ରାଜ୍ୟ

ଯୋଗ ବେଦାନ୍ତ ସେବା ସମିତି ବ୍ରହ୍ମପୁର ଶାଖା ତରଫରୁ ମାତୃ ପିତୃ ପୁଜନ ଦିବସ ପାଳିତ।

ବ୍ରହ୍ମପୁର- ୧୩/୨/୨୦୨୩– ଆଜିର ଏହି ସ୍ୱାର୍ଥପର ଏଵଂ ଲୋଭସର୍ବସ ଜଗତରେ ନିଃସ୍ଵାର୍ଥ ସେବା, ତ୍ୟାଗ ଓ ସମର୍ପଣର ସଂଦେଶ ନେଇ ଯୋଗ ବେଦାନ୍ତ ସେବା ସମିତି ତରଫରୁ ଏ ସୃଷ୍ଟିର ସମସ୍ତ ପ୍ରାଣୀ ବିଶେଷ କରି ମାତୃ ଜାତିର କଲ୍ୟାଣ ପାଇଁ ତଥା ଭାରତକୁ ବିଶ୍ୱଗୁରୁ କରିବାର ଇଛାନେଇ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ କାର୍ଯକ୍ରମ ଅନୁଷ୍ଠିତ ହେଉଛି, ଏହି କ୍ରମରେ ଏହି ମାସ ୧୨ ତାରିଖ ରବିବାର ଦିନ ମହୁଡ଼ାସ୍ଥିତ ଭୈରବୀ ମନ୍ଦିର ନିକଟରେ ଥିବା ଏକ ମଇଦାନରେ ବ୍ରହ୍ମପୁର ଶାଖା ତରଫରୁ ପବିତ୍ର ମାତୃ ପିତୃ ପୂଜନ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଜିର ପାଶ୍ଚାତ୍ୟ ଜଗତ ତରଫରୁ କିଭଳି ଆଧୁନିକତା ନାମରେ ନବ୍ୟ ସାଂସ୍କୃତିକ ଜାଗରଣ ମାଧ୍ୟମରେ ଅପସଂସ୍କୃତିର ବିଭିନ୍ନ ସାଧନ ମାଧ୍ୟମରେ ପ୍ରଚାର ପ୍ରସାର କରେଇ ଆମ ପ୍ରାଚୀନ ପରମ୍ପରା ଓ ବୈଦିକ ସଂସ୍କୃତିକୁ ଆକ୍ରମଣ କରି ମାନସିକ ଏବଂ ସାଂସ୍କୃତିକ ଭାବରେ ଆମକୁ କିଭଳି ବିରାସତରେ ପାଇଥିବା ସଭ୍ୟତାକୁ ଦୁର୍ବଳ କରି ଆମର ଯୌଗିକ ଓ ଯୌଥ ପରିବାରବାଦ୍ କୁ ଦୁର୍ବଳ କରି ଅନ୍ତଃସାର ଶୂନ୍ୟ କରିଦେବାକୁ ହୀନ ପ୍ରୟାସ ଚାଲିଛି ତାହା ଉପରେ ସଚେତନ ବାର୍ତ୍ତା ଦିଆଯିବା ସହ ପ୍ରାମାଣିକ ଚିତ୍ର ପଦର୍ଶନ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥାପନ କରାଯାଇଥିଲା।
ଏଥିରେ ବାସ୍ତବ ପ୍ରେମ କଣ ଏବଂ ପରିବାରର ସମସ୍ତ ସଦସ୍ୟ ମାନଙ୍କ ମଧ୍ୟରେ କେଉଁ ଭଳି ସୁଖଶାନ୍ତି ରହିପାରିବ ସନ୍ତାନମାନେ ବିନା ଆବିଳତାରେ କିପରି ନିଜର ପରମ ହିତୈଷି ଗୁରୁଜନମାନଙ୍କର ସମ୍ମାନ କରିବେ ଏବଂ ସେହିଭଳି ଗୁରୁଜନମାନେ କେଉଁ ଭଳି ଗଦ୍ ଗଦ୍ ପ୍ରେମଭରା ହୃଦୟରେ ସନ୍ତାନମାନଙ୍କୁ ଆଶୀର୍ବାଦ କରିବେ ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଆଜିର ଯୁବସମାଜ ଓ ଶିଶୁ ମାନଙ୍କୁ ନିଜ ପ୍ରଥା, ପରମ୍ପରା, ସଭ୍ୟତା ଓ ଗୌରବ ଭରା ବିବିଧ ସଂସ୍କୃତି ସହ ଆତ୍ମିକ ଭାବେଯୋଡ଼ି ରଖିବା ଏହାର ମୂଳ ଲକ୍ଷ୍ୟ।
ଯଦ୍ୱାରା ପରିବାରରେ ସମସ୍ତଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରାଯାଇ ପାରିବ ତଥା ପରିବାରରେ ସ୍ନେହ, ଶାନ୍ତି ଓ ଆନନ୍ଦ ଆସିଲେ ସମାଜ ତଥା ଦେଶ ରେ ଶାନ୍ତି ଆସିପାରିବ ଏଵଂ ଦିବ୍ୟ ଚେତନା ସଂସ୍କାର ଯୁକ୍ତ ସଂତାନମାନେ ଦେଶକୁ ବିଶ୍ଵଗୁରୁ କରିପାରିବେ। ଏହା ଉପରେ ଏକ କାର୍ଯ୍ୟଶାଳା ହୋଇଥିଲା ଏଥିରେ ୬୦୦ରୁ ଉର୍ଦ୍ଧ୍ବ ପିଲା ଓ ଅଭିଭାବକ ଉପସ୍ଥିତ ଥିଲେ ଓ କାର୍ଯକ୍ରମର ପରିଚାଳନା ନିଲାଞ୍ଚଳ ପାଢ଼ୀ , ରାମ ମହାରଣା, ଶ୍ରୀନିବାସ ପାଣିଗ୍ରାହୀ , ଶ୍ରୀକାନ୍ତ ପଢ଼ୀହାରି, ସନ୍ତୋଷ ଭାଇ,ଦୀପକ ଭାଇ ,ଗିରୀଷ୍ ଭାଇ କରିଥିଲେ। ଏଥିରେ ସହରତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସ୍ବତନ୍ତ୍ର ଆମନ୍ତ୍ରିତ ଅତିଥି ଭାବରେ ଯୋଗଦାନ କରିଥିଲେ।
ସଞ୍ଜୀବ କୁମାର ପଟ୍ଟନାୟକ, ସଭାପତି, ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି, ବ୍ରହ୍ମପୁର।

Leave a Reply

Your email address will not be published. Required fields are marked *