ରାଜ୍ୟ

ଆରବ ସାଗରରେ ଯୁଦ୍ଧ ଜାହାଜ ମୁତୟନ କରାଯାଇଛି : ନୌସେନା ମୁଖ୍ୟ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିସର ବଢୁଥିବାବେଳେ ଓ ହୁତି ବିଦ୍ରୋହୀମାନେ ଜାହାଜଗୁଡ଼ିକ ଉପରେ ଆକ୍ରମଣ କରୁଥିବାବେଳେ ସତର୍କ ହୋଇଉଠିଛି ଭାରତୀୟ ନୌସେନା ।  ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ସ୍ପଷ୍ଟ ଭାବେ କହିଛନ୍ତି ଯେ ଦେଶର ସାମୁଦ୍ରିକ ସ୍ୱାର୍ଥରକ୍ଷା ପାଇଁ ପଶ୍ଚିମ ଉପକୂଳରେ ଯୁଦ୍ଧ ଜାହାଜ ମୁତୟନ କରାଯାଇଛି ଏବଂ କୌଣସି ପ୍ରକାର ଅସ୍ଥିରତାକୁ ଅନୁମତି ଦିଆଯିବ ନାହିଁ । ଆରବ ସାଗର ଏବଂ ଲୋହିତ ସାଗରରେ ଖରାପ ସ୍ଥିତି ସମ୍ପର୍କରେ ନୌସେନା ମୁଖ୍ୟ କହିଛନ୍ତି ଯେ ଭାରତୀୟ ଯୁଦ୍ଧ ଜାହାଜ ଏହି ଅଞ୍ଚଳରେ ଦୁଇଟି ଡକାୟତି ବିରୋଧୀ ଅଭିଯାନ ପାଇଁ ମୁତୟନ ହୋଇସାରିଛି। ଭାରତୀୟ ବାଣିଜ୍ୟ ଜାହାଜ ଉପରେ କୌଣସି ଆକ୍ରମଣ ହୋଇନାହିଁ ବୋଲି ସେ କହିଛନ୍ତି। ଭାରତୀୟ ପତାକା ଧାରଣ କରୁଥିବା କୌଣସି ବାଣିଜ୍ୟିକ ଜାହାଜ ଉପରେ କୌଣସି ଆକ୍ରମଣ ହୋଇନାହିଁ।ନୌସେନା ମୁଖ୍ୟ କହିଛନ୍ତି ଯେ ଶେଷ ଥର ଯେତେବେଳେ ଭାରତୀୟ କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ଜାହାଜ ଉପରେ ଜଳଦସ୍ୟୁମାନେ ଆକ୍ରମଣ କରିଥିଲେ, ସେତେବେଳେ ଆମର ଯୁଦ୍ଧ ଜାହାଜ ତୁରନ୍ତ ମୁତୟନ କରାଯାଇଥିଲା ଏବଂ ଆମେ ଏହାର ଜବାବ ଦେଇଥିଲୁ । ଆମର ବାର୍ତ୍ତା ହେଉଛି ଆମେ କୌଣସି ଅସ୍ଥିରତା କିମ୍ବା ଅସୁରକ୍ଷିତତାକୁ ଅନୁମତି ଦେବୁ ନାହିଁ। ସାମୁଦ୍ରିକ କ୍ଷେତ୍ରରେ ଆମର ଜାତୀୟ ସ୍ୱାର୍ଥ ସୁରକ୍ଷିତ ରଖିବା ପାଇଁ ଆମେ ପ୍ରସ୍ତୁତ ଅଛୁ।

Leave a Reply

Your email address will not be published. Required fields are marked *