ରାଜ୍ୟ

ପ୍ରଥମ ଟି-୨୦ : ଭାରତ ଆଗରେ ୧୫୯ ରନର ବିଜୟ ଲକ୍ଷ୍ୟ ରଖିଲା ଆଫଗାନିସ୍ତାନ

ମୋହାଲି: ମୋହାଲିର ପଂଜାବ କ୍ରିକେଟ୍ ଆସୋସିଏସନ ଆଇଏସ ବିନ୍ଦ୍ରା ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଆଫଗାନିସ୍ତାନ ପ୍ରଥମ ଟି-୨୦ରେ ଭାରତ ଆଗରେ ୧୫୯ ରନର ବିଜୟ ଲକ୍ଷ୍ୟ ରଖିଛି 

ଏହି ମ୍ଯାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆଫଗାନିସ୍ତାନ ପକ୍ଷରୁ ରହମାନୁଲ୍ଲା ଗୁରବାଜ ଓ ଇବ୍ରାହିମ ଜଦରାନ ଦଳ ପାଇଁ ଭଲ ଆରମ୍ଭ କରିଥିଲେ । ଉଭୟ ପ୍ରଥମ ଓ୍ବିକେଟ ଯୋଡ଼ିରେ ୫୧ ରନ କରିଥିଲେ । ତେବେ ଗୁରୁବାଜ ୨୩ ରନ ଓ ଜଦରାନ ୨୫ ରନରେ ଆଉଟ ହୋଇଥିଲେ । ସେହିପରି ମହମ୍ମଦ ନବି ୪୨ ରନ ଓ ଅଜମାତୁଲ୍ଲା ୨୯ ରନ କରିଥିଲେ । ନିଜିବୁଲ୍ଲା ଜଦରାନ ୧୯ ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୫୮ ରନ କରିଥିଲା । ଭାରତ ପକ୍ଷରୁ ଅକ୍ଷର ପଟେଲ ଓ ମୁକେଶ କୁମାର ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହି ସିରିଜରେ ମୋଟ ୩ଟି ଟି-୨୦ ମ୍ୟାଚ ଖେଳାଯିବ । ୨ୟ ଟି-୨୦ ଆସନ୍ତା ୧୪ ତାରିଖ ରବିବାରଦିନ ଇନ୍ଦୋରଠାରେ ଓ ୩ୟ ଟି-୨୦ ୧୭ ତାରିଖ ବୁଧବାର ଦିନ ବେଙ୍ଗାଲୁରୁଠାରେ ଖେଳାଯିବ 

Leave a Reply

Your email address will not be published. Required fields are marked *