ରାଜ୍ୟ

ଜାନୁଆରି ୨୨ରେ କୋର୍ଟରେ ଛୁଟି ଘୋଷଣା କରିବାକୁ ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କଲା ବାର କାଉନସିଲ୍

ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମ ଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏହି ଉତ୍ସବକୁ ଦେଖିବାକୁ ସାରା ଭାରତର ଲୋକମାନେ ଅପେକ୍ଷା କରିଛନ୍ତି । ସେପଟେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ବୁଧବାର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ଚିଠି ଲେଖି ଜାନୁଆରି ୨୨ ରେ ଦେଶର ସମସ୍ତ ଅଦାଲତକୁ ଛୁଟି ଘୋଷଣା କରିବାକୁ ଅନୁରୋଧ କରିଛି । ତେବେ ଏ ସମ୍ପର୍କରେ ପ୍ରଧାନ ବିଚାରପତିଙ୍କ ମତାମତ ଜଣାପଡ଼ିନାହିଁ ।ଅନ୍ୟପକ୍ଷରେ ଜାନୁଆରି ୨୨ରେ ଦେଶର ବିଭିନ୍ନ ରାଜ୍ୟ ଛୁଟି ଘୋଷଣା କରିଛନ୍ତି । ସେସବୁ ରାଜ୍ୟଙ୍କ ମଧ୍ୟରେ ଅଛନ୍ତି ଉତ୍ତରପ୍ରଦେଶ, ହରିୟାଣା, ଗୋଆ, ଛତିଶଗଡ଼, ମଧ୍ୟପ୍ରଦେଶ । ଆଗାମୀ ଦିନରେ ଆଉ କେତେକ ରାଜ୍ୟ ବି ଛୁଟି ଘୋଷଣା କରିବାର ସମ୍ଭାବନା ରହିଛି ।

ଶ୍ରୀରାମ ମନ୍ଦିର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ସୋମବାର ସାମ୍ବାଦିକମାନଙ୍କୁ କହିଥିଲେ ଯେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ଜାନୁଆରୀ ୨୨ ତାରିଖ ମଧ୍ୟାହ୍ନ ୧୨ଟା ୨୦ରେ ଆରମ୍ଭ ହେବ ଏବଂ ଅପରାହ୍ନ ୧ଟା ସୁଦ୍ଧା ଶେଷ ହେବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାର ରାମ ମନ୍ଦିରରେ ହେବାକୁ ଥିବା ରୀତିନୀତିର ଏକ ଅଂଶ ଭାବରେ ବୁଧବାର ସରୟୁ ନଦୀ କୂଳରେ କଳସ ପୂଜନ କରାଯାଇଥିଲା ବୋଲି ମନ୍ଦିର ଟ୍ରଷ୍ଟର ଜଣେ ସଦସ୍ୟ କହିଛନ୍ତି।

Leave a Reply

Your email address will not be published. Required fields are marked *