ରାଜ୍ୟ

ବଢିଚାଲିଛି ସରକାରଙ୍କ ଟିକସ ଆୟ, ପ୍ରତ୍ୟକ୍ଷ ଟିକସ ଆୟ ୧୯% ବୃଦ୍ଧି

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ସରକାରଙ୍କ ଟିକସ ଆୟ ବଢିଚାଲିଛି ଗୋଟିଏ ପଟେ ପରୋକ୍ଷ ଟିକସ (ଜିଏସଟି, ଭାଟ ଇତ୍ୟାଦି) ଆଦାୟ ବଢିଚାଲିଥିବାବେଳେ ସେପଟେ ପ୍ରତ୍ୟକ୍ଷ ଟିକସ ( ଆୟକର, କର୍ପୋରେଟ ଟିକସ, ସଂପତ୍ତି ଟିକସ ଇତ୍ୟାଦି)  ସଦ୍ୟତମ ତଥ୍ୟ ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ସରକାରଙ୍କ ପ୍ରତ୍ୟକ୍ଷ ଟିକସ ଆଦାୟ ପ୍ରାୟ ୧୯ ପ୍ରତିଶତ ବୃଦ୍ଧି ପାଇ ୧୪.୭୦ ଲକ୍ଷ କୋଟି ଟଙ୍କା ରେ ପହଞ୍ଚିଛି। ଆୟକର ବିଭାଗ ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି। ଆସନ୍ତା ମାସରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ ପୂର୍ବରୁ ସରକାରଙ୍କୁ ଏହି ଖୁସି ଖବର ମିଳିଛି। ସାମଗ୍ରୀକଭାବେ ଚଳିତ ଆର୍ଥିକ ବର୍ଷ ସରକାରୀ ରାଜକୋଷ ପାଇଁ ଭଲ ସାବ୍ୟସ୍ତ ହେଉଛି। ସରକାରଙ୍କ ଟିକସ ଆୟ କ୍ରମାଗତ ଭାବେ ବୃଦ୍ଧି ପାଉଛି।

ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ରେ ପ୍ରତ୍ୟକ୍ଷ ଟିକସରୁ ୧୮.୨୩ ଲକ୍ଷ କୋଟି ଟଙ୍କା ପାଇବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି, ଯାହାକି ପୂର୍ବ ଆର୍ଥିକ ବର୍ଷ ୨୦୨୨-୨୩ର ୧୬.୬୧ ଲକ୍ଷ କୋଟି ଟଙ୍କା ତୁଳନାରେ ୯.୭୫ ପ୍ରତିଶତ ଅଧିକ ଅଟେ ।

ଗତ ସପ୍ତାହରେ ପ୍ରକାଶିତ ଅର୍ଥମନ୍ତ୍ରାଳୟ ତଥ୍ୟ ଅନୁସାରେ ୨୦୨୩ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ଜିଏସଟି ଆଦାୟ ୧୨ ପ୍ରତିଶତ ବୃଦ୍ଧି ପାଇ ୧୪.୯୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ତଥ୍ୟ ଅନୁଯାୟୀ, ୨୦୨୩ ଡିସେମ୍ବରରେ ଜିଏସଟି ଆଦାୟ ବାର୍ଷିକ ୧୦ ପ୍ରତିଶତ ବୃଦ୍ଧି ପାଇ ୧.୬୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ୨୦୨୩ରେ କ୍ରମାଗତ ୧୦ ମାସ ପାଇଁ ଜିଏସଟି ଆଦାୟ ୧.୫ ଲକ୍ଷ କୋଟି ଟଙ୍କା ଉପରେ ରହିଛି ।

Leave a Reply

Your email address will not be published. Required fields are marked *