ବଡ଼କୁଶସ୍ଥଳୀ ହାଇସ୍କୁଲର ୪୦ ତମ ବାର୍ଷିକ ଉତ୍ସବ
ବ୍ରହ୍ମପୁର, :
:ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ବଡ଼କୁଶସ୍ଥଳୀ ସରକାରୀ ଉଚ୍ଚ ବିଦ୍ୟାଳୟର 40 ତମ ବାର୍ଷିକ ଉତ୍ସବ ସମାରୋହ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ସୁଚିତ୍ରା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରାଜନୀତିବିଜ୍ଞାନ ବିଭାଗଗୀୟ ମୁଖ୍ୟ ଡକ୍ଟର ଦାଶରଥି ଭୂୟାଁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀମାନେ ପାଠ ପଢାସହ ଜୀବନର ପ୍ରତି ସୋପାନରେ ଶୃଙ୍ଖଳିତ ଆଚରଣକୁ ଗୁରୁତ୍ବଦେବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତାଭାବେ ବରିଷ୍ଠ ସାମ୍ବାଦିକ ତଥା ଆଲୁମନି ସଙ୍ଘର ସଭାପତି ବିଘ୍ନେଶ୍ବର ସାହୁ ବିଦ୍ୟାଳୟ ପ୍ରତିଷ୍ଠାର ଇତିହାସ କୁ ଉଲେଖ କରିବା ସହ ପୁରାତନ ଛାତ୍ରଛାତ୍ରୀମାନଂକ ସଫଳତାକୁ ପଥେୟକରି ନିଜର ଉଜ୍ଵଳ ଭବିଷ୍ୟତ ଗଠନ ନିମନ୍ତେ କଠିନପରିଶ୍ରମ ଓ ସତଚରିତବାନ ହେବସକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀହର୍ଷ ଜେନା, ସରପଞ୍ଚ ସୁନୀତି କୁମାରୀସାହୁ, ବିଦ୍ୟାଳୟ ପରିଚାଳନାକମିଟିସଭାପତି ଲଳିତା କୁମାରୀ ନାୟକ ପ୍ରମୁଖ ଉଦ୍ବୋଧନ ଦେଇ ବିଦ୍ୟାଳୟର ବିକାଶ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ଏହି ଅବସରରେ ବିଦ୍ୟାଳୟର ପୂର୍ବତନ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କାଳୀଚରଣ ତ୍ରିପାଠୀ, ବିପିନ ଚନ୍ଦ୍ର ସାହୁ, ରମେଶ ମହାନ୍ତି, ଦେବରାଜ ବେହେରା ଓ ଅବସରପ୍ରାପ୍ତ ରାତି ଜଗୁଆଳ ରୁଷିଆ ସେଠୀଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ବିଦ୍ୟାଳୟରେ ପୂର୍ବରୁ ଅନୁଷ୍ଠିତ ବାର୍ଷିକକ୍ରୀଡା ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କାରବିତରଣ କରଯାଇଥିଲା। ଶିକ୍ଷୟିତ୍ରୀ ତୁହିନା ମହାପାତ୍ର ଅତିଥି ପରିଚୟ ଓ ସ୍ଵାଗତଭାଷଣ ଦେଇଥିବା ବେଳେ କ୍ରୀଡା ଶିକ୍ଷୟିତ୍ରୀ ଟି.ବୈଜୟନ୍ତୀମାଳା ପାତ୍ର ଓ ଗାୟତ୍ରୀ ମହାପାତ୍ର ପୁରସ୍କାରବିତରଣ କାର୍ଯ୍ୟ ପରିଚାଳନାକରିଥିଲେ। ଶିକ୍ଷକ ସତ୍ୟ ପ୍ରକାଶ ନାୟକଙ୍କ ପରିଚାଳନାରେ ଛାତ୍ରଛାତ୍ରୀଂମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ମାମିନି କୁମାରୀସାହୁ, ନମିତାସାହୁ, ସୁନିତା �