ବିରାଜିଲେ ରାମଲଲା,ଖୁଣ୍ଟାରେ ଉତ୍ସବର ମାହଲ
ଖୁଣ୍ଟା –
ବହୁ ପ୍ରତିକ୍ଷିତ ଅଯୋଦ୍ଧାରେ ରାମମନ୍ଦିର ଓ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାକୁ ନେଇ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ଉତ୍ସବମୁଖର ହୋଇପଡ଼ିଛି । ଏହି ଐତିହାସିକ ଦିବସକୁ ପାଳନ କରିବା ପାଇଁ ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧିପାଉଥିବା ବେଳେ ଏଥିରୁ ବାଦ୍ ପଡିନି ଖୁଣ୍ଟା ଓ ଏହାର ଆଖପାଖ ଅଞ୍ଚଳ ! ଯାହାକୁ ନେଇ ଖୁଣ୍ଟା ମିନିଷ୍ଟାଡ଼ିୟମ ପରିସରରେ ଥିବା ହନୁମାନ ମନ୍ଦିରରେ ରାମମୟ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା । ଇତି ଅବସରରେ ହନୁମତ କୃପା ପରିଷଦ, ଖୁଣ୍ଟା ପକ୍ଷରୁ ଭକ୍ତମାନଙ୍କ ନିମନ୍ତେ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ଏବଂ ଜନସାଧାରଣଙ୍କ ମଧ୍ୟରେ ଶ୍ରୀରାମଙ୍କ ମହିମା ଜାଗ୍ରତ କରିବା ଉଦ୍ଦେଶ୍ୱରେ ପିଲାମାନଙ୍କୁ ପ୍ରଭୃ ଶ୍ରୀରାମ , ଲକ୍ଷ୍ମଣ ସୀତା ଓ ହନୁମାନଙ୍କ ରୁପରେ ସୁସଜ୍ଜିତ କରାଯାଇ ଏକ ରଥରେ ବସାଇ ଶତାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ଶୋଭାଯାତ୍ରା ହନୁମାନ ମନ୍ଦିର ପରିସରରୁ ବାହାରି ଖୁଣ୍ଟା ପଞ୍ଚାୟତର ୧୨ ଗୋଟି ୱାର୍ଡ଼ ସମେତ ବଜାର ପରିଭ୍ରମଣ କରିଥିବା ଦେଖିବାକୁ ମିନ୍ଦିଥିଲା । ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଭକ୍ତିଭାବ ପରିବେଶ ସୃଷ୍ଟି କରିଥିଲା | ଏପରିକି ବିଭିନ୍ନ ଛକ ଓ ଗ୍ରାମମାନଙ୍କରେ ଲୋକମାନେ ରଥରେ ସୁସଜ୍ଜିତ ଥିବା ପ୍ରତିକାତ୍ମକ ପ୍ରଭୃ ରାମ, ସୀତା ଲକ୍ଷ୍ମଣ ଓ ହନୁମାନଙ୍କୁ ବନ୍ଧାପନା କରିବା ସହ ପୂଜା ଅର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା । ଅପରପକ୍ଷେ ୨୧ ତାରିଖଠାରୁ ଖୁଣ୍ଟା ସ୍ଥିତ ହନୁମାନ ମନ୍ଦିରରେ ଅଖଣ୍ଡ ରାମଚ଼ରିତ ମାନସ ପଠନ , ରାମସ୍ତୁତି କରାଯାଇଥିବା ବେଳେ ଆଗାମୀ ଫେବୃୟାରୀ ୪ ତାରିଖ ପର୍ଯ୍ୟନ୍ତ ଉକ୍ତ ମନ୍ଦିର ପରିସରରେ ନବାହ୍ନ ପାରାୟଣ , ଯଜ୍ଞା , ପ୍ରବଚନ ଇତ୍ୟାଦି ଆଧାତ୍ମିକ କାର୍ଯ୍ୟକ୍ରମ ଜାରି ରହିବ ବୋଲି ହନୁମତ କୃପାପରିଷଦ ପକ୍ଷରୁ କୁହାଯାଇଛି ।