ନୂଆ ବର୍ଷରେ ଆହ୍ୱାନ ଫାଉଣ୍ଡେସନ ର ରକ୍ତଦାନ ଶିବିର ଓ ବିବେକାନନ୍ଦ କ୍ଲବର ଶୀତବସ୍ତ୍ର ବଣ୍ଟନ
=======================
ପାରାଦୀପ – ପାରାଦୀପ ରେ ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ନୂତନ ବର୍ଷ ୨0୨୪ କୁ ଆନନ୍ଦ ଉଲ୍ଲାସ ର ସହ ପାଳନ କରିଥିବା ବେଳେ ଏହି ଦିବସ କୁ ନିଆରା ଢଙ୍ଗରେ ପଲିଥିଲେ ଦୁଇଟି ସାମାଜିକ ଅନୁଷ୍ଠାନ ଆହ୍ୱାନ ଫାଉଣ୍ଡେସନ (ପୂର୍ବ ନାମ ‘ଆହ୍ୱାନ କମ୍ବାଇନ୍ସ’) ଓ ବିବେକାନନ୍ଦ ୟୁଥ କ୍ଲବ l ପ୍ରତିବର୍ଷ ପରି ଚଳିତ ବର୍ଷ ଜାନୁଆରୀ ୧ ତାରିଖ ସୋମବାର ଦିନ ବୃନ୍ଦାବନ କଲୋନୀ ନିକଟସ୍ଥ ବନ୍ଦର ମଣ୍ଡପରେ ଆହ୍ୱାନ ଫାଉଣ୍ଡେସନ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି l ଏହି ଶିବିରକୁ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଏବଂ ପାରାଦୀପ ବନ୍ଦର ମୁଖ୍ୟ ଅର୍ଥ ପରାମର୍ଶଦାତା ଡି.ଏନ.ସୋନ୍ଧୀ ଯଥାକ୍ରମେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାରାଦୀପ ଚେନାଇରାଧା କମ୍ପାନୀର ବରିଷ୍ଠ ଅଧିକାରୀ ଏ. ରମେଶ, ହୃଷିକେଶ ମଣ୍ଡଳ, ଏସିଇ କମର୍ସିଆଲ କମ୍ପାନୀ ର ଅଧିକାରୀ ଅକ୍ଷୟ ଚନ୍ଦ୍ର ସୁତାର, ବନ୍ଦର ଅର୍ଥ ବିଭାଗ ଅଧିକାରୀ ପ୍ରଶାନ୍ତ ମହାରଣା, ଶ୍ରମିକ ନେତା ନୃସିଂହ ଶତପଥି, ବିଭୁତି ମହାରଣା, ପାରିଷଦ ପ୍ରତାପ ନାୟକ ପ୍ରମୁଖ ଯୋଗଦେଇ ଆୟୋଜକ ମାନଙ୍କୁ ଉତ୍ସାହିତ କରିଥିଲେ l ଏହି ଶିବିରରୁ ୧୬୬ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା l ଏହି କାର୍ଯ୍ୟକ୍ରମ କୁ ଫାଉଣ୍ଡେସନ ର ସଭାପତି ସାଗର କୁମାର ବିଶ୍ୱାଳ ଓ ସମ୍ପାଦକ ଇଂ. ପ୍ରଭାସ ଚନ୍ଦ୍ର ସ୍ୱାଇଁ ପରିଚାଳନା କରିଥିବା ବେଳେ ଏଥିରେ ସମସ୍ତ ସଦସ୍ୟ ଓ ସଦସ୍ୟା ସକ୍ରିୟ ସହଯୋଗ କରିଥିଲେ l ସୂଚନାଥାଉକି ଦୀର୍ଘ ୧0 ବର୍ଷ ଧରି ପ୍ରତି ନବବର୍ଷରେ ଆହ୍ୱାନ ପରିବାର ଏହି ରକ୍ତଦାନ ଶିବିର ନିରବଛିନ୍ନ ଭାବେ କରିଆସୁଛନ୍ତି l
ସେହିପରି ନିଆରା ଢଙ୍ଗରେ ନବବର୍ଷ ପାଳନ କରିଛନ୍ତି ବିବେକାନନ୍ଦ ୟୁଥ୍ କ୍ଳବ୍ ର ସଭ୍ୟ ମାନେ l ବିବୋନନ୍ଦ ୟୁଥ୍ କ୍ଳବ୍ ର ଯୁବକ ମାନେ ପାରାଦ୍ଵୀପ ର ବିଭିନ୍ନ ମନ୍ଦିର ଓ ରାସ୍ତା କଡ଼ରେ ଥିବା ଅସହାୟ ମାନସିକ ମସ୍ତିଷ୍କ ବିକୃତ ମାନଙ୍କୁ ବୁଲି ବୁଲି ଶୀତ ବସ୍ତ୍ର ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ କ୍ଲବ ର ସଭାପତି ଜଗନ୍ନାଥ ହାଲଦର ଙ୍କ ତତ୍ତ୍ୱବୋଧନରେ ହୋଇଥିବାବେଳେ କ୍ଲବ ର ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ । ତେବେ ନବବର୍ଷ ରେ ଯୁବ ସଂଗଠନ ଦ୍ୱାରା କରାଯାଇଥିବା ଏପରି ମହତ କାର୍ଯ୍ୟକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି l