ବିଜୁ ଜନତା ଦଳର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ
ଧାମନଗର ୦୨/୦୧/୨୪/ ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ପଞ୍ଚାୟତ ଅଧିନ ଐତିହାସିକ ଡିଗି ପାର୍କ ପରିସରରେ ଭଦ୍ରକ ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁଙ୍କ ସଭାପତିତ୍ୱରେ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମା ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନା ଜନ୍ମ ଠାରୁ ଆରମ୍ଭ କରି ମଶାଣି ଯାଏ ବିଭିନ୍ନ ପ୍ରକାରର ସରକାରୀ ଯୋଜନା ଗୁଡିକୁ ଘରେ ଘରେ ପଞ୍ଚାଇବା ପାଇଁ ଯୁବ ଓ ଛାତ୍ର ସଂଗଠନ କର୍ମକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିବା ବେଳେ ଘର,ଭତ୍ତା,(ବି.ଏସ. କେ.ୱାଇ)ନବୀନ କାର୍ଡ ଓ ପୁରୀ ପରିକ୍ରମା ଯାତ୍ରା ଯୋଜନାରେ ପ୍ରତ୍ୟେକ ଘରରୁ ମୁଠାଏ ଚାଉଳ,ଗୁଆ ସଂଗ୍ରହ କାର୍ଯ୍ୟକ୍ରମ ସଫଳ ରୂପାୟନ ହେବ ତାଉପରେ ଶ୍ରୀ ବର୍ମା ଗୁରୁତ୍ୱ ଦେଇଛନ୍ତି। ଭଦ୍ରକ ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ ଉପସ୍ଥିତ ନେତା ଓ କର୍ମୀ ଆମେ ସମସ୍ତେ ସଂକଳ୍ପ ନେବା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ବକ୍ତବ୍ୟରେ କହିଥିଲେ। ସରକାରୀ ଚାକିରିଆ,ପେନସନ ଧାରି,ରାସନ ଓ ଟେକ୍ସ ଦେଉଥିବା ବ୍ୟକ୍ତି ମାନଙ୍କୁ ଛାଡ଼ି ନିହାତି ଗରିବ ଲୋକ ଜାନୁଆରୀ ୬ରୁ ୧୬ଯାଏ BSKY ନବୀନ କାର୍ଡର ସୁବିଧା ନିମନ୍ତେ ଅନଲାଇନରେ ପଞ୍ଜିକରଣ ହେବ ତାଲିକାଭୁକ୍ତ ସମସ୍ତ ରାଜ୍ୟ ଓ ରାଜ୍ୟ ବାହାର ସରକାରୀ ଓ ଘରୋଇ ହସ୍ପିଟାଲରେ ମାଗଣାରେ ଚିକିତ୍ସା ସୁବିଧା ପାଇପାରିବେ ବୋଲି ଚାନ୍ଦବାଲି ବିଧାୟକ ବ୍ୟାମକେଶ ରାୟ ବିସ୍ତୃତ ଆଲୋଚନା କରି ସୂଚନା ପ୍ରଦାନ କରିଥିଲେ।ପ୍ରତ୍ୟେକ ଘରକୁ ଘର ଯାଇ ରାଜ୍ୟ ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଜନା ଗୁଡିକର ଘରକୁ ଘର ବୁଲି ଲୋକମାନଙ୍କୁ ସଚେତନ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବା ପାଇଁ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଉପସ୍ଥିତ ନେତା ମାନଙ୍କୁ ଆହ୍ୱାନ ଦେଇଥିଲେ। ପୁରୀ ପରିକ୍ରମା ଯାତ୍ରା ଯୋଜନାରେ ପ୍ରତ୍ୟେକ ଘରରୁ ଯାଇ ମୁଠାଏ ଚାଉଳ,ଗୁଆ ସଂଗ୍ରହ କରି ପୁରୀ ଯିବା ପର୍ଯ୍ୟନ୍ତ ଗୋଟିଏ ମନ୍ଦିର ଠାରେ ଗଛିତ ରଖି କାର୍ଯ୍ୟକ୍ରମ ସଫଳ କରିବା ପାଇଁ ବାସୁଦେବପୁର ବିଧାୟକ ଵିଷ୍ଣୁବ୍ରତ ରାଉତରାୟ ସୂଚନା ଦେଇଥିଲେ।ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ଯୋଜନା ସମ୍ପର୍କରେ ବଖାଣି ଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଆମ ଓଡିଶା ନବୀନ ଓଡିଶା ଜିଲ୍ଲା ସଂଯୋଜକ ସଞ୍ଜୟ କୁମାର ଦାସ,ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ଯେନା,ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ,ମୁକୁନ୍ଦଦେବ ସାମଲ,ପ୍ରଦୀପ କୁମାର ମଲ୍ଲିକ,ବିତ୍ୟୁତ ଲତା ନାୟକ,ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା,ଅବନ୍ତୀ ଦାସଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକ ଅଧ୍ୟକ୍ଷା ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ଏନ୍ ଏ ସି ଅଧ୍ୟକ୍ଷା,ଉପାଧ୍ୟକ୍ଷ, ବ୍ଲକ ସଭାପତି, ଯୁବ ଛାତ୍ର ସଂଗଠନ କର୍ମକର୍ତ୍ତା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।ଶେଷରେ ଧାମନଗର ପଞ୍ଚାୟତ ଅଧ୍ୟକ୍ଷ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।(ଫଟୋ)