ସଡ଼କ ସୁରକ୍ଷା ସପ୍ତାହ ମହା ସମାରୋହ ରେ ଉଦଯାପିତ- ଏଣିକି ବାଇକ ପଛ ରେ ବସିଥିବା ଲୋକ ଙ୍କ ପାଇଁ ହେଲମେଟ ହେବ ବଧ୍ୟତାମୂଳକ-
– ପୁରୀ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ମହା ସମାରୋହ ରେ ସଡ଼କ ସୁରକ୍ଷା ସପ୍ତାହ ଟାଉନ୍ ହଲ ଠାରେ ଉଦଯାପିତ ହୋଇ ଯାଇଛି l ଉଦଯାପନୀ ଉତ୍ସବ ରେ ମୂଖ୍ୟ ଅତିଥି ରୂପେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ମୂଖ୍ୟ ବକ୍ତା ଭାବରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଏଡିସନାଲ କମିଶନର ଧନଞ୍ଜୟ ସେନାପତି ଟେକ୍ନିକାଲ ଯୋଗ ଦେଇ ସଡ଼କ ସୁରକ୍ଷା ଉପରେ ସଚେତନତା ବାର୍ତ୍ତା ପ୍ରଦାନ କରି ସଡ଼କ ସୁରକ୍ଷା ନିୟମ ମାନି ନିଜ ର ବହୂ ମୂଲ୍ୟ ଜୀବନ ର ସୁରକ୍ଷା ସହିତ ଅନ୍ୟ ର ଜୀବନ ବଞ୍ଚାଇବାକୁ ସମସ୍ତ ଙ୍କୁ ପରାମର୍ଶ କରିଥିଲେ l ଏବଂ ଆମ ଜିଲ୍ଲା ରେ ସଡ଼କ ଦୁର୍ଘଟଣl ହାର , ଦୁର୍ଘଟଣl ମୃତ୍ୟୁ ହାର କୁ ଓଡିଶା ର ସର୍ବ ନିମ୍ନ ସ୍ତର ରେ ନିୟନ୍ତ୍ରଣ ରଖିବାକୁ ସମସ୍ତ ଙ୍କ ପ୍ରୟାସ ଓ ସହଯୋଗ ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ l ଏବଂ ପୁରୀ ଜିଲ୍ଲା ପରିବହନ ବିଭାଗ ର ଉଦ୍ୟମ ଓ ଉତ୍ସର୍ଗୀକୃତ ସେବା, ଓ ଅlର୍ଟିଓ ଙ୍କ ପୂର୍ବ ଜିଲ୍ଲା ରେକର୍ଡ଼ ସଫଳତା କୁ ମଧ୍ଯ ଖୁବ ପ୍ରଶଂସା କରିଥିଲେ l ଏହି ଦିବସ ର ସନ୍ଧ୍ୟା ରେ ଶହ ଶହ ଅଟୋ ଚାଳକ ଙ୍କ ଦ୍ଵାରା ଷ୍ଟେସନ ରୁ ଟାଉନ୍ ହଲ ଯାଏ ଏକ ବିରାଟ ଅଟୋ ଶୋଭାଯାତ୍ରା ଆସି ପହଞ୍ଚିଥିଲା l ରାମହରି ନୋଡାଲ ସ୍କୁଲ୍ ର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସଡ଼କ ସୁରକ୍ଷା ସଚେତନତା ଉପରେ ନୃତ୍ୟ ପରିବେଷଣ ଓ ଜିଲ୍ଲା ର ସମସ୍ତ ୫ ଟି ହାଇସ୍କୁଲ ମାନଙ୍କ ରେ ସପ୍ତାହ ବ୍ୟାପୀ ବିଭିନ୍ନ ପ୍ରତିଯୋଗୀତା ଓ ସଚେତନତା କାର୍ଯ୍ୟକ୍ରମ କରାଯାଇ ଥିବା ବେଳେ ବିଭିନ୍ନ ଜାଗାରେ ଡ୍ରାଇଭର ମାନଙ୍କ ପାଇଁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରାଯାଇ ଥିଲା l ସପ୍ତାହ ବ୍ୟାପୀ ଜିଲ୍ଲା ର ସବୁ ବ୍ଲକ ରେ ଯାନ ବାହନ ଗୁଡିକ କଡ଼ା କଡ଼ି ଚେକିଂ ମଧ୍ଯ କରାଯାଇ ସଚେତନତା ସହିତ ଫାଇନ ଆଦାୟ କରାଯାଇଥିଲl l ଆର ଟି ଓ ରବିନ୍ ପଟ୍ଟନାୟକ ଙ୍କ ତତ୍ୱାବଧାନ ରେ ଅନୁଷ୍ଟିତ ଏହି ସମସ୍ତ କାର୍ଯ୍ୟକ୍ରମ କୁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସପି କନୁଆର୍ ବିଶ୍ଵାଳ ସିଂ ଙ୍କ ପରାମର୍ଶ କ୍ରମେ ସୂଚାରୁ ରୁପେ ଅୟୋଜନ କରାଯାଇଥିଲା l ଉତ୍କୃଷ୍ଟ ସେବା ପାଇଁ କିଛି ଟ୍ରାଫିକ ଇନ୍ସପେକ୍ଟର ଓ ସମାଜସେବୀ ଙ୍କୁ ଓ ଏହି ଅବସର ରେ ବିଭିନ୍ନ ପ୍ରତି ଯୋଗୀତା ର କୃତୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା l ଏଣିକି ବାଇକ୍ ଆରୋହୀ ଙ୍କ ପଛ ରେ ବସିଥିବା ଲୋକ ଙ୍କ ପାଇଁ ହେଲମେଟ ପିନ୍ଧିବା ବଧ୍ୟତାମୂଳକ ଓ ଅଫିସ୍ କୁ ମଧ୍ଯ କର୍ମଚାରୀ ହେଲମେଟ ଓ ସିଟ ବେଲ୍ଟ ପିନ୍ଧି ଆସିବା କଡ଼ା ନିୟମ ଜିଲ୍ଲା ସଡ଼କ ସୁରକ୍ଷା କମିଟି ରେ ୦୧-୦୧-୨୦୨୪ ରୁ ପାସ ହୋଇ ଲାଗୁ କରଯାଇଥିବା ଓ ଆଗାମୀ ଦିନ ରେ ପରିବହନ ଓ ପୋଲିସ ବିଭାଗ ପକ୍ଷରୁ ଜିଲ୍ଲା ର ସବୁ ଅଞ୍ଚଳ ରେ ସେ କଡାକଡି ଭାବେ ଯାନ ବାହନ ଚେକିଙ୍ଗ କରାଯାଇ ମଦୁଆ ଚାଳକ, ସ୍ପିଡ୍ ଚାଳକ ଓ ଓଭର ଲୋଡିଂ ଗାଡ଼ି ମାଲିକ ଙ୍କୁ ସାୱାଡ କରାଯିବ ବୋଲି ଆର ଟି ଓ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି l ସଭା ରେ ଅଟୋ, ବସ୍, ଟ୍ରକ ସଂଘ, ସାମାଜିକ ଅନୁଷ୍ଟlନ ର କର୍ମକର୍ତ୍ତା , ସ୍କୁଲ୍ କଲେଜ୍ ଛାତ୍ର ଛାତ୍ରୀ ଙ୍କ ସମେତ ଜିଲ୍ଲା ର ବୁଦ୍ଧିଜୀବୀ ଓ ସାମ୍ବାଦିକ ଯୋଗ ଦେଇଥିଲେ l ଏମ ଭି ଆଇ ରାଜେଶ୍ କୁମାର ମହାପାତ୍ର, ଆସିଷ୍ଟାଣ୍ଟ ଏମ ଭି ଆଇ ଅମିତ୍ କୁମାର୍ ରଣା, ଟି ଆଇ ଶୁଶାନ୍ତ ପାତ୍ର ଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l