ରାଜ୍ୟ

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା: ଲୋକେ ଉତ୍ସାହର ସହିତ କିଣୁଛନ୍ତି ଜୟ ଶ୍ରୀରାମ ଲେଖା ଓ ହନୁମାନଙ୍କ ଚିତ୍ର ଥିବା ପତାକା

ଭୁବନେଶ୍ବର: ରାତି ପାହିଲେ ଉତ୍ତର ପ୍ରଦେଶର ଆଧ୍ୟାତ୍ମିକ ନଗରୀ ଅଯୋଧ୍ୟାରେ ପ୍ରଭୁ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ହେବ। ବହୁ ପ୍ରତୀକ୍ଷିତ ଏହି ସମାରୋହ ପାଇଁ ପୂରା ଭାରତ ସମେତ ବିଦେଶରେ ମଧ୍ୟ ଭକ୍ତମାନେ ଉତ୍ସାହିତ ଅଛନ୍ତି। ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଓଡ଼ିଶାବାସୀ ଉତ୍ସାହିତ ଅଛନ୍ତି। ଗାଁରୁ ସହର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପ୍ରଭୁ ରାମଙ୍କ ପାଇଁ ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ ମଧ୍ୟ କରାଯାଇଛି। ବିଶେଷ ଭାବରେ ପୂଜା ଦୋକାନଗୁଡ଼ିକରେ ଦୀପ ଓ ରାମ ତଥା ହନୁମାନ ଫଟୋ ଥିବା କମଳା ରଂଗର ପତାକା ଭଲ ବିକ୍ରି ହେଉଛି।ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅଧୀନ ଫତେଗଡ଼ ଗାଁ ନିକଟ ଶ୍ରୀରାମ ପାହାଡ଼ ଶିଖରରେ ସୋମବାର (୨୦୨୪ ଜାନୁଆରି ୨୨) ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ହେବ। ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏହି ଅବସରରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ପାହାଡ଼ ଶିଖରରେ ଶ୍ରୀମରାଙ୍କ ମନ୍ଦିର ନିର୍ମାର କରାଯାଇଛି। ମନ୍ଦିର ବେଢାରେ ଯଜ୍ଞସ୍ଥଳ ମଧ୍ୟ ସ୍ଥାପନ କରାଯାଇଛି। ଏଠାରେ ପଣ୍ଡିତମାନେ ବେଦପାଠ ଆରମ୍ଭ କରିଛନ୍ତି। ପାରାଦୀପରେ ବି ହେବ ନବନିର୍ମିତ ରାମ ମନ୍ଦିରର ପ୍ରତିଷ୍ଠା ହେବ। କଳସ ଶୋଭାଯାତ୍ରା ଓ ନାମଯଜ୍ଞ ସହ ଭାବମୟ ପରିବେଶ ସୃଷ୍ଟି ହୋଇଛି। ୧୨ ବର୍ଷ ପୂର୍ବରୁ ଏହି ମନ୍ଦିରର ଶିଳାନ୍ୟାସ ହୋଇଥିବା ବେଳେ ଆସନ୍ତାକାଲି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମୟରେ ହିଁ ଏହି ମନ୍ଦିରର ପ୍ରତିଷ୍ଠା କରାଯିବ ଏହା ପୂର୍ବରୁ କଳସ ଯାତ୍ରା ସହ ନାମଯଜ୍ଞ ଚାଲିଥିବା ଦେଖିବାକୁ ମିଳିଛି ସେପଟେ କଟକ ଜିଲ୍ଲା ମାହାଙ୍ଗା ମଧ୍ୟ ରାମମୟ ହୋଇଛି। ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ମାହାଙ୍ଗାରେ ବିଶାଳ ବାଇକ୍ ଶୋଇଯାତ୍ରା କରାଯାଇଛି। କୁନି କୁନି ପିଲାଙ୍କୁ ସୁନ୍ଦର ବେଶରେ ସଜେଇ ସହର ପରିକ୍ରମା କରିଛନ୍ତି। କଟକ ସହରରେ ୨୦ ଫୁଟ ଉଚ୍ଚର ବାଲୁକା ଶ୍ରୀରାମ ମନ୍ଦିର ନିର୍ମାଣ ହୋଇଛି। ଅନ୍ତର୍ଜାତୀୟ ବାଳୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହାକୁ ନିର୍ମାଣ କରିଛନ୍ତି। ରାଉରକେଲା ସହରକୁ ଦୀପାବଳି ଭଳି ସଜେଇ ଦିଆଯାଇଛି। ଜୟପୁରରେ ମଧ୍ୟ ପ୍ରଭୁ ରାମଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ‌ବେଳେ ଅନ୍ୟ ସହରରେ ମଧ୍ୟ ରାମ ନାମ ଓ ରାମଧ୍ବନି ଶୁଭିବ। ଏଥି ପାଇଁ ପ୍ରସ୍ତୁତି ଚାଲିଛି।

Leave a Reply

Your email address will not be published. Required fields are marked *