ରାଜ୍ୟ

ଭାରତୀୟ ଭାଷାର ବିଭିନ୍ନ କବିଙ୍କ ସ୍ବରଚିତ ଭକ୍ତି କବିତାଞ୍ଜଳି କାର୍ଯ୍ୟକ୍ରମ

ଭୁବନେଶ୍ୱର,
-ଅଯୋଧ୍ୟାରେ ଗତ ୨୨ ତାରିଖରେ ରାମ ମନ୍ଦିର ଓ ରାମଲଲା ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଭକ୍ତି କବିତ।ଞ୍ଜଳି କାର୍ଯ୍ୟକ୍ରମ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ଦିଲ୍ଲୀ- – ଉତ୍କଳ ଅସ୍ମିତା, ଫାଉଣ୍ଡେସନ ଆନୁକୁଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ସଭାନେତ୍ରୀ ଡାକ୍ତର ଅନିତା ପଣ୍ଡା,ଆରମ୍ଭରୁ ଓଡ଼ିଶାର ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ହିନ୍ଦୀରେ କଣ୍ଠଦାନ କରିଥିବା ଏକ ରାମ ଭଜନ ପରିବେଷଣ କରା ଯାଇଥିଲା।
ଡ଼ାକ୍ତର ଶ୍ରୀମତୀ ପଣ୍ଡା ସ୍ବାଗତ ଭାଷଣ ଦେଇ ଥିଲେ।ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସୁଲେଖକ ଶ୍ରୀ ମାନସ ଦାସ ଓ ସୁଲେଖିକ। ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି ଯୋଗଦେଇ ଏପରି କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ।
ବିଭିନ୍ନ ଭାଷାର କବିମାନେ ସ୍ବରଚିତ ଭକ୍ତିମୂଳକ କବିତା ପାଠ କରିଥିଲେ।

ଫାଉଣ୍ଡେସନର ଉପ – ସଭାପତି ଗୁରୁକଲ୍ୟାଣ ମହାପାତ୍ର ବିଭିନ୍ନ ଭାଷାର କବିମାନଙ୍କୂ ଅଭିନନ୍ଦନ ଜଣାଇ,ଶ୍ରୀ ଜଗନ୍ନାଥଙ୍କ ଉପରେ ଆଧାରିତ ଏକ ସ୍ବରଚିତ କବିତା ପାଠ କରିଥିଲେ। ଉତ୍ତର ପ୍ରଦେଶରୁ ହିନ୍ଦୀ ଭାଷାର କବି ବିଜୟ ତିୱାରୀ ସ୍ବରଚିତ ଭକ୍ତି କବିତା ପାଠ କରିଥିବା ବେଳେ କର୍ଣ୍ଣାଟକର କବି ପ୍ରଫେସର ନିର୍ମଳା, କନ୍ନଡ ଭାଷାରେ ଲିଖିତ ଏକ ସ୍ବରଚିତ କବିତା ଆବୃତ୍ତି କରିଥିଲେ।ଓଡ଼ିଆ ଭାଷାର କବିମାନଙ୍କ ମଧ୍ୟରେ ପୁଳିନ ନାୟକ,ବିଜୟଲକ୍ଷ୍ମୀ ପଟ୍ଟନାୟକ,ହରିଶ୍ଚନ୍ଦ୍ର ବେହେରା,ଡଃ ଗୁଣସାଗର ଦାଶ,ରେଣୁବାଳା ମହାପାତ୍ର,ରାଧାନାଥ ବେହେରା,ଗୋପାଳ ମିଶ୍ର, ପଙ୍କଜିନୀ ନାୟକ,ସୁଷମା ଲେଙ୍କା, ଓ ଦେବାଶିଷ ଦାସ ସ୍ବରଚିତ ଭକ୍ତି କବିତାମାନ ଆବୃତ୍ତି କରିଥିଲେ।କବିତାଗୁଡ଼ିକର ସଂଯୋଜନା ସୁନ୍ଦର ଭାବେ କରିଥିଲେ ଡକଟ ର ନିବେଦିତା ଗିରି।

Leave a Reply

Your email address will not be published. Required fields are marked *