ରାଜ୍ୟ

୨୨ ତାରିଖ ଦିନ ଅଧା ଦିନ ଛୁଟି ରହିବ ଜାମିଆ ମିଲିଆ ଇସ୍ଲାମିଆ ବିଶ୍ବବିଦ୍ୟାଳୟ

ନୂଆଦିଲ୍ଲୀ: ଜାନୁଆରୀ ୨୨ ତାରିଖରେ ରାମଲଲାଙ୍କ ପୂଜାର୍ଚ୍ଚନା ପାଇଁ ସମଗ୍ର ଦେଶ ପ୍ରସ୍ତୁତ। ଅନେକ ରାଜ୍ୟରେ ସରକାରୀ ଛୁଟି ଘୋଷଣା କରାଯାଇଛି। ଏହା ସହ ଜାନୁଆରୀ ୨୨ ରେ ଅଧା ଦିନ ଛୁଟି ଘୋଷଣା କରିଛନ୍ତି କେନ୍ଦ୍ର ସରକାର ଓ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ସରକାର । ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ମଧ୍ୟ ଜାନୁଆରୀ ୨୨ ରେ ଅଧା ଦିନ ଛୁଟି ଘୋଷଣା କରିଛି ।

ଜାମିଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ କେନ୍ଦ୍ର ସରକାର ଜାନୁଆରୀ ୨୨ରେ ଅଧା ଦିନ ଛୁଟି ଘୋଷଣା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟରେ ମଧ୍ୟ ଅଧା ଦିନଛୁଟି ଘୋଷଣା କରାଯାଇଛି। ଏହା ପୂର୍ବରୁ ଆସାମ, ଛତିଶଗଡ଼, ଓଡ଼ିଶା, ଉତ୍ତରପ୍ରଦେଶ, ହରିୟାଣା ଏବଂ ରାଜସ୍ଥାନ ସରକାର ମଧ୍ୟ ଜାନୁଆରୀ ୨୨ ରେ ସରକାରୀ ଅନୁଷ୍ଠାନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଅଧା ଦିନ ଛୁଟି ଘୋଷଣା କରିଛନ୍ତି।

ଯୋଗୀ ଆଦିତ୍ୟନାଥ ସରକାର ଜାନୁଆରୀ ୨୨ ରେ ରାମଲଲାଙ୍କ ପବିତ୍ର ପର୍ବ ପାଇଁ ସମଗ୍ର ଉତ୍ତରପ୍ରଦେଶରେ ଛୁଟି ଘୋଷଣା କରିଛନ୍ତି । ଯୋଗୀ ସରକାର ଏହି ଦିନ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବିଦ୍ୟାଳୟରେ ଛୁଟି ଘୋଷଣା କରିଛନ୍ତି। ଏହା ସହ ରାମଲଲା ପ୍ରାଣ ପ୍ରତିଷ୍ଠା ସମାରୋହ ଦିନ ରାଜ୍ୟରେ ମାଂସ, ମାଛ, ମଦ ବିକ୍ରି ଉପରେ ସରକାର ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛନ୍ତି ।

Leave a Reply

Your email address will not be published. Required fields are marked *