ମୁଖ୍ୟ ଶାସନ ସଚିବଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କ୍ଷେତ୍ର ପରିଦର୍ଶନ
ପୁରୀ ୯/୧ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଆଜି ସଂଧ୍ୟାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର କ୍ଷେତ୍ର ପରିଦର୍ଶନ କରିଛନ୍ତି।ଏଥି ସହ ପ୍ରକଳ୍ପ ଲୋକାର୍ପଣ ପାଇଁ ଆବଶ୍ୟକ ବ୍ୟବସ୍ଥା ସମ୍ପର୍କରେ ଜିଲ୍ଲା ପ୍ରଶାସନ କୁ ପରାମର୍ଶ ଦେଇଛନ୍ତି।ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଯଜ୍ଞ ମଣ୍ଡପ, ମନ୍ଦିର ଚତୁଃପାର୍ଶ୍ୱ,ଚାରି ଦ୍ୱାର ପଟକୁ ସଂଯୋଗ ବର୍ହି ପାଚେରୀ, ପରିକ୍ରମା ପ୍ରକଳ୍ପ, ପାର୍କ, ଶ୍ରୀ ଦାଣ୍ଡ, ଜଗନ୍ନାଥ ବଲ୍ଲଭ ପାର୍କିଂ, ଜଗନ୍ନାଥ ବଲ୍ଲଭ ଇଣ୍ଟରପିଟେସନ ସେଣ୍ଟର ଇତ୍ୟାଦି ପରିଦର୍ଶନ କରିଥିଲେ।କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବାକୁ ଯେଉଁ ଧାର୍ଯ୍ୟ ତାରିଖ ଦିଆଯାଇଛି ସେହି ଅନୁସାରେ କାର୍ଯ୍ୟ ସାରିବାକୁ ସେ ସମ୍ପୃକ୍ତ ସଂସ୍ଥା ଓ ବିଭିନ୍ନ ବିଭାଗ କୁ ନିର୍ଦ୍ଦେଶ ଦେଇଥିଲେ।ସେହିପରି କାର୍ଯ୍ୟକ୍ରମ ର ପ୍ରସାରଣ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଓ ଚେତନା ସମ୍ପର୍କରେ ଫଟୋଚିତ୍ର ଏବଂ ଦୃଶ୍ୟ ଶ୍ରାବ୍ୟ ମାଧ୍ୟମରେ ପ୍ରଦର୍ଶନୀ ପାଇଁ ଦାୟିତ୍ୱ ନେଇଥିବା ସଂସ୍ଥା ର କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ମଧ୍ୟ ଶ୍ରୀ ଜେନା ଅନୁଧ୍ୟାନ କରିଥିଲେ।ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁ,ଓବିସିସିର ନିର୍ବାହୀ ଯନ୍ତ୍ରୀ ପବିତ୍ର କୁମାର ପାଣିଗ୍ରାହୀ,ସୁନ୍ଦର ମାଧବ ପାଢ଼ୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ।