ରାଜ୍ୟ

ରଣପୁର ବ୍ଲକ କଂଗ୍ରେସ ବନ୍ଧୁମିଳନ

ସ୍ଥାନୀୟ ମାର୍ଥାପଦର ସ୍ଥିତ ଶିମିଳି ଠାକୁରାଣୀ ମନ୍ଦିର ଠାରେ ରଣପୁର ବ୍ଲକ କଂଗ୍ରେସ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ୩୯ ଗୋଟି ପଞ୍ଚାୟତରୁ ଦଳୀୟ କର୍ମୀ ଯୋଗ ଦେଇ ବୁଥ ସ୍ତରରୁ ଦଳର ନୂତନ ସଂଗଠନ ଆରମ୍ଭ କରିବା ଉପରେ ଗୁରୁତ୍ୱ ଦେବା ସହ ତୁରନ୍ତ ରଣପୁରରେ ଦଳୀୟ କାର୍ଯ୍ୟାଳୟ ଖୋଲାଯିବା ଏବଂ ଗାଁଗାଁ ରେ କଂଗ୍ରେସ ଦଳ ହାତ ଚିହ୍ନ କାନ୍ଥବାଡ଼ ୱାଲିଙ୍ଗ କରାଇବା ଏବଂ ପ୍ରତ୍ୟେକ ପଞ୍ଚାୟତରେ ଦଳୀୟ କର୍ମୀ ସମ୍ମିଳନୀ କରାଯାଇ ବୁଥ କମିଟି ଗଠନ ଉପରେ ପ୍ରସ୍ତାବ ଆସିଥିଲା l ଜିଲ୍ଲା ସଭାପତି ଶ୍ରୀ ଦାଶ ଦଳର ନୂତନ ସଂଗଠନ ଆରମ୍ଭ ପାଇଁ କର୍ମୀ ମାନଙ୍କ ସମସ୍ତ ପ୍ରସ୍ତାବକୁ ଖୁବଶୀଘ୍ର କାର୍ଯ୍ୟକାରୀ କରାଯାଇ ଦଳକୁ କ୍ରିୟାଶୀଳ କରାଯିବା ସହିତ ବିଜେଡି ସରକାର ଦୁର୍ନୀତି ଭ୍ରଷ୍ଟାଚାର ବିରୁଦ୍ଧରେ ରଣପୁର ବ୍ଲକ ତହସିଲ ଘେରାଓ କରାଯିବ ଏବଂ ରଣପୁର ଚାନ୍ଦପୁର ଥାନା ଆଇଆଇସି ମାନେ ବିଜେଡି ନେତାଙ୍କ ହାତବାରିସୀ ସାଜି କଂଗ୍ରେସ ଲୋକଙ୍କ ନାମରେ ମିଥ୍ୟା କେଶ କରିବା ବନ୍ଦ ନହେଲେ ଥାନା ଆଗରେ କଂଗ୍ରେସ କର୍ମୀ ବିକ୍ଷୋଭ କରିବେ ବୋଲି କୁହାଯାଇଥିଲା l ମାର୍ଚ୍ଚ ମାସ ଶେଷ ସପ୍ତାହରେ ରଣପୁରରେ ପିସିସି ସଭାପତିଙ୍କ ସହ ଅନ୍ୟ ନେତୃବୃନ୍ଦଙ୍କୁ ଆଣି ଗର୍ଜନ ସମାବେଶ କରିବା ଶ୍ରୀ ଦାଶ ସୂଚନା ଦେଇଥିଲେ l ବୋଲି କହିଥିଲେ l ଯେଉଁ ବିରୋଧୀ ଦଳ ମାନେ କଂଗ୍ରେସର ନୟାଗଡ଼ରେ କିଛି ନାହିଁ ବୋଲି କହୁଛନ୍ତି ସେମାନେ ଆସିକି ଦେଖିକି ଯାଆନ୍ତୁ, କଂଗ୍ରେସ କୁ କେତେ ଲୋକ ଭଲ ପାଉଛନ୍ତି, ବିଜେଡି ବିଧାୟକ ଆଉ ତାଙ୍କର କୁଜିନେତା ଠିକାଦାର ଏତେ ଦୁର୍ନୀତିରେ ଉବୁଟୁବୁ ଯେ ସେହି ଦୁର୍ନୀତି ପର୍ଦ୍ଧlଫସ ହେଲ ନିର୍ବାଚନ ପୂର୍ବରୁ ସେମାନଙ୍କ ମୁହଁ କଳା ପଡ଼ିଯିବ l ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରତିମା ଜେନା, ବରିଷ୍ଠ କଂଗ୍ରେସ ନେତା ପିସିସି ସଭ୍ୟ ସତ୍ୟବ୍ରତ ନାୟକ,ଆଇନୀଜୀବୀ ସତ୍ୟରଞ୍ଜନ ମତ୍ତା,ଧ୍ରୁବଚାରଣ ପରିଡା, ଭିକାରୀ ପାତାଳସିଂ, ସୁରେନ୍ଦ୍ର କୁମାର କଳସ, ବାଳକୃଷ୍ଣ ଷଡ଼ଙ୍ଗୀ,ବାବୁଲି ସୁବୁଦ୍ଧି, ଲଷ୍ମୀଧର ପୃଷ୍ଟି, ନବକିଶୋର ସାଥୁଆ, ରାମ ଦାସ, ପ୍ରଭାତ ମହାନ୍ତି, ଶିଶିର ଭଞ୍ଜ, ନବକିଶୋର ସେଠି, ହୃଦାନନ୍ଦ କାଣ୍ଡି, ଲଷ୍ମଣ ପ୍ରଧାନ, ଗୋପାଳ ଖୁଣ୍ଟିଆ, କୃଷ୍ଣଚନ୍ଦ୍ର ପାତ୍ର, ବିଜୟ କୁମାର ରାଉତ, ସୁଜିତ ପ୍ରଧାନ, କୃଷ୍ଣଚନ୍ଦ୍ର ସେଠି, ସୁଦର୍ଶନ ପ୍ରଧାନ,ଆଇନଜୀବି ଶତ୍ରୁଘ୍ନ ପାଇକେରା,, ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ମୀର ଆବୁବକର ସିଦ୍ଧିକ, ଛାତ୍ରକଂଗ୍ରେସ ରାଜ୍ୟ ସମ୍ପାଦକ ଅନିଲ ଛୁଆଳସିଂରଣପୁର ବ୍ଲକ ଯୁବକଂଗ୍ରେସ ସଭାପତି ଜିତେନ୍ଦ୍ର ପ୍ରଧାନ, ପ୍ରକାଶ ଚନ୍ଦ୍ର ନାୟକ ପ୍ରମୁଖ ଏହି ବନ୍ଧୁମିଳନ ଉତ୍ସବରେ ୫୦୦ ଦଳୀୟ କର୍ମୀ କାର୍ଯ୍ୟକର୍ତା, ମହିଳା ଯୁବକ, ଛାତ୍ର ଯୋଗ ଦେଇଥିବାରୁ ଜିଲ୍ଲା ସଭାପତି ସମସ୍ତଙ୍କୁ ହୃଦୟରୁ ସ୍ୱାଗତ କରିଥିଲେ l

Leave a Reply

Your email address will not be published. Required fields are marked *