ରାଜ୍ୟ

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ଆଶାୟୀଙ୍କ ଧାରଣା ଜାରି, ସଫେଇ ଦେଲା ଓସେପା

ଭୁବନେଶ୍ବର: କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ଦ୍ୱିତୀୟ ଦିନରେ ଚାକିରି ଆଶାୟୀଙ୍କ ଆନ୍ଦୋଳନ ଜାରି ରହିଛି। କେଉଁ ଆଧାରରେ ପରୀକ୍ଷା ଫଳ ପ୍ରକାଶ ପାଇଛି? କାହାର କେତେ ମାର୍କ ଅଛି, ତାହା ଜାଣିବା ପାଇଁ ଶହଶହ ଚାକିରି ଆଶାୟୀ ଲୋୟର ପିଏମ୍ଜିରେ ଧାରଣା ଦେଇଛନ୍ତି। ସେପଟେ ଏହାକୁ ନେଇ ସଫେଇ ରଖିଛି ଓସେପା। କର୍ତ୍ତୃପକ୍ଷ କହିଛନ୍ତି, ଯୋଗ୍ୟ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଏ ଆଡମିଟ୍ କାର୍ଡ।ବର୍ଷ ବର୍ଷ ଧରି ପାଠ ପଢ଼ିଲେ। ପ୍ରସ୍ତୁତି କଲେ। କିନ୍ତୁ ପରୀକ୍ଷା ଦେବା ପରେ ଫଳ ଆସିଲା ଓଲଟା। କମ୍ ମାର୍କ ରଖିଥିବା ପିଲାଙ୍କ ନାଁ ଯୋଗ୍ୟ ତାଲିକାରେ ରହିଲା। ହେଲେ, ଅଧିକ ନମ୍ବର ରଖିଥିବା ପିଲାଙ୍କ ନାଁ ତାଲିକାରେ ନାହିଁ। କନିଷ୍ଠ ଶିକ୍ଷକ ପଦରେ ଚାକିରି କରିବା ପାଇଁ ଆଶାୟୀ ଥିବା ପରୀକ୍ଷାର୍ଥ ଏମିତି ଅଭିଯୋଗ ଆଣିବା ସହ ଦୁଇ ଦିନ ହେଲା ଆନ୍ଦୋଳନ ଚଳାଇଛନ୍ତି। ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ଶତାଧିକ ଆଶାୟୀ ଧାରଣା ଦେଇଛନ୍ତି।

Leave a Reply

Your email address will not be published. Required fields are marked *