ବନାଗ୍ନୀ ରୋକିବାକୁ ସଚେତନତା ସଭା
ଖୁଣ୍ଟା – ( ପିଏନଏସ)
ବନାଗ୍ନୀ କୁ ନେଇ ଏବେ ଚିନ୍ତାରେ ପଡ଼ିଛି ବନ ବିଭାଗ । ଯାହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଖୁଣ୍ଟା ବନବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି । ଏହାକୁ ନେଇ ଖୁଣ୍ଟା ଫରେଷ୍ଟର ଇପିତିଶ୍ୟାମ ଙ୍କ ନେତୃତ୍ଵରେ ଫରେଷ୍ଟ ଗାର୍ଡ଼ ସୁଚିତ୍ରା ଦଳେଇ , ଙ୍କ ସମେତ ଗୟଳମରା ଗ୍ରାମରେ ଗ୍ରାମବାସୀଙ୍କୁ ନେଇ ଏକ ସଚେତନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଭାଗୀୟ ଅଧିକାରୀମାନେ ନିଆଁ ଲାଗିବା ଦ୍ୱାରା ଜଙ୍ଗଲରେ ଥିବା ବହୁମୁଲ୍ୟବାନ ଗଛ ପୋଡ଼ି ନଷ୍ଟ ହେବା ସହିତ ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାଏ । ଏପରି କି, ଏହାର ପ୍ରଭାବ ପରିବେଶ ମଧ୍ୟ ସନ୍ତୁଳନ ହୋରାଇ ଥାଏ । ତେଣୁ ଜଙ୍ଗଲକୁ ସୁରକ୍ଷା ଦେବା ଆମର ଦାଇତ୍ୱ । ଏଣୁ ଜଙ୍ଗଲକୁ ନିଆଁ ଦାଉରୁ ବଞ୍ଚାଇବା ପାଇଁ ଗ୍ରାମବାସୀଙ୍କୁ ସଚେତନ କରାଇବା ସହ ବନବିଭାଗକୁ ସହଯୋଗ କରିବା ପାଇଁ ନିବେଦନ କରିଥିଲେ ।