ଦାମ ରାଉତଙ୍କ ନିଲମ୍ବନ ପ୍ରତ୍ୟାହୃତ : ପାରାଦୀପ ନିର୍ବାଚନ ମଣ୍ଡଳୀରେ ଖୁସିର ଲହରୀ
ପାରାଦୀପ – ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ବର୍ଷିଆନ ରାଜନେତା ଡା.ଦାମୋଦର ରାଉତ ଙ୍କ ଉପରୁ ସୋମବାର ୨0୨୪ ନବବର୍ଷ ର ପ୍ରଥମ ଦିନ ପ୍ରାରମ୍ଭ ରେ ବିଜୁ ଜନତା ଦଳର ସଭାପତି ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବିଜେଡି ଦଳ ପକ୍ଷରୁ କରାଯାଇଥିବା ନିଲମ୍ବନ ଆଦେଶ କୁ ପ୍ରତ୍ୟାହାର କରିଛନ୍ତି l ଏହି ଖବର ପାଇବା ପରେ ପାରାଦୀପ ନିର୍ବାଚନ ମଣ୍ଡଳୀର ଦଳୀୟ ନେତା, କର୍ମୀ ଓ ଜନସାଧାରଣ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି l ଏହି ପରିପ୍ରେକ୍ଷୀରେ କର୍ମୀମାନେ ମିଠା ବାଣ୍ଟି ଓ ବାଣ ଫୁଟାଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏବଂ ମୋ ଓଡିଶା, ଯୁବ ଓଡିଶା ଓ ନବୀନ ଓଡିଶା ର ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି l ତେବେ ନବୀନ ପଟନାୟକ ଙ୍କ ଏହି ପଦକ୍ଷେପକୁ ଜଗତସିଂହପୁର ଜିଲ୍ଲା ବିଜେଡି ର ଉପସଭାପତି କୁମର ବର ନାୟକ, ବିଜେଡି ଜିଲ୍ଲା ଯୁବ ଉପସଭାପତି ମାନସ ରଞ୍ଜନ ବିଶ୍ୱାଳ ଜିଲ୍ଲା ଯୁବ ସମ୍ପାଦକ ଚିତ୍ତରଞ୍ଜନ ମଲ୍ଲିକ, ପାରାଦୀପ ବିଧାୟକ ପ୍ରତିନିଧି ରଶ୍ମି ରଞ୍ଜନ ପରିଡା, ପୂର୍ବତନ ପାରିଷଦ ଚିତ୍ତରଞ୍ଜନ ରାଉତରାୟ, କେ. ରାମବାବୁ, ଯୁବନେତା ଚିନ୍ମୟ ରଞ୍ଜନ ପରିଡା, ଦୀପକ ବେହେରା,ପାରାଦୀପ ବିଜୁ ଛାତ୍ର ଜନତା ଦଳ ସଭାପତି ଯୁଧିଷ୍ଠିର ଜେନା ପ୍ରମୁଖ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି l