ରାଜ୍ୟ

କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାର ମୃତ୍ୟୁ

ଭୋପାଳ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ଆଜି ପୁଣି ଏକ ଖରାପ ଖବର ସାମ୍ନାକୁ ଆସିଛି । ବିଦେଶରୁ ଅଣାଯାଇଥିବା ଆଉ ଏକ ଚିତାର ମୃତ୍ୟୁ ହୋଇଛି । ମୃତ ଚିତାର ନାମ ହେଉଛି ଶୌର୍ଯ୍ୟ ।

ଲାୟନ ପ୍ରୋଜେକ୍ଟର ନିର୍ଦ୍ଦେଶକ କହିଛନ୍ତି ଯେ ଆଜି ଅପରାହ୍ନ ପ୍ରାୟ ୩.୧୫ରେ ଚିତା ଶୌର୍ଯ୍ୟର ମୃତ୍ୟୁ ଘଟିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ମୃତ୍ୟୁର କାରଣ ଜଣାପଡ଼ିବ। ଆଉ ଏକ ଚିତାର ମୃତ୍ୟୁ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିତା ପ୍ରକଳ୍ପର ସଫଳତା ନେଇ ପ୍ରଶ୍ନଚିହ୍ନ ଲାଗିଯାଇଛି । ବର୍ତ୍ତମାନ ସୁଦ୍ଧା କୁନୋରେ ୭ଟି ଚିତା ଓ ୩ଟି ଛୁଆଙ୍କ ସମେତ ୧୦ଟି ଚିତା ପ୍ରାଣ ହରାଇଛନ୍ତି।

ଆଜି ଅପରାହ୍ନ ପ୍ରାୟ ୩ଟା ୧୫ମିନିଟରେ ଚିତା ଶୌର୍ଯ୍ୟର ମୃତ୍ୟୁ ହୋଇଥିବା ଲାୟନ୍ ପ୍ରୋଜେକ୍ଟର ନିର୍ଦ୍ଦେଶକ କହିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଚିତା ଶୌର୍ଯ୍ୟଙ୍କ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ମନିଟରିଂ ଟିମ୍ ଚିତା ଶୌର୍ଯ୍ୟକୁ ଅଚେତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ଚିତାକୁ ବଞ୍ଚାଇବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ଚିତା ଶୌର୍ଯ୍ୟଙ୍କ ଜୀବନ ବଞ୍ଚି ପାରିନଥିଲା।

Leave a Reply

Your email address will not be published. Required fields are marked *