ରାଜ୍ୟ

ପଦ୍ମ ପୁରସ୍କାର ଘୋଷଣା କଲେ କେନ୍ଦ୍ର ସରକାର, ପ୍ରଥମ ମହିଳା ମାହୁନ୍ତ ପାର୍ବତୀ ବରୁଆ ପାଇବେ ପଦ୍ମଶ୍ରୀ, ତାଲିକାରେ ଓଡ଼ିଶାର ଗୋପୀନାଥ ସ୍ବାଇଁ ଓ ଭାଗବତ ପ୍ରଧାନ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସର ପୂର୍ବ ସଂଧ୍ୟାରେ ପଦ୍ମ ପୁରସ୍କାର ବିଜେତାମାନଙ୍କ ନାମ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଚଳିତ ବର୍ଷ ୩୪ଟି ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ। ଏଥିରେ ପାର୍ବତୀ ବରୁଆ, ଜାଗେଶ୍ୱର ଯାଦବ, ଚାର୍ମି ମୁର୍ମୁ, ସୋମନ୍ନା, ସର୍ବେଶ୍ୱର, ସାଙ୍ଗ ଥାମଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ନାମ ରହିଛି।

ପାର୍ବତୀ ବରୁଆ ହେଉଛନ୍ତି ଦେଶର ପ୍ରଥମ ମହିଳା ମାହୁନ୍ତ । ମାତ୍ର ୧୪ ବର୍ଷ ବୟସରେ ସେ ହାତୀକୁ ନିୟନ୍ତ୍ରଣ କରିବାର କଳା ଆୟତ୍ତ କରିଥିଲେ । ମଣିଷ-ହାତୀ ସଂଘର୍ଷକୁ ହ୍ରାସ କରିବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । କେତେକ ବୈଜ୍ଞାନିକ କୌଶଳ ମାଧ୍ୟମରେ ସେ ଏହା କରିଥାନ୍ତି । ଏ କ୍ଷେତ୍ରରେ ସେ ୩ ରାଜ୍ୟଙ୍କୁ ସହାୟତା କରିଆସୁଛନ୍ତି । ଗତ ୪ ଦଶନ୍ଧି ଧରି ସେ ହାତୀ-ମଣିଷ ସଂଘର୍ଷ ହ୍ରାସ କରିବାରେ ଯୋଗଦାନ ଦେଇଆସୁଛନ୍ତି ଓ ତାଙ୍କ ଉଦ୍ୟମ ଫଳରେ ଅନେକ ଲୋକଙ୍କ ଜୀବନ ବଞ୍ଚିପାରିଛି ।

ଅବହେଳିତ ବିରହୋର ଓ ପାହାଡି କୋରୱା ଲୋକଙ୍କ ଉନ୍ନତି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଯଶପୁରର ଆଦିବାସୀ କଲ୍ୟାଣ କର୍ମୀ ଜାଗେଶ୍ବର ଯାଦବ ପଦ୍ମଶ୍ରୀ ପାଇବେ । ସେହିପରି ଆଦିବାସୀ ପରିବେଶବିତ୍ ତଥା ସରାଇକେଲା ଖାରସାବନର ମହିଳା ସଶକ୍ତୀକରଣ ନେତ୍ରୀ  ଚାମି ମୁର୍ମୁ ପଦ୍ମଶ୍ରୀ ପାଇବେ।

Leave a Reply

Your email address will not be published. Required fields are marked *