ରାଜ୍ୟ

ବୈଷ୍ନୋଦେବୀ ପର୍ଯ୍ୟଟନ ସ୍ଥଳୀରେ ପ୍ଲାଷ୍ଟିକ ମୁକ୍ତ ବଣଭୋଜି ପାଇଁ ଆହ୍ୱାନ “

ବରଗଡ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ , ମାଉଣ୍ଟ ଏକ୍ସପ୍ଲୋରର ଓ ବରଗଡ ବନ ବିଭାଗର ମିଳିତ ଉଦ୍ୟମରେ ବରଗଡ଼ ଜିଲ୍ଲା ତୁରୁଙ୍ଗାସ୍ଥିତ ବୈଷ୍ନୋଦେବୀ ମନ୍ଦିର ପରିସରରେ ହେଉଥିବା ବଣଭୋଜି ସ୍ଥଳରୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ ସହିତ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସହକାରୀ ବନ ସଂରକ୍ଷକ, ବରଗଡର ରାଜେନ୍ଦ୍ର ଗୋଚ୍ଛାୟତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏକ ବୈଠକରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚର ସଭାପତି ପ୍ରମୋଦ ହୋତା, ସଂପାଦକ ମୀନକେତନ ସାହୁ ,ପ୍ରକୃତି ବନ୍ଧୁ ଭୁବନେଶ୍ୱର ପ୍ରଧାନ, ଗିରିଧାରୀ ଡନସନା, ବୈଲୋଚନ ପ୍ରଧାନ, ପରିବେଶବିଦ୍ ସଂଜୟ ଖମାରୀ , ମାଉଣ୍ଟ ଏକ୍ସପ୍ଲୋରର ଫାଉଣ୍ଡରର ଆଶୀର୍ବାଦ ମହାପାତ୍ର ମଞ୍ଚାସୀନ ରହି ପରିବେଶ ଉପରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର କୁପ୍ରଭାବ ସଂପର୍କିତ ବିଷୟରେ ନିଜସ୍ୱ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଉପସ୍ଥିତ ସମସ୍ତ ପ୍ରକୃତିପ୍ରେମୀ ସଭାସ୍ଥଳରୁ ଏକ ଶୋଭାଯାତ୍ରାରେ ବାହାରି ବଣଭୋଜି ସ୍ଥଳ ପରିକ୍ରମା କରିଥିଲେ ଓ ସମସ୍ତେ ୫ଟି ଦଳରେ ବିଭକ୍ତ ହୋଇ ବଣଭୋଜି ସ୍ଥଳରୁ ବର୍ଜ୍ୟବସ୍ତୁ ସଂଗ୍ରହ କରିବା ସହିତ ସେଠାରେ ଥିବା ଶତାଧିକ ଗୋଷ୍ଠୀକୁ ସ୍ଳୋଗାନ ମାଧ୍ୟମରେ ପ୍ଲାଷ୍ଟିକ ମୁକ୍ତ ସଚେତନତାର ବାର୍ତ୍ତା ଦେଇଥିଲେ । ଏହି ଅବସରରେ ଆୟୋଜିତ ତର୍କ ପ୍ରତିଯୋଗୀତାରେ ପୂଜା ସା , ସିମରନ ଭୋସାଗର ଓ ପାୟଲ ପଣ୍ଡା ଯଥାକ୍ରମେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ।ପ୍ରବନ୍ଧ ପ୍ରତିଯୋଗୀତାରେ ଯଥାକ୍ରମେ ସୁରୁଚି ସ୍ମିତା ଅଧିକାରୀ, ଅନନ୍ୟା ପ୍ରଧାନ ଓ ସୁଚରିତା ଷଡ଼ଙ୍ଗୀ ପ୍ରଥମ, ଦ୍ୱିତୀୟ, ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତାରେ ଅନ୍ୱେଷା ଗୁପ୍ତା, ବର୍ଷା ପଟେଲ ଓ ଅମନ ଗଡତୀୟା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଅତିଥିବୃନ୍ଦ କୃତୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ।ଏଥିରେ ବନ ବିଭାଗର ବନାଞ୍ଚଳ ଅଧିକାରୀ ଶ୍ରୀମତି ଆରତୀ ନେଗୀ , ବନପାଳ ସୁଶୀଳ ମାଝୀ, ସୁଦୀପ୍ତ ରଥ, ସଚିକାନ୍ତ ମଲ୍ଲିକ, ଚୁମକି ମହାପାତ୍ର, ଉଶେଶ୍ୱରୀ ପ୍ରଧାନ, ଚୁମକି ମହାପାତ୍ର, ବନରକ୍ଷୀ ଶୁଭମ୍ ମହାନ୍ତି ଓ ଅନ୍ୟାନ୍ୟ ବନ କର୍ମଚାରୀଙ୍କ ସମେତ ମାଉଣ୍ଟ ଏକ୍ସପ୍ଲୋରର ସଦସ୍ୟ,ବୈଷ୍ନୋଦେବୀ ମନ୍ଦିର ପରିଚାଳନା କମିଟିର ଶ୍ରବଣ ଲାଠ ଓ ମହେନ୍ଦ୍ର ଦାଶ,ପ୍ରକୃତିବନ୍ଧୁ ନୀଳକଣ୍ଠ ସା, ଭୁବନେଶ୍ୱର ପ୍ରଧାନ, ସଂଜୟ ଖମାରୀ, ଦିଲ୍ଲୀପ ଚନ୍ଦ୍ର ମହାପାତ୍ର, ଶୋଭାଚନ୍ଦ୍ର ପ୍ରଧାନ, ବୈଲୋଚନ ପଧାନ, ଗିରିଧାରୀ ଡନସନା, ତ୍ରିଲୋଚନ ସାହୁ,ଜୟଶ୍ରୀ ସାହୁ,ଲିସା ପ୍ରଧାନ, ଜ୍ୟୋତି ବେହେରା,ତରଣୀ ମେହେର, ଲକ୍ଷ୍ମୀ ନାରାୟଣ ବନଛୋର , ସୁରେନ୍ଦ୍ର ମୋହନ ସାହୁ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ପରିବେଶବିଦ୍ ସଂଜୟ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *