ରାଜ୍ୟ

ଗାଁ ଗାଁ ବୁଲି ସଚେତନ କରିବ ଭୋଟିଂ ମେସିନ ରଥ *

ପୁରୀ ୮/୧ ପୁରୀ ଜିଲ୍ଲାର ଭୋଟର ମାନଙ୍କୁ ଇଭିଏମ ମାଧ୍ୟମରେ ଭୋଟ ଦେବା ପ୍ରଣାଳୀ ବିଷୟରେ ସଚେତନ କରିବ ଇଭିଏମ୍ ଡେମଷ୍ଟ୍ରେସନ ଭେଇକଲ ବା ଇଭିଏମ ରଥ। ଏହି ରଥ ଆସନ୍ତା ୧୦ ତାରିଖ ଠାରୁ ପ୍ରତିଦିନ ପ୍ରତି ବ୍ଳକ୍ ଅଫିସ୍ ରୁ ବାହାରି ୩ ରୁ ୪ ଟି ଅଞ୍ଚଳ ବୁଲିବ। ଏହା ସମ୍ପୃକ୍ତ ବୁଥ ଆଖପାଖରେ ଥିବା ଜନଗହଳି ଅଞ୍ଚଳରେ ରହିବ ଓ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଭୋଟିଂ ମେସିନ୍ ବାବଦରେ ସଚେତନ କରାଇବ। ପ୍ରତିଟି ରଥରେ ୪ ଜଣ ବ୍ୟକ୍ତି ରହିବେ ଯେଉଁମାନେ ଭୋଟିଂ ମେସିନ୍ ଗୁଡ଼ିକ ଲୋକଙ୍କ ସାମ୍ନୁଖରେ ଉପସ୍ଥାପନ କରିବେ ଓ ତାହାର କାର୍ଯ୍ୟ ପ୍ରଣାଳୀ ଲୋକଙ୍କୁ ବୁଝାଇବେ।ଲୋକମାନେ ମେସିନ୍ ମାଧ୍ୟମରେ କିଭଳି ପ୍ରକାର ଭୋଟ ଦେବେ ତାହାର ଏକ ଡେମୋ ମଧ୍ଯ ଉକ୍ତ ମେସିନ୍ ବ୍ୟବହାର କରି ପାଇପାରିବେ।ଲୋକମାନେ ମଧ୍ୟ ଏହି ଡମି ଭୋଟ ପ୍ରଦାନ ମାଧ୍ୟମରେ କାହାକୁ ଭୋଟ ଦେଲେ ତାହା ଭିଭିପାଟ ମାଧ୍ୟମରେ ଦେଖିପାରିବେ।ଏହି ସଂକ୍ରାନ୍ତୀୟ ଏକ ଟ୍ରେନିଂ ଉପଜିଲ୍ଲପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ସମସ୍ତ ବିଡ଼ିଓ,ତହସିଲଦାର ଓ ବ୍ଲକ ଲେବଲ ଏକ୍ସଟେନ୍ଶନ ଅଫିସର ମାନଙ୍କୁ ହୋଇଥିଲା।ଏଥିରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଶରତ ଚନ୍ଦ୍ର ମହପାତ୍ର, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ଡେପୁଟି କଲେକ୍ଟର ରାକେଶ ପଣ୍ଡା,ମନିଷା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *