ରାଜ୍ୟ

ନାବାଳିକା ର ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗ ରେ ଯୁବକ କୋର୍ଟ ଚାଲାଣ 

ଖପ୍ରାଖୋଲ ୨/୧(ପିଏନ) ଜଣେ ନାବାଳିକା ର ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଳ କରିବା ଅଭିଯୋଗ ରେ ଖପ୍ରାଖୋଲ ପୋଲିସ ଜଣକୁ ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ନାନ୍ଦୁପଲା ପଞ୍ଚାୟତ ତୁର୍ଲା ଗାଁ ର ଶଙ୍କର ମେହେର ଙ୍କ ପୁଅ ଭରତ ମେହେର (୧୯) ବୋଲି ପୋଲିସ୍ ସୂଚନା ଦେଇଛି। ସୂଚନା ଅନୁସାରେ ଅଭିଯୁକ୍ତ ଯୁବକ ନାବାଳିକାକୁ ଭିଡିଓ କଲ୍ କରି ଅଶ୍ଳୀଳ ଭିଡିଓ ରେକର୍ଡ କରିବା ସହ ତାକୁ ସୋସିଆଲ ମିଡ଼ିଆ ରେ ଭାଇରାଲ୍ କରିଦେଇଥିଲା। ଏନେଇ ନାବାଳିକା ପରିବାର ତରଫରୁ ଖପ୍ରାଖୋଲ ଥାନା ରେ ଅଭିଯୋଗ କଲାପରେ ପୋଲିସ ଅଭିଯୁକ୍ତ ଯୁବକ କୁ ଗିରଫ କରି ଖପ୍ରାଖୋଲ ଥାନା କେସ ନମ୍ବର ୧/୨୪ରେ ଭାରତୀୟ ପିଙ୍ଗଳ କୋଡ଼ ର ବିଭିନ୍ନ ଧାରା ସହ ଆଇ ଟି ଏକ୍ଟ ଓ ପୋକ୍ସୋ ଆଇନ ଅନୁସାରେ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *