ରାଜ୍ୟ

ସାମନ୍ତ ଚନ୍ଦ୍ରଶେଖର ସ୍ଵଂସାସିତ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ

ପୁରୀ, ତା ୦୭/୧/୨୦୨୪,
ପୁରୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ଆଜି ସଡକ ସୁରକ୍ଷା ସପ୍ତାହ ପାଳନ ପରିପ୍ରେକ୍ଷୀରେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀଯୁକ୍ତ ରବିନ୍ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେବା ସହ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ମିହିର ପ୍ରସାଦ ଦାସ ଓ ଟ୍ୱିଟର ଆସୋସିଏସନ ର ସଭାପତି ବିସ୍ମୟ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ କଲେଜ ଛାତ୍ରଛାତ୍ରୀ ମାନଙ୍କୁ ସଡ଼କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଆଇନ୍ କାନୁନ୍ ସମ୍ବନ୍ଧରେ ବୁଝାଇବା ସହ ରାସ୍ତାଘାଟରେ କିପରି ସୁରକ୍ଷିତ ଭାବେ ଯାତ୍ରା କରିପାରିବା ସେ ବିଷୟରେ ମୁଖ୍ୟ ଅତିଥି ବୁଝାଇ କହିଥିଲେ
” ଛାତ୍ରଛାତ୍ରୀ ମାନେ ଦେଶର ଭବିଷ୍ୟତ ଅଟନ୍ତି,ବାପା ମା ମାନେ ବହୁତ କଷ୍ଟ ସହି ପିଲାମାନଙ୍କୁ ମଣିଷ କରନ୍ତି। ଛାତ୍ରଛାତ୍ରୀ ମାନେ ସଡକ ସୁରକ୍ଷା ବିଷୟରେ ସଚେତନ ହେଲେ ଦେଶର ତଥା ପରିବାରର ମଙ୍ଗଳ ହୋଇଥାଏ।” କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ମିହିର ପ୍ରସାଦ ଦାଶଙ୍କ ସମେତ ଅନ୍ୟ ପ୍ରାଧ୍ୟାପକ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ୟୁଥ ରେଡ଼ କ୍ରସ ଜିଲ୍ଲା କନଭେନର ସେକ୍ରେଟାରୀ ସ୍ମୃତିରେଖା ସାହୁଙ୍କ ସମେତ ଯୁବ ରେଡ଼କ୍ରସ ଭଲିଣ୍ଟିଅର ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *