ଖୁଣ୍ଟା ହାଇସ୍କୁଲର ବାର୍ଷିକତ୍ସବଲକ୍ଷ୍ୟ ଓ କଠିନ ପରିଶ୍ରମ ହିଁ ସଫଳତା ଆଣିଦିଏ ; ବୈଜ୍ଞାନୀକ ଡ଼. ଦାସ
ଖୁଣ୍ଟା –
ଖୁଣ୍ଟା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗାୟତ୍ରୀ ସେଠୀ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୁପେ ନୂଆଦିଲ୍ଲୀ ଏମ୍ସରେ କାର୍ଯ୍ୟରତ ବୈଜ୍ଞାନିକ ଡ଼. ସମ୍ୟା ଦାସ , ସ୍ୱତନ୍ତ୍ର ଅତିଥି ରୁପେ ଗୋପବନ୍ଧୁ ନଗର ବ୍ଲକ ବିଡିଓ କରୁଣାକର ଧିନ୍ଦା ,ବିଶେଷ ଅତିଥି ଭାବେ
ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ,
ସମ୍ମାନୀତ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟ ,ସାନଖୁଣ୍ଟା ସମିତିସଭ୍ୟ ରଞ୍ଜନ କୁମାର ମହାନ୍ତି , ଜିଲ୍ଲା ବାଳିକା ସଂଯୋଯୋକ ସପନ କୁମାର ପୃଷ୍ଟିଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟୀ ତଥା ମୋ ସ୍କୁଲ କମିଟୀର ସଭାପତି ଦେବରଞ୍ଜନ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ବୈଜ୍ଞାନିକ ଶ୍ରୀମତି ଦାସ ଲକ୍ଷ୍ୟ ହିଁ ସଫଳତା ଆଣିଦିଏ ଏବଂ ଉତ୍ତମ ଶିକ୍ଷା ଗ୍ରହଣ ସହ ଭଲ ମଣିଷଟିଏ ହେବାପାଇଁ
ଉପରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଥିଲେ । ସେହିପରି ନାରୀ ଶିକ୍ଷା ଓ ପରିବେଶ ସୁରକ୍ଷା ଉପରେ ଗୁରୁତ୍ବାରୋପ କରିବା ସହ ମାଧ୍ୟମିକ ଶିକ୍ଷା ଜୀବନ ଗଠନର ପ୍ରମୁଖ ସମୟ ଏଣୁ ଏହାର ସଦୁପୋଯୋଗ କରିବା ପାଇଁ ବିଦ୍ୟାର୍ଥୀମାନଙ୍କୁ ନିଜ ବ୍ୟକ୍ତବ୍ୟ ମାଧ୍ୟମରେ ଅତିଥିଗଣ ସୁଚାଇଥିଲେ । ଏହି ଅବସରରେ ପ୍ରଧାନ ଶିକ୍ଷକ ଗାୟତ୍ରୀ ସେଠୀ ବାର୍ଷିକ ବିବରଣୀ ପାଠ କରିବା ସହ ବିଦ୍ୟାଳୟ ସଫଳତା ଓ ସମସ୍ୟା ସଂମ୍ପର୍କରେ ଆଲୋକପାତ କରିଥିଲେ । ଏହିପରିପେକ୍ଷୀ ରେ ବିଗତ ମେଟ୍ରୀକ ପରିକ୍ଷାରେ ବିଦ୍ୟାଳୟରୁ ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀ ରୁପାଲି ପ୍ରଧାନ ଓ ଛାତ୍ର ରୁଶିକାନ୍ତ ବେହେରାଙ୍କ ବିଭିନ୍ନ କ୍ରୀଡା ପ୍ରତିଯୋଗୀତା ରେ କୃତ୍ତି ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ । ଶିକ୍ଷୟତ୍ରୀ ଦୀପାଳି ଉପାଧ୍ୟାୟ ଅତିଥ ପରିଚୟ ଓ ମଞ୍ଚପରିଚାଳନା କରିଥିବା ବେଳେ ଶିକ୍ଷକ ଧର୍ମେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରି ସଭା ଭଙ୍ଗ କରିଥିଲେ |