ଅଦ୍ୟ ତା:- ୧୮.୦୧.୨୦୨୪ ତାରିଖ ସକାଳ ୧୦.୦୦ ଘଣ୍ଟିକା ସମୟରେ ଶ୍ରୀ ଜଗନ୍ନାଥ ଭକ୍ତବୃନ୍ଦ ଙ୍କ ଦ୍ୱାରା ବିରହରେକୃଷ୍ଣପୁର ଛକ ଠାରୁ ସଂକୀର୍ତ୍ତନ ମଣ୍ଡଳୀ, ଘଣ୍ଟ, ବାଦ୍ୟ ଓ ମେଢ଼ ସହକାରେ ଚାରିନଳା , ଅଠରନଳା, ମେଡିକାଲ ଛକ , ବଡଦାଣ୍ଡ , ମାର୍କେଟ ଚ୍ଛକ ଦେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଦୀକ୍ଷିଣ କରାଯାଇଥିଲା
ଅଦ୍ୟ ତା:- ୧୮.୦୧.୨୦୨୪ ତାରିଖ ସକାଳ ୧୦.୦୦ ଘଣ୍ଟିକା ସମୟରେ ଶ୍ରୀ ଜଗନ୍ନାଥ ଭକ୍ତବୃନ୍ଦ ଙ୍କ ଦ୍ୱାରା ବିରହରେକୃଷ୍ଣପୁର ଛକ ଠାରୁ ସଂକୀର୍ତ୍ତନ ମଣ୍ଡଳୀ, ଘଣ୍ଟ, ବାଦ୍ୟ ଓ ମେଢ଼ ସହକାରେ ଚାରିନଳା , ଅଠରନଳା, ମେଡିକାଲ ଛକ , ବଡଦାଣ୍ଡ , ମାର୍କେଟ ଚ୍ଛକ ଦେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଦୀକ୍ଷିଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୩୦ ଗୋଟି ଜିଲ୍ଲା ରୁ ୧୦୦୦୦ ରୁ ଉର୍ଦ୍ଧ ଜଗନ୍ନାଥ ଭକ୍ତ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ , ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ, ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ,ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଶୁଭାଶିଷ ଖୁଣ୍ଟିଆ ଓ ନାରାୟଣ ସ୍ୱାଇଁ ପରିଚାଳନା କରିଥିଲେ ।