ମହର୍ଷି ମହେଶ ଯୋଗୀଙ୍କ ୧୦୭ତମ ଜନ୍ମ ବାର୍ଷିକ ସମାସମାରୋହରେ ପାଳିତ
ଭୁବନେଶ୍ୱର,୧୨ ।୧(ପି.ଏନ): ଭୁବନେଶ୍ୱର ଖାରବେଳ ନଗରସ୍ଥିତ ବୁ୍ଦ୍ଧମନ୍ଦିର ସଭାକକ୍ଷରେ ବିଶ୍ୱବିଖ୍ୟାତ ବୈଜ୍ଞାନିକ ସନ୍ଥ ଭାବାତିତ ଧ୍ୟାନଯୋଗ ସିଦ୍ଧି କାର୍ଯ୍ୟକ୍ରମ ଓ ବେଦବିଜ୍ଞାନର ପ୍ରଣେତା ପରମ ପୂଜ୍ୟ ମହେଶ ମହର୍ଷି ଯୋଗୀଙ୍କର ୧୦୭ତମ ଜନ୍ମ ବାର୍ଷିକୀ ଉତ୍ସବ ମହା ଧୁମ୍ ଧାମରେ ପାଳିତ ହୋଇଯାଇଅଛି । ସୂଚନା ଯୋଗ୍ୟ ସାରା ବିଶ୍ୱରେ ଏହା ଜାନୁଆରୀ ୧୨ ତାରିଖରେ ଜ୍ଞାନଯୁଗ ଦିବସ ରୂପେ ୧୯୭୨ ମସିହାରୁ ପାଳିତ ହୋଇ ଆସୁଅଛି । ପଣ୍ଡିତ୍ ଦିବାକର ଓ ଜଟାଧାରୀଙ୍କ ଦ୍ୱାରା ପ୍ରାରମ୍ଭିକ ବେଦ ପାଠ, ନିମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ, ମହର୍ଷିଙ୍କ ପ୍ରମୁଖ ଶିଷ୍ୟ ଡକ୍ଟର ପବିତ୍ର ମୋହନ ସାମନ୍ତରାୟଙ୍କ ଦ୍ୱାରା ସାମୂହିକ ଗୁରୁପୂଜନ ସହ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟଅତିଥି ଭୁବନେଶ୍ୱର ଉତ୍ତର ପୂର୍ବତନ ବିଧାୟକ, ରାଜ୍ୟ ହାଉସିଂବୋଡର଼୍ ଅଧକ୍ଷ ଶ୍ରୀମାନ ପ୍ରିୟଦର୍ଶି ମିଶ୍ର ତାଙ୍କ ବକ୍ତବ୍ୟରେ ମହର୍ଷିଙ୍କ ସମସ୍ତ ମାନବିକ କଲ୍ୟାଣ ଉଦ୍ଦେଶ୍ୟରେ କରାଯାଇଥିବା କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିବା ସହ ଓଡ଼ିଶାରେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଅନେକ ଶିକ୍ଷାନୁଷ୍ଠାନ ଏବଂ ବେଦ ବିଜ୍ଞାନରେ ପ୍ରଶିକ୍ଷିତ ଅନେକ ପଣ୍ଡିତ ଓ ଆଚାର୍ଯ୍ୟ କିପରି ଆଜି ସମଗ୍ର ଦେଶ ବିଦେଶରେ ପ୍ରତିଷ୍ଠିତ ଲାଭ କରିପାରିଛନ୍ତି ତାହାର ବିଶଦ୍ ଭାବେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ମହର୍ଷି ପବ୍ଲିକ ସ୍କୁଲ ସମୂହ ଓ ବୈଦିକ ଇଣ୍ଟରନ୍ୟାସନାଲ ଫାଉଣ୍ଡେସନର ଅଧ୍ୟକ୍ଷ ଡକ୍ଟର ପବିତ୍ର ମୋହନ ସାମନ୍ତରାୟ ମହର୍ଷିଙ୍କ ପ୍ରତ୍ୟେକ୍ଷ ନିର୍ଦ୍ଦେଶନରେ ବହୁ ବର୍ଷ କାର୍ଯ୍ୟ କରିଥିବା ସହ ଓଡ଼ିଶାରେ ଅନେକ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ କୃତଜ୍ଞତା ଅର୍ପଣ କରିଥିଲେ । ଅନ୍ୟତମ ସମ୍ମାନନୀତ ଅତିଥି ସଂସ୍ଥାର ଓଡ଼ିଶାର ସଂଯୋଜକ ବିଜୟାନନ୍ଦ ମିଶ୍ର ଓ ବରିଷ୍ଠ ଧ୍ୟାନ ଶିକ୍ଷକ ରଘୁନାଥ ମିଶ୍ର ମହର୍ଷିଙ୍କ ଜୀବନାଦର୍ଶନ ଉପରେ ଆଳୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଧ୍ୟାନ ଶିକ୍ଷକ ମୂରଲି ସାହୁ,ବରିଷ୍ଠ ସାମ୍ବାଦିକ ସଞ୍ଜୟ ଦାସ, ବିଜୟ ଦାସ, ସ୍ୱନାଧନ୍ୟ ଚିତ୍ରଶିଳ୍ପୀ ପ୍ରଦ୍ୟୁମ୍ନ ଦାସ, ବିଶିଷ୍ଟ ଶ୍ରମିକ ନେତା ସତ୍ୟବ୍ରତ ନାୟକ, ବିଶିଷ୍ଟ ସମାଜସେବୀ ଲୋକନାଥ ଦାସ ତଥା ଅନେକ ମହର୍ଷିଙ୍କ ଅନୁଗାମୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ସଭାକାର୍ଯ୍ୟକୁ ବରିଷ୍ଠ ଧ୍ୟାନ ଶିକ୍ଷକ ମନୋରଞ୍ଜନ ମିଶ୍ର ପରିଚାଳନା କରିଥିବା ବେଳେ ସଂଯୋଜକ ଓ ଧ୍ୟାନଯୋଗ ଶିକ୍ଷକ ଅଶୋକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।