ଡୁଡୁହା ଶୌବ ପିଠରେ ଦାମଦୋର ମେଳାଅସ୍ଥି ବିସର୍ଜନଆତ୍ମାର ସଦଗତି କାମନା କଲେ ସାନ୍ତାଳ ସଂପ୍ରଦାୟ
ସମ୍ବଲପୁର,୧୭ା୧ –
ନ୍ୟାସନାଲ ବୁକ୍ ଟ୍ରଷ୍ଟ, ଇଣ୍ଡିଆ (ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାର) ଆନୁକୂଲ୍ୟରେ ଓ ‘ସେତୁ’ ସହଯୋଗରେ ସମ୍ବଲପୁରର ଅଇଁଠାପାଲିସ୍ଥିତ ବିର୍ସାମୁଣ୍ଡା ମୈଦାନ (ପିଏଚଡି ପଡ଼ିଆ)ଠାରେ ଆସନ୍ତା ୨୧ ରୁ ୨୯ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ପୁସ୍ତକମେଳା ଆୟୋଜିତ ହେଉଛି।
ଏହି ପୁସ୍ତକମେଳାକୁ ୨୧ ତାରିଖରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିବେ। ‘ସମସ୍ତଙ୍କ ପାଇଁ ବହି’ ଏହି ପୁସ୍ତକମେଳାର ମୁଖ୍ୟ ପ୍ରସଙ୍ଗ। ଏହି ମେଳାରେ ଏନବିଟି ଇଣ୍ଡିଆ, ସାହିତ୍ୟ ଅକାଦମୀ, ପବ୍ଲିକେଶନ ଡିଭିଜନ, କେମ୍ବ୍ରିଜ ବୁକ୍ସ, ଗୀତା ପ୍ରକାଶନୀ, ବୁକ୍ମେଟ ପବ୍ଲିଶିଂ ସମେତ ୧୦୦ରୁ ଊର୍ଦ୍ଧ୍ବ ରାଜ୍ୟ ଓ ରାଜ୍ୟ ବାହାରର ବିଶିଷ୍ଟ ପ୍ରକାଶକ ଓ ପୁସ୍ତକ ବିକ୍ରେତା ଅଂଶଗ୍ରହଣ କରୁଛନ୍ତି।
ପୁସ୍ତକମେଳାରେ ପ୍ରବେଶ ନିଃଶୁଳ୍କ ଅଟେ। ଏହି ଉପଲକ୍ଷେ ଆୟୋଜିତ ସାରସ୍ବତ କାର୍ଯ୍ୟକ୍ରମରେ ଓଡ଼ିଶାର ବହୁ ବିଶିଷ୍ଟ ଲେଖକଙ୍କୁ ଭେଟିବାର ସୁଯୋଗ ମିଳିବ। ପିଲାମାନଙ୍କ ପାଇଁ ପଟ୍ଟଚିତ୍ର ଅଙ୍କନ ଅଧିବେଶନ, ଇକ୍କତ କଳା କର୍ମଶାଳା ଆଦି କାର୍ଯ୍ୟକ୍ରମ ସହ ପ୍ରତି ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ନ୍ୟାସନାଲ ବୁକ୍ ଟ୍ରଷ୍ଟ, ଇଣ୍ଡିଆ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି।