ପୁରୀ ରେ ଆଜି ଠାରୁ ପରିକ୍ରମଣ କଲା ଅର୍ପଣ ରଥ।ଜୟ ଜଗନ୍ନାଥ ଧ୍ୱନି ରେ ପ୍ରକମ୍ପିତ ହେଲା ଅଞ୍ଚଳ।
ପୁରୀ ୬/୧ ମହାପ୍ରଭୁ ଜଗନ୍ନାଥ ଓଡ଼ିଆ ଜାତିର ଆତ୍ମା।ପ୍ରତିଟି ହୃଦୟର ସ୍ପନ୍ଦନ।ପ୍ରତ୍ୟେକ ଜୀବର ଜୀବନ ସତ୍ତା।ତାଙ୍କ ନାମ ଆଜି ପ୍ରକମ୍ପିତ ହୋଇ ଉଠିଛି ଗାଁ ଗାଁ ରେ।ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଚଳିତ ମାସ ୧୭ ତାରିଖରେ ଲୋକାର୍ପିତ ହେବ।ଏହି ଭବ୍ୟ କାର୍ଯ୍ୟକ୍ରମ ର ସାକ୍ଷୀ ରହିବେ ପ୍ରତିଟି ଓଡ଼ିଆ।ସମସ୍ତଙ୍କ ପ୍ରାଣରେ ସଞ୍ଚରିତ ହେବ ଜୟ ଜଗନ୍ନାଥ ଧ୍ୱନି। ଜଗନ୍ନାଥ ସଂସ୍କୃତି ଓ ଜଗନ୍ନାଥ ଚେତନା କୁ ଋଦ୍ଧିମନ୍ତ କରିବା ଲକ୍ଷ୍ୟରେ ଆଜି ଠାରୁ ରାଜ୍ୟ ରେ ଗଡିଛି ଅର୍ପଣ ରଥ।ଏହା ପ୍ରତ୍ୟେକ ଗ୍ରାମର ପ୍ରତିଟି ଘରୁ ପ୍ରଭୁ ଙ୍କୁ ସମର୍ପଣ ଓ ସଂକଳ୍ପ ର ଅସ୍ମିତାର ପ୍ରତୀକ ଅକ୍ଷତ ଓ ଗୁଆ ସଂଗ୍ରହ କରୁଛି।
ପୁରୀ ଜିଲ୍ଲାର ୧୧ ଟି ବ୍ଲକ ର ୨୬୮ ପଞ୍ଚାୟତ ର ଗ୍ରାମ ସମୂହରୁ ଅର୍ପଣ ରଥ ମାଧ୍ୟମରେ ଏହି ଅକ୍ଷତ ବା ଅରୁଆ ଚାଉଳ ଓ ଗୁଆ ସଂଗ୍ରହ ହେଉଛି।ଆଜି ପ୍ରଥମ ଦିନ ରେ ଜିଲ୍ଲା ର ୨୫ ଟି ପଞ୍ଚାୟତ ବୁଲିଛି ଅର୍ପଣ ରଥ।ସଦର ବ୍ଲକର ଗୋପୀନାଥପୁର, କାଶି ହରିହରପୁର, ମାଳତିପାଟପୁର,ତାଳଜଙ୍ଗା ପଞ୍ଚାୟତ,କଣାସ ବ୍ଲକ ର ଗଡସାନପୂଟ ଓ ଅଁଳା ଯୋଡି ପଞ୍ଚାୟତ,କାକଟପୁର ବ୍ଲକର କାକଟପୁର ପଞ୍ଚାୟତ, କୃଷ୍ଣପ୍ରସାଦ ବ୍ଲକର ନୂଆପଡା ପଞ୍ଚାୟତ, ନିମାପଡା ବ୍ଲକର ଭୋଗ ସଳଦା ପଞ୍ଚାୟତ, ଗୋପ ବ୍ଲକର ଛଇତନା ପଞ୍ଚାୟତ, ବ୍ରହ୍ମଗିରି ବ୍ଲକର ଆମ୍ବ ପଡା ଓ ଡିମିରିସେଣା ପଞ୍ଚାୟତ,ପିପିଲି ବ୍ଲକର ପାଣିଦୋଳ,ଦାଣ୍ଡ ମୁକୁନ୍ଦପୁର, ତେଇଶିପୁର ପଞ୍ଚାୟତ,ଅସ୍ତରଙ୍ଗ ବ୍ଲକର ଆଳସିହି, ଅଳଙ୍ଗପୁର,ନାଗର,ନଇଗୁଆଁ,
ଅସ୍ତରଙ୍ଗ ପଞ୍ଚାୟତ,ଡେଲାଙ୍ଗ ବ୍ଲକର ସୁଜନପୁର ପଞ୍ଚାୟତ, ସତ୍ୟବାଦୀ ବ୍ଲକର ସୁକଳ ଓ ଡୁଗଲ ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ଆଜି ଅର୍ପଣ ରଥ ପରିକ୍ରମା କରିଥିଲା
ଏହି ରଥକୁ ପ୍ରତି ସ୍ଥାନରେ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା ମିଳିଥିଲା।ପରିକ୍ରମା ପ୍ରକଳ୍ପ ର ଡିଜାଇନ କୁ ନେଇ ପ୍ରସ୍ତୁତ ହୋଇ ଥିବା ଏହି ରଥ ପହଞ୍ଚିବା କ୍ଷଣି ହରିବୋଲ, ହୁଳହୁଳି,ସଂକୀର୍ତ୍ତନ, ଶଙ୍ଖ ଧ୍ୱନି ରେ ପ୍ରକମ୍ପିତ ହୋଇ ଉଠିଥିଲା ଗ୍ରାମ ଗୁଡିକ।ସ୍ୱତଃ ପୂତଃ ଭାବେ ପ୍ରତି ଗୃହରୁ ମା ମାନେ ଅକ୍ଷତ ଓ ଗୂଆ ଉଦ୍ଦିଷ୍ଟ ପାତ୍ର ରେ ଅର୍ପଣ କରିଥିଲେ।