ରାଜ୍ୟ

ଡୁଡୁହା ଶୌବ ପିଠରେ ଦାମଦୋର ମେଳାଅସ୍ଥି ବିସର୍ଜନଆତ୍ମାର ସଦଗତି କାମନା କଲେ ସାନ୍ତାଳ ସଂପ୍ରଦାୟ

ଖୁଣ୍ଟା –

ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଳକ ଅଧିନ ବାଲିଡ଼ିହା ଗ୍ରାମସ୍ଥିତ ଗଙ୍ଗାହାର ନଦୀ ର ଡୁଡୁହା ଶୌବ ପିଠ ବା ବାରୁଣା ଘାଟରେ ଆଦିବାସୀ ସଂପ୍ରଦାୟ ପକ୍ଷରୁ ଦାମୋଦର ମେଳା ବା ଦାମୋଦର ଘାଟ୍ ଅନୁଷ୍ଠିତ ହୋଇଯାଇଛି । ସାମୁହିକ ଅସ୍ଥି ବିସର୍ଜନ ପାଇଁ ଖୁଣ୍ଟା ଓ ଗୋପବନ୍ଧୁ ନଗର ବ୍ଳକ ଦ୍ୱୟର ବିଭିନ୍ନ ଅଞ୍ଚଳରୁ ସାନ୍ତାଳ ସଂପ୍ରଦାୟର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା ।
ସୂଚନା ଅନୁଯାୟୀ ମକର ସଂକ୍ରାନ୍ତିର ତୃତୀୟ ଦିନରେ ପାଳିତ ଏହି ଦାମୋଦର ଯାତ୍ରା ରେ ସାନ୍ତାଳ ସଂପ୍ରଦାୟ ର ଲୋକେ ପାରମ୍ପରିକ ରିତିନୀତି ଅନୁଯାୟୀ ପରିବାରର ସଦସ୍ୟ ମାନଙ୍କ ପକ୍ଷରୁ ପିତୃପୁରୁଷଙ୍କ ଶ୍ରାଦ୍ଧ ଓ ତିଳ ତର୍ପଣ କରି ବୁଡ ପକାଇ ଥାଆନ୍ତି । ଯାହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଡୁଡୁହା ଶୌବପିଠ । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ପାରମ୍ପରିକ ପର୍ବ ମାଧ୍ୟମରେ ପରିବାରର ବର୍ଷକ ମଧ୍ୟରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ଅସ୍ଥି କୁ ବର୍ଷର ଏହି ଦିନ ଦାମଦର୍ ଘାଟ୍ ରେ ପାରମ୍ପରୀକ ରିତିନୀତି ଅନୁଯାୟୀ ଶାଳଗଛକୁ ଠାକୁର ଭାବେ ପୂଜା କରି ସେଠାରେ ଲଣ୍ଡା ହେବା ସହ ବୁଡ଼ ପକାଇ ଅସ୍ଥି ବିସର୍ଜନ କରାଯାଇଥାଏ । ଯାହା ଦ୍ଵାରା ମୃତକଙ୍କ ଆତ୍ମାର ଶାନ୍ତି ଓ ସଦଗତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ସାନ୍ତାଳ ସଂମ୍ପ୍ରଦାୟ ପକ୍ଷରୁ ଅନୁଷ୍ଠିତ ଦାମୋଦର ମେଳାରେ କେବଳ ଯେ ଅସ୍ଥି ବିସର୍ଜନ କରନ୍ତି ତାହା ନୁହେଁ ସେମାନେ ମୃତ ଲୋକଙ୍କ ଉଦ୍ଧେଶ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଲୁଗା , ବାସନ , ଛେଳି , କୁକୁଡ଼ା ଆଦି ଏହି ସ୍ଥାନକୁ ଆସିଥିବା ଅନ୍ୟ ପରିବାର ସହ ଅଦଳ ବଦଳ କରିଥାଆନ୍ତି । ଏବଂ ଗରିବ ଲୋକଙ୍କୁ ଟଙ୍କା , ଚାଉଳ ଆଦି ଦାନ କରାଯିବାର ପରମ୍ପରା ରହି ଆସିଛି ବୋଲି ଦାମଦୋର ଯାତ୍ରୀମାନେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *