ଭାଲୁଡୁଙ୍ଗୁରି ଗାଁ ର ଅବସର ସେନା ଯବାନ ଙ୍କୁ ଜନ୍ମ ମାଟିରେ ଭବ୍ୟ ସ୍ଵାଗତ
ମୋଟର ସାଇକେଲ ଶୋଭାଯାତ୍ରା ସହ ପାଛୋଡ଼ି ନେଲେ ଗାଁ କୁ
ଖପ୍ରାଖୋଲ ୨/୧(ପିଏନ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଓଡ଼ିଆପାଲି ପଞ୍ଚାୟତ ଭାଲୁଡ଼ୁଙ୍ଗୁରି ଗାଁ ର ଅବସର ସେନା ଯବାନ ସୁରେନ୍ଦ୍ର ସାହୁ (୩୬)ଙ୍କୁ ନିଜ ଜନ୍ମ ମାଟି ରେ ମଙ୍ଗଳବାର ଭବ୍ୟ ସ୍ଵାଗତ କରାଯାଇଥିଲା। ଦୁଇ ଦିନ ତଳେ ସେନା ବାହିନୀ ରୁ ଅବସର ନେଇ ଥିବା ବେଳେ ଟ୍ରେନ ଯୋଗେ ହରିଶଙ୍କର ରୋଡ ଟ୍ରେନ ଷ୍ଟେସନ ରେ ସକାଳେ ପହଞ୍ଚିଲା ପରେ ଗାଁ ରୁ ଯାଇଥିବା ସାଙ୍ଗ ତଥା ପରିବାର ତରଫରୁ ମୋଟର ସାଇକେଲ ଶୋଭାଯାତ୍ରା ରେ ଖପ୍ରାଖୋଲ ପାଛୋଟି ଆଣିଥିଲେ। ଖପ୍ରାଖୋଲ ର ଇଷ୍ଟଦେବୀ ଦୂମେର ତଳେନ ଙ୍କ ଠାରେ ପୂଜା ପାରେ ଖୋଲା ଜିପ୍ ରେ ନିଜ ଗାଁ ଭାଲୁଦୁଙ୍ଗୁରି କୁ ପାଛୋଟି ନେଇଥିବା ବେଳେ ଗାଁ ରେ ପ୍ରତି ଘରେ ସ୍ୱାଗତ କରିଥିଲେ। ଗାଁ ର ପ୍ରଥମ ସେନା ଜବାନ ୧୮ ବର୍ଷ ଦେଶ ସୁରକ୍ଷାରେ ଜମ୍ମୁ କାଶ୍ମୀର, ପଞ୍ଚାବ ପ୍ରମୁଖ ସ୍ଥାନ ରେ କାମ କରି ଫେରିଥିବା ଜଣାଯାଇଛି। ଯବାନ ଙ୍କ ଘର ବାହୁଡା ରେ ମାତା ପ୍ରେମଶିଲା ସାହୁ,ପିତା ପୁରନ୍ଦର ସାହୁ, ବନ୍ଧୁ ବର୍ଗ ଖୁସି ବ୍ୟକ୍ତ କରିଛନ୍ତି।