ରାଜ୍ୟ

ନୂଆ-ଓ ପ୍ରତିଭା ବିକାଶ ର ବୃହତ ମଞ୍ଚ।

ପୁରୀ ୯/୧ ଯୁବ ଓଡିଶା ନବୀନ ଓଡିଶା ଯୁବ ବର୍ଗର ପ୍ରତିଭା ପ୍ରଦର୍ଶନ ର ମାଧ୍ୟମ ପାଲଟିଛି ବୋଲି କହିଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ୱପ୍ନାରାଣୀ ସ୍ୱାଇଁ ।
ଆଜି ଅପରାହ୍ନ ରେ ବ୍ରହ୍ମଗିରି ବ୍ଲକର ନିୟାଜପୁର ଖେଳ ପଡିଆ ଠାରେ ବ୍ଲକ ସ୍ତରୀୟ ନୂଆ-ଓ କାର୍ଯ୍ୟକ୍ରମ ଉଦଯାପିତ ହୋଇ ଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତୀ ସ୍ୱାଇଁ ପ୍ରତିଟି ପିଲା ମଧ୍ୟରେ ପ୍ରତିଭା ରହିଛି।ଏହାର ଉପଯୋଗ କରି ନିଜ ପ୍ରତିଭା ର ବିକାଶ ପାଇଁ ସେ ପରାମର୍ଶ ଦେଇଥିଲେ।ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସରକାରଙ୍କ ଏହି ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଏକ ଅନନ୍ୟ ପଦକ୍ଷେପ।ଏହା ଦ୍ଵାରା ପ୍ରତ୍ୟେକ ନିଜ ଦକ୍ଷତା ର ବିକାଶ ସହ ନିଜ ଅଞ୍ଚଳ,ରାଜ୍ୟ ଓ ଦେଶ ପାଇଁ ସମ୍ବଳ ହୋଇ ପାରିବେ ବୋଲି ସେ କହିଥିଲେ।ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନ ମାଳା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହା କାର୍ଯ୍ୟକ୍ରମରେ
ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଞ୍ଜନ ବେହେରା,ବ୍ରହ୍ମଗିରି ଥାନା ଅଧିକାରୀ ଉପେନ୍ଦ୍ର ନାଥ ଦାସ,ବ୍ଲକ ଉପାଧ୍ୟକ୍ଷ ମାଳିନୀ ଦଳାଇ,ନିୟାଜପୁର ସରପଞ୍ଚ ସୁରେନ୍ଦ୍ର କାଣ୍ଡି,ରେବଣା ନୂଆଗାଁ ସରପଞ୍ଚ ଜ୍ୟୋସ୍ନାରାଣୀ ଜଗଦ୍ଦେବ,ଏମ ପି ଙ୍କ ପ୍ରତିନିଧି ଭାଗିରଥି ବଡଜେନା,ଜିଲ୍ଲା ଓଷ୍ଠା ସଭାପତି ବିଜୟ କୁମାର ବରାଳ,କ୍ରୀଡା ସମ୍ପାଦକ ଯତିନ୍ଦ୍ର ମୋହନ ଦାସ,ଜଟାଧାରୀ ପରିଡା ପ୍ରମୁଖ ଯୋଗ ଦେଇ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ଶେଷରେ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।ଶିକ୍ଷାବିତ ଭିକାରୀ ଜେନା ସଭା ପରିଚାଳନା କରିଥିଲେ

Leave a Reply

Your email address will not be published. Required fields are marked *