ରାଜ୍ୟ

ମଝି ଆକାଶ‌ରେ ବିମାନରେ ଲାଗିଲା ନିଆଁ; ପାଇଲଟଙ୍କ ସୁରକ୍ଷିତ ଅବତରଣ ହେତୁ ବଞ୍ଚିଲା ୧୨୨ଜଣ ଯାତ୍ରୀଙ୍କ ଜୀବନ

ନୂଆଦିଲ୍ଲୀ: ଜାପାନରେ ଏକ ଯାତ୍ରୀବିମାନ ପକ୍ଷୀ ସହିତ ଧକ୍କା ହେବାରୁ ମଝି ଆକାଶରେ ନିଆଁ ଲାଗି ଯାଇଥିଲା। ସୌଭାଗ୍ୟବଶତଃ ଏଥିରେ କୌଣସି ଯାତ୍ରୀଙ୍କୁ କିଛି କ୍ଷତି ପହଞ୍ଚି ନଥିଲା। ସମସ୍ତେ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇ ଯାଇଥିଲେ।ସୂଚନାଯୋଗ୍ୟ, ଦକ୍ଷିଣ କୋରିଆରେ ୧୨୨ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା ଆରମ୍ଭ କରିଥିବା ଟି’ୱେ ଏୟାର ବିମାନର ବୋଇଂ ୭୩୭-୮୦୦ ବିମାନ ଜାପାନର ରାଜଧାନୀ ଟୋକିଓସ୍ଥିତ ନରିତା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଯାତ୍ରା ଆରମ୍ଭ କରିଥିଲା। ଏହି ବିମାନ ଦକ୍ଷିଣ କୋରିଆର ରାଜଧାନୀ ସୋଲ ଠାରୁ ପାଖାପାଖା ୫୦କିଲୋମିଟର ଦୂର ପଶ୍ଚିମ ଇଞ୍ଚିୟୋନ ବିମାନବନ୍ଦରରେ ଅବତରଣ କରିବାର ଥିଲା। ଏହି ସମୟରେ ବିମାନରେ ନିଆଁ ଲାଗିଯାଇଥିଲା।

ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳୁଛି, ବିମାନଟି ଓହ୍ଲାଇବାକୁ ‌ଚେଷ୍ଟା କରୁଥିବା ବେଳେ ସେଥିରେ ପକ୍ଷୀ ମାଡ଼ ହେଉଛି। ଫଳରେ ବିମାନରେ ନିଆଁ ଲାଗିଯାଉଛି।’

ଉକ୍ତ ବିମାନରେ ଯାତ୍ରା କରୁଥିବା ଯାତ୍ରୀ ଏହି ଘଟଣାର ଭିଡିଓ ରେକର୍ଡ କରିବା ସହିତ କହିଛନ୍ତି,‘ ବିମାନ ବାହା‌ରେ ନିଆଁ ଲାଗିଥିବାର ଦେଖି ମୁଁ ଭିତରୁ ଥାଇ ଏହାର ଭିଡିଓ କରିଥିଲି। ବିମାନ ଭିତରେ ଥିବା ସମସ୍ତ ଯାତ୍ରୀ ଜଳିବା ଗନ୍ଧ ପାଇ ଭୟଭୀତ ହୋଇଯାଇଥିଲେ। ସୌଭାଗ୍ୟବଶତଃ ପାଇଲଟ ସାବଧାନତା ସହ ନିକଟସ୍ଥ ବିମାନବନ୍ଦରରେ ବିମାନକୁ ଜରୁରୀ ଅବତରଣ କରିଥିଲେ। ଯାହାଫଳରେ ଯାତ୍ରୀଙ୍କ ଜୀବନ ରକ୍ଷା ପାଇଯାଇଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇଥିଲେ।’

Leave a Reply

Your email address will not be published. Required fields are marked *