ରାଜ୍ୟ

ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର ତା.05.01 ଭୁବନେଶ୍ୱର ସ୍ଥିତ ବିଜୁ ଶ୍ରମିକ ସମ୍ମୁଖ୍ୟ ସଭା କକ୍ଷ ଠାରେ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ରାଜ୍ୟ ସ୍ତରୀୟ କାର୍ଯ୍ୟକାରୀଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଶ୍ୟାମ ସୁନ୍ଦର ଭୋଇ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ପ୍ରତି ବ୍ଲକ ରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା, ଆଦିବାସୀ ମାନଙ୍କ ଜୀବନ ଜୀବିକା ଅର୍ଜନ ପାଇଁ ସ୍ୱତନ୍ତ୍ର ଆଦିବାସୀ ଯୋଜନା ରେ ଆର୍ଥିକ ସହାୟତା ପ୍ରଦାନ, ଆଦିବାସୀ ଜମି ବିକ୍ରି,ବନ୍ଧକି, ଦାନ ସୂତ୍ରେ ଅଣ ଆଦିବାସୀ ମାନଙ୍କୁ ହସ୍ତାନ୍ତରିକରଣ ପାଇଁ ଓଡିଶା ଭୁସଂସ୍କାର ଆଇନ 1960 ଏବଂ ରେଗୁଲେସନ ୨,1956 କୁ କଡାକଡି ଭାବରେ ଲାଗୁ କରିବା, ଆଦିବାସୀ ବହୁଳ ବ୍ଲକ ଗୁଡିକୁ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ରେ ସାମିଲ କରିବା,ନକଲି ଆଦିବାସୀ ମାନଙ୍କ ମାମଲା ଗୁଡିକୁ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଫଇସଲା କରିବା, ଆଦିବାସୀ ମାନଙ୍କ ଜମି, ଜଳ,ଜଙ୍ଗଲ ସୁରକ୍ଷା ସହିତ ଆଦିବାସୀ କଳା,ସଂସ୍କୃତି, ଦେବଦେବୀ ପୂଜାସ୍ଥଳୀ ନିର୍ମାଣ, ସୌନ୍ଦର୍ଯ୍ୟକରଣ କରିବା,ଭାରତ ସରକାର ଙ୍କ ସଂରକ୍ଷଣ ଆଇନ ଅନୁସାରେ କେନ୍ଦ୍ରସରକାର ଙ୍କ ସମସ୍ତ ବିଭାଗ ରେ ଆଦିବାସୀ ମାନଙ୍କ ପାଇଁ ଶତକଡା ୮.୫ ପ୍ରତିଶତ ସଂରକ୍ଷଣ କରିବା,ଓଡିଶା ର ୧ କୋଟି ଆଦିବାସୀ ମାନଙ୍କ ପାଇଁ ଭୁବନେଶ୍ୱର ରେ ରାଜ୍ୟ ଆଦିବାସୀ ଭବନ ନିର୍ମାଣ, ବଜାର ଦର ବୃଦ୍ଧି ଅନୁସାରେ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଛାତ୍ରଛାତ୍ରୀ ବୃତ୍ତି ବୃଦ୍ଧି କରିବା, କେନ୍ଦ୍ର ସରକାର କେନ୍ଦୁପତ୍ର ରୁ କର ପ୍ରତ୍ୟାହାର କରିବା ସହିତ ଆଦିବାସୀ ଭାଷା ଗୋଣ୍ଡି, କୁଇ, ହୋ, ଭୂମିଜ, ମୁଣ୍ଡାରୀ ଭାଷା କୁ ସମ୍ବିଧାନ ର ଅଷ୍ଟମ ଅନୁସୂଚୀ ରେ ସାମିଲ କରି ବା, କେନ୍ଦ୍ର ସରକାର ସମସ୍ତ ଆଦିବାସୀ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ କରିବା , କେନ୍ଦ୍ର ସରକାର ଆଦିବାସୀ ଗାଁ ମାନଙ୍କ ରେ ନେଟୱାର୍କ ବ୍ୟବସ୍ଥା ପାଇଁ ଆଲୋଚନା କରାଯାଇଥିଲା l ସଭାରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଲମ୍ବୋଦର ସିଂ,ବାଳକୃଷ୍ଣ ଶବର, ଜୟଦେବ ମିଞ୍ଜ, ଯୁବରାଜ ଭୋଇ,ପରମାନନ୍ଦ ମାଝୀ, ଭାନୁ ପ୍ରତାପ ସିଂ ମାଝୀ, ଚନ୍ଦ୍ରଶେଖର ବାଗ, ଯୋଗେନ୍ଦ୍ର ମିର୍ଦ୍ଧା, ଈଶ୍ୱର ଚନ୍ଦ୍ର ନାଏକ,ବିଦ୍ୟାଧର ଦେହୁରୀ, ଲକ୍ଷ୍ମୀକାନ୍ତ ବେହେରା, ବିଦ୍ୟାଧର ଶବର, ରାଜେନ୍ଦ୍ର କୁମାର ମାଝୀ,ସୁରେଶ ମାଝୀ, ଗୁପ୍ତେଶ୍ୱର ମଲ୍ଲିକ, ନନ୍ଦନ ବାରିକ, ଚନ୍ଦ୍ରଶେଖର ବରିହା,ପlଳେଶ୍ୱର ଭୋଇ, ଗୋପାଳ ପ୍ରଧାନ ପ୍ରମୁଖ ଉଦବୋଧନ ଦେଇଥିଲେ

Leave a Reply

Your email address will not be published. Required fields are marked *