ରାଜ୍ୟ

ପର୍ଯ୍ୟଟନ ସ୍ଥଳୀରେ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ :

ପର୍ଯ୍ୟଟନ ସ୍ଥଳୀଗୁଡିକରେ ବଣଭୋଜି ସମୟରେ ଲୋକେ ବ୍ୟବହୃତ ପ୍ଲାଷ୍ଟିକତିଆରି ପଦାର୍ଥକୁ ଫୋପାଡ଼ି ଅପରିଷ୍କାର କରିଥାନ୍ତି। ଏଥିପାଇଁ ବରଗଡ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ ଓ ମାଉଣ୍ଟ ଏକ୍ସପ୍ଲୋରର ମିଳିତ ଉଦ୍ୟମରେ ଡେବ୍ରିଗଡ ଅଭୟାରଣ୍ୟର ଜିରୋପଏଣ୍ଟରେ ବଣଭୋଜି ସ୍ଥଳରୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ ସହିତ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାଉଣ୍ଟ ଏକ୍ସପ୍ଲୋରର ଫାଉଣ୍ଡର ଆଶୀର୍ବାଦ ମହାପାତ୍ରଙ୍କ ସଂଯୋଜନା କ୍ରମେ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚର ସଂପାଦକ ପ୍ରକୃତିବନ୍ଧୁ ମୀନକେତନ ସାହୁଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ କମଗାଁ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ରାଜେଶ କୁମାର ମହାକୁଡ଼ ଯୋଗ ଦେଇ ପର୍ଯ୍ୟଟନ ସ୍ଥଳୀରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଜମି ରହିଲେ ତାହାର ପ୍ରଭାବ ପରିବେଶ ଉପରେ କିପରି ପଡ଼ିବ ସେ ସଂପର୍କିତ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରକୃତିବନ୍ଧୁ ନୀଳକଣ୍ଠ ସା, ଭୁବନେଶ୍ୱର ପ୍ରଧାନ, ବିଭୂତି ଭୂଷଣ ମୁଣ୍ଡ, ସଂଜୀବ ପ୍ରଧାନ,ଦୟାନିଧି ପ୍ରଧାନ ପରିବେଶବିଦ୍ ସଂଜୟ ଖମାରୀ, ଦିଲ୍ଲୀପ ମହାପାତ୍ର, ଶୋଭାଚନ୍ଦ୍ର ପ୍ରଧାନ, ତ୍ରିଲୋଚନ ସାହୁ, ଲକ୍ଷ୍ମୀ ନାରାୟଣ ବନଛୋର , ସୁରେନ୍ଦ୍ର ମୋହନ ସାହୁ ପ୍ରମୁଖ ଅଂଶ ଗ୍ରହଣ କରି ପ୍ଲାଷ୍ଟିକ ବ୍ୟବହାରର କୁପ୍ରଭାବ ସମ୍ପର୍କରେ ନିଜସ୍ଵ ମତ ପ୍ରଦାନ କରିଥିଲେ। ଏହାପରେ ଉପସ୍ଥିତ ସଦସ୍ୟ ୫ଟି ଦଳରେ ବିଭକ୍ତ ହୋଇ ବଣଭୋଜି ସ୍ଥଳରୁ ବର୍ଜ୍ୟବସ୍ତୁ ସଂଗ୍ରହ କରିବା ସହିତ ବଣଭୋଜି ସ୍ଥଳରେ ଥିବା ଶତାଧିକ ଦଳକୁ ସ୍ଳୋଗାନ ମାଧ୍ୟମରେ ପ୍ଲାଷ୍ଟିକ ମୁକ୍ତ ସଚେତନତାର ବାର୍ତ୍ତା ଦେଇଥିଲେ । କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ମାଉଣ୍ଟ ଏକ୍ସପ୍ଲୋରର ରମେଶ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *