ରାଜ୍ୟ

ଅଯୋଧ୍ୟା ରାମଲଲ୍ଲା ପ୍ରାଣପ୍ରତିଷ୍ଠା ସମାରୋହର ମୁଖ୍ୟ ଯଜମାନ କିଏ 

ଅଯୋଧ୍ୟା : ଅଯୋଧ୍ୟାରେ ଶ୍ରୀ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠାନ ବେଳେ ଗର୍ଭଗୃହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରବେଶକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜ୍ୟୋତିଷ ପୀଠର ଶଙ୍କରାଚାର୍ଯ୍ୟ ଓ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ । ପୁଣି ମୋଦୀଙ୍କ ସହିତ ତାଙ୍କ ପତ୍ନୀ ନଥିବାରୁ ସେ କିପରି ଯଜମାନ ହୋଇପାରିବେ ବୋଲି ପ୍ରଶ୍ନ ଉଠାଉଛନ୍ତି  ଶଙ୍କରାଚାର୍ଯ୍ୟ ଅବିମୁକ୍ତେଶ୍ବାରନନ୍ଦ ସରସ୍ବତୀ । ଏହା ଶାସ୍ତ୍ର ବିରୋଧୀ ବୋଲି ସେ କହିଛନ୍ତି ।କିନ୍ତୁ ରାମ ମନ୍ଦିର ତୀର୍ଥକ୍ଷେତ୍ର ପକ୍ଷରୁ ଯେଉଁ ସୂଚନା ଜାରି କରାଯାଇଛି ସେଥିରୁ ସ୍ପଷ୍ଟ ହେଉଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବୈଦିକ ଅନୁଷ୍ଠାନର ମୁଖ୍ୟ ଯଜମାନ ନୁହନ୍ତି । ମୋଦୀ ଏହି ପ୍ରାଣ ପ୍ରତିଷ୍ଠାନ ଅନୁଷ୍ଠାନର ଅନ୍ୟତମ ଯଜମାନ । କିନ୍ତୁ ମୁଖ୍ୟ ଯଜମାନ ହେଉଛନ୍ତି ଡକ୍ଟର ଅନୀଲ ମିଶ୍ର ଓ ତାଙ୍କ ପତ୍ନୀ ଉଷା ମିଶ୍ର । ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ପ୍ରାଣ ପ୍ରତିଷ୍ଠା ସମାରୋହରେ ଏହି ଦମ୍ପତ୍ତି ଯଜମାନଭାବେ ବସିଥିଲେ । ଏହି ଦମ୍ପତ୍ତି ଆସନ୍ତା ୭ ଦିନ ପର୍ଯ୍ୟନ୍ତ ମୁଖ୍ୟ ଯଜମାନ ଭାବେ ପୂଜାରେ ବସିବେ । ମଙ୍ଗଳବାର ଥିଲା ଏହି ବୈଦିକ ଅନୁଷ୍ଠାନର ପ୍ରାୟଶ୍ଚିତ ଓ  କର୍ମକୁଟୀ ପୂଜନ । ସେହିପରି ଆସନ୍ତା କାଲି ଅର୍ଥାତ୍ ୧୭ ତାରିଖରେ ନବ ନିର୍ମିତ ମନ୍ଦିର ପରିସରକୁ ରାମଲଲ୍ଲାଙ୍କ ମୂର୍ତ୍ତି ପ୍ରବେଶ କରାଯିବ ।

Leave a Reply

Your email address will not be published. Required fields are marked *