦର୍ଶକଙ୍କ ଠାରେ ଉଚ୍ଚ ପ୍ରଶଂସିତ ହୋଇପାରୁଛି ।
ଅନୁଷ୍ଠାନର ସଭାପତି ରାମ ଚନ୍ଦ୍ର ଶାସମଲଙ୍କ ନେତୃତ୍ୱରେ ଗିରିଜା ଶଙ୍କର ଦାଶ, ସଂଜ୍ଞା ସମାହିତ ପାଢ଼ୀ, ରାଜେଶ ନାୟକ, ସରୋଜ କୁମାର ପଣ୍ଡା, ଅକ୍ଷୟ କୁମାର ଭୂୟାଁ, ସୁଶ୍ରୀ ସସ୍ମିତା ରାଣୀ ରାଉତ ଅଭିନୟ କରିଥିବା ବେଳେ ସୁଶ୍ରୀ ସାଗରିକା ମହାରଣା ରୂପ ସଜ୍ଜା କରିଥିଲେ ଏବଂ ସାଗର କୁମାର ପଣ୍ଡାଙ୍କ ସଙ୍ଗୀତ ସଂଯୋଜନାରେ ନାଟକଟି ଦର୍ଶକାଦୃତ ହୋଇ ପାରିଥଲା ।