ସନ୍ଥପଡା ପଂଚାୟତରେ ଅଯୋଧ୍ୟା ରୁ ଆସିଥିବା ଅକ୍ଷତ ଓ ନିମନ୍ତ୍ରଣ ପତ୍ର ବଣ୍ଟନ
ତାଳଚେର:ତା ୧୪/୧: ଦୀର୍ଘ ୫୦୦ ବର୍ଷ ପରେ ଶ୍ରୀରାମ ଜନ୍ମଭୂମୀ ଅଯୋଧ୍ୟା ରେ ଆସନ୍ତା ଜାନୁୟାରୀ ୨୨ ତାରିଖରେ ପ୍ରଭୁ ରାମଲାଲା ଙ୍କର ପ୍ରାଣ ପ୍ରତିଷ୍ଠା ହେବ।ଏହାକୁ ନେଇ ସମଗ୍ର ଦେଶରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଛି।ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଅଯୋଧ୍ୟା ପକ୍ଷରୁ ସମଗ୍ର ଦେଶରେ ସମସ୍ତ ଙ୍କ ଘରେ ଘରେ ଯାଇ ଅଯୋଧ୍ୟା ରୁ ଆସିଥିବା ଅକ୍ଷତ ,ନିମନ୍ତ୍ରଣ ପତ୍ର, ଭଗବାନ ଙ୍କ ଫୋଟ ଚିତ୍ର ବଣ୍ଟନ କରାଯାଉଛି। ତାଳଚେରରେ ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଅଯୋଧ୍ୟା ପକ୍ଷରୁ ଘର ଘର ବୁଲି ନିମନ୍ତ୍ରଣ ପତ୍ର, ଅକ୍ଷତ ଓ ପ୍ରଭୁ ଶ୍ରୀରାମଙ୍କ ଫୋଟ ଚିତ୍ର ବଣ୍ଟନ କରାଯାଇଛି।ସମଗ୍ର ତାଳଚେର ରେ ସବୁ ଘରେ ନିମନ୍ତ୍ରଣ ପହଞ୍ଚାଇବା ପାଇଁ ସ୍ୱତନ୍ତ୍ର ଭାବେ ଦାୟିତ୍ୱ ବଣ୍ଟନ କରାଯାଇଛି।ତାଳଚେର ବ୍ଲକ ର ବିଭିନ୍ନ ପଂଚାୟତ ରେ ସବୁ ଘର କୁ ଘର ଯାଇ ଭବ୍ୟ ପରିବେଶ ମଧ୍ୟରେ ନିମନ୍ତ୍ରଣ ପତ୍ର ଓ ଅକ୍ଷତ ବଣ୍ଟନ କରାଯାଉଛି।ଶନିବାର ତାଳଚେର ବ୍ଲକ ର ସନ୍ଥପଡା ପଂଚାୟତ ର ସମସ୍ତ ଗ୍ରାମରେ ଶତାଧିକ ରାମଭକ୍ତ ମାନେ ଶୋଭାଯାତ୍ରାରେ ସାମିଲ ହୋଇ ଅକ୍ଷତ ଓ ନିମନ୍ତ୍ରଣ ପତ୍ର ବଣ୍ଟନ କରିଥିଲେ।ଜାନୁଆରୀ ୨୨ ତାରିଖରେ ସମସ୍ତ ଙ୍କ ଘରେ ଦିନ ୧୧ ଟାରୁ ୧ ଟା ମଧ୍ୟରେ ପୂଜାର୍ଚ୍ଚନା କରିବା ସହ ସନ୍ଧ୍ୟାରେ ଦୀପ ଜାଳି ଦୀପାବଳି ଉତ୍ସବ ପାଳନ କରିବାକୁ ନିବେଦନ କରିଥିଲେ।ସେହିଭଳି ସମସ୍ତ ମନ୍ଦିର କୁ ସ୍ୱଚ୍ଛ କରି ସ୍ୱତନ୍ତ୍ର ଭାବେ ପୂଜାର୍ଚ୍ଚନା କରିବାକୁ ନିବେଦନ କରାଯାଇଛି।ରାମଭକ୍ତ କାଳନ୍ଦି ସାମଲ ,ପର୍ଶୁରାମ ବାରିକ, ମାୟାଧର ସାହୁ, ସରପଞ୍ଚ ସହଦେଵ ସାହୁ, ସୋମନାଥ ସାମଲ, ପ୍ରଦୀପ ସାମଲ, ଶଶାଙ୍କ ଗଡ଼ନାୟକ, ରାକେଶ ସାମଲ, କୈଳାସ ମହାନ୍ତି, ଲାଲା ମହାନ୍ତି, ଉଦ୍ଧବ ସାହୁ, ନିର ଭୁତିଆ, ମଦନ ପ୍ରଧାନ, ବାବୁଲି ପ୍ରଧାନ,ଦିବାକର ପ୍ରଧାନ,ଶିବରମ ପ୍ରଧାନ, କହେଁଇ ସାମଲ, ବୁଦ୍ଧିମନ୍ତ ରାଉତ, ସୁନିଲ ସାମଲ, ଇତନୁ ଭୁକ୍ତା ଙ୍କ ସମେତ ବହୁ ରାମଭକ୍ତ ସାମିଲ ହୋଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ସଂଘ ର ବିଭିଧ କ୍ଷେତ୍ରର କାର୍ଯ୍ୟକର୍ତା ,ସମସ୍ତ ରାମଭକ୍ତ, ବିଶିଷ୍ଟ ବ୍ୟକ୍ତି, ସଂକୀର୍ତ୍ତନ ମଣ୍ଡଳୀ, ଧର୍ମାନୁଷ୍ଠାନ ସାମିଲ ହୋଇ ପ୍ରଭୁ ଶ୍ରୀରାମ ଙ୍କ କାର୍ଯ୍ୟ ରେ ଭବ୍ୟ ପରିବେଶ ମଧ୍ୟରେ ଅକ୍ଷତ ବଣ୍ଟନ କରୁଛନ୍ତି।