ପଟ୍ଟା ପାଇଁ ତହସିଲ ଅଫିସ ଘେରିଲେ ଗ୍ରାମବାସୀ।
କୁକୁଡାଖଣ୍ଡି( ଇପିଲି ପୂର୍ଣ୍ଣଚନ୍ଦ୍ର): କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଅନ୍ତେଇ ପଞ୍ଚାୟତ ର ନୂଆ ଅନ୍ତେଇ ଗ୍ରାମର ଗ୍ରାମବାସୀମାନେ ଦୀର୍ଘ ଦିନ ଧରି ନିଜେ ବସବାସ କରୁଥୁବା ଜଗା ର ସ୍ଥାଇ ପଟ୍ଟା ପାଇ ପାରୁନଥିବାରୁ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଗ୍ରାମର ଅଧିକାଂଶ ଲୋକେ ପଟ୍ଟା ପାଇପାରି ନାହାନ୍ତି l ସ୍ଥାୟୀ ପ୍ରମାଣ ପତ୍ର, ଆବାସ ଯୋଜନାରୁ ବଞ୍ଚିତ ହେଉଛନ୍ତି, ଧାନ ମଣ୍ଡିରେ ରେଜିଷ୍ଟେସନ ହୋଇପାରୁନାହିଁ, ଜମି କିଣା ବିକା ମଧ୍ୟ ହୋଇପାରୁନାହିଁ l ବିଭିନ୍ନ ସରକାରୀ ଯୋଜନା ରୁ ମଧ୍ୟ ବଞ୍ଚିତ ହେଉଛନ୍ତି l ଏନେଇ ବିଜେପି ନେତା ଉତ୍ତମ କୁମାର ପାଣିଗ୍ରାହୀ ଙ୍କ ନେତୃତ୍ୱ ରେ ଶତାଧିକ ଗ୍ରାମବାସୀ ମାନେ କୁକୁଡ଼ାଖଣ୍ଡି ତହସିଲ ଅଫିସ ଘେରାଉ କରିଥିଲେ l ତହସିଲଦାର ଙ୍କ ଅନୁପସ୍ଥିତ ରେ ଅତିରିକ୍ତ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ l