ରାଜ୍ୟ

ଓଡ଼ିଶା ସରକାରଙ୍କ “ନୂଆଓଡ଼ିଶା” କାର୍ଯ୍ୟକ୍ରମ ଅଧୀନରେ, ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ ପୁରୀ ଆନୁକୂଲ୍ୟରେ “ନୂଆ ଓଡ଼ିଶା ଓଡ଼ିଆ ସାହିତ୍ୟ କାର୍ଯ୍ୟକ୍ରମ” ଉଦଘାଟିତ ହୋଇଯାଇଛି।

ଓଡ଼ିଶା ସରକାରଙ୍କ “ନୂଆଓଡ଼ିଶା” କାର୍ଯ୍ୟକ୍ରମ ଅଧୀନରେ, ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ ପୁରୀ ଆନୁକୂଲ୍ୟରେ “ନୂଆ ଓଡ଼ିଶା ଓଡ଼ିଆ ସାହିତ୍ୟ କାର୍ଯ୍ୟକ୍ରମ” ଉଦଘାଟିତ ହୋଇଯାଇଛି। ଏହି ଉଦ୍ଘାଟନ ଉତ୍ସବ ରେ ମୂଖ୍ୟ ଅତିଥି ମାତା ସୁଭଦ୍ରାଙ୍କ ସେବକ ବାଡ଼ଗ୍ରାହୀ ଦଇତାପତି ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର, ସି.ଏଚ.ଏସ.ଇ. ଓଡ଼ିଶାର ପୂର୍ବତନ ଅଧିକାରୀ ଶ୍ରୀ ବାସୁଦେବ ଛାଟ୍ଟୋଇ, ଡି.ଏସ୍‌.ଡି.ଇ.ଓ.ପୁରୀ ଶ୍ରୀ ସୁବାଶ ଚନ୍ଦ୍ର ବେହେରା,ଜି.ଏମ୍‌. ଡି.ଆଇ.ସି ପୁରୀ ଶ୍ରୀ ଅମୁଲ୍ୟ ରତ୍ନ ପଣ୍ଡା,ଅନୁଷ୍ଠାନ ର ପୂର୍ବତନ ପ୍ରଶିକ୍ଷକ ତଥା ଗୀତିକାର ଶ୍ରୀ ବିଜୟ କୁମାର ମିଶ୍ର,ଅଧ୍ଯକ୍ଷ ଶ୍ରୀ ଅରବିନ୍ଦ ଘୋଷ ଯୋଗ ଦେଇଥିଲେ।ଫେବୃଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁଥିବା ପ୍ରଥମ ‘ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ’ର ଟ୍ୟାଗଲାଇନ୍ ରହିଛି ‘ଭାଷା ହିଁ ଭବିଷ୍ୟତ’। ଏହା କୁ ଦୃଷ୍ଟିରେ ରଖି ଯୁବପିଢି ତଥା ଭବିଷ୍ୟତ ପିଢ଼ିଙ୍କ ପାଖରେ କିପରି ଓଡ଼ିଆ ଭାଷାର ଆଦର ବଢ଼ିବ ଏବଂ ଆଧୁନିକ ଜ୍ଞାନକୌଶଳ ଜରିଆରେ ଭାଷା କିପରି ଆଗକୁ ବଢ଼ିପାରିବ ସେ ସମ୍ପର୍କରେ ବୁଦ୍ଧିଜୀବୀ, ଗବେଷକ, ବିଦ୍ୱାନ୍‍ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମତ ବିନିମୟ ଏବଂ ବିଚାର- ବିମର୍ଷ ପାଇଁ ସୁଯୋଗ ସୃଷ୍ଟି ହେଉଛି ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ।ଏହି କ୍ରମରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଯଥା ଓଡିଆ ସଙ୍ଗୀତ, ଲୋକନୃତ୍ୟ,ଓଡିଆ ପ୍ରବନ୍ଧ ଲିଖନ, ଓଡ଼ିଆ ପ୍ରଶ୍ନୋତ୍ତର, ଓଡ଼ିଆ ବକ୍ତୃତା ଓ କାହାଣୀ କଥନ, ଓଡ଼ିଆ ହସ୍ତାକ୍ଷର ଏବଂ ବ୍ୟାକରଣ ଦକ୍ଷତା ଆଦି ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି।ଅନୁଷ୍ଠାନ ର ଅଧ୍ୟକ୍ଷ ଇ. ଅରୋବିନ୍ଦ ଘୋଷ ଙ୍କ ତତ୍ତ୍ଵାବଧାନରେ ଜଗତର ନାଥ ଜଗନ୍ନାଥ ଙ୍କ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟ ରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ। ଉକ୍ତ କାର୍ଯକ୍ରମ ମାଧ୍ୟମ ରେ ଜଗନ୍ନାଥ ସଂସ୍କୃତି ର ସୁନ୍ଦର ପ୍ରତିଫଳନ ହୋଇଥିଲା।

Leave a Reply

Your email address will not be published. Required fields are marked *