ରାଜ୍ୟ

କୋଇଲାରୁ ଗ୍ୟାସ ଉତ୍ପାଦନ ପାଇଁ ୮୫୦୦ କୋଟି ବ୍ୟୟ କରିବେ ଭାରତ ସରକାର

ନୂଆଦିଲ୍ଲୀ: କୋଇଲାରୁ ଗ୍ୟାସ ଉତ୍ପାଦନ ପାଇଁ ସରକାର ୮,୫୦୦ କୋଟି ଟଙ୍କା ପ୍ରଦାନ କରିବେ ଏବଂ ଏଥିପାଇଁ ଉଭୟ କୋଲ୍ ଇଣ୍ଡିଆ ଲିମିଟେଡ୍ ଏବଂ ଗେଲ୍ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବୁଧବାର କହିଛନ୍ତି। କେନ୍ଦ୍ର କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସେ ସୂଚନା ଦେବା ସମୟରେ ସେ ଏହି ସୂଚନା ଦେଇଛନ୍ତି । ଭାରତରେ ୩୬୧ ନିୟୁତ ଟନ୍ କୋଇଲା ଗଚ୍ଛିତ ରହିଛି ଏବଂ ଏହା ପ୍ରାୟ ୧୨୫ ବର୍ଷ ପର୍ଯ୍ୟନ୍ତ ଚାଲିପାରିବ ବୋଲି ସେ କହିଛନ୍ତି।ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଆଜି କ୍ୟାବିନେଟ୍ କୋଇଲା ବିଭାଗ ଏବଂ କୋଇଲା ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ଼ କୋଇଲା ଉତ୍ପାଦନକାରୀ ଦେଶ । ୨୦୨୫-୨୬ରେ ଆମେ କୋଇଲା ରପ୍ତାନି ବନ୍ଦ କରିବୁ, ଏହା କେବଳ କିଛି କାରଖାନା ପାଇଁ ଜାରି ରହିବ ବୋଲି ସେ କହିଛନ୍ତି।

ଆଜିର କ୍ୟାବିନେଟ ବୈଠକରେ ଭାରତ ଓ ଓମାନ ମଧ୍ୟରେ ସୂଚନା-ପ୍ରଯୁକ୍ତି ସଂପର୍କରେ ଚୁକ୍ତି ସ୍ବାକ୍ଷରକୁ ମଂଜୁର କରାଯାଇଥିଲା । ସେହିପରି ଭାରତ-ଡୋମିନିକ୍ ରିପବ୍ଲିକ ମଧ୍ୟରେ ଏକ ଏମଓୟୁକୁ ମଧ୍ୟ ମଂଜୁର କରାଯାଇଛି ।

ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା, କିନ୍ତୁ କ୍ୟାବିନେଟ୍ ବୈଠକ ଆରମ୍ଭରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କ୍ୟାବିନେଟ ସଦସ୍ୟଙ୍କ ତରଫରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ।

Leave a Reply

Your email address will not be published. Required fields are marked *