ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ସବୀର୍ ଦାଶ ଙ୍କ ନେତୃତ୍ୱରେ ନମୋ ନବ ମତଦାତା ସମ୍ମିଳନୀ ଅନୁଷ୍ଠିତ
କେନ୍ଦୁଝର// ୨୫.୦୧.୨୪: “ନବ ମତଦାତା ଦେଶର ଭାଗ୍ୟ ବିଧାତା” ଅଟନ୍ତି। ଆଜି ସାରା ଦେଶରେ ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ଦେଶର ୫୦୦୦ ରୁ ଅଧିକ ସ୍ଥାନରେ ୧୮ ରୁ ୨୫ ବର୍ଷ ବୟସ ଭିତରେ ଥିବା ନବ ମତଦାତାଙ୍କୁ ନେଇ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଅଛି। ଏହି କାର୍ଯ୍ୟକ୍ରମ ମାନଙ୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର କୋଣ ଅନୁକୋଣର ଲକ୍ଷାଧିକ ଯୁବକ ଯୁବତୀଙ୍କୁ ଆଭାସି ମାଧ୍ୟମରେ ସମ୍ବୋଧିତ କରିଥିଲେ। ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଏବଂ କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ନିର୍ଦ୍ଧେଶ କ୍ରମେ କେନ୍ଦୁଝର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ସବୀର୍ ଦାଶ ଙ୍କ ନେତୃତ୍ୱରେ ଆଜି କେନ୍ଦୁଝର ଜିଲ୍ଲାର ସମସ୍ତ ୬ ଟି ନିର୍ବାଚନ ମଣ୍ଡଳୀରେ ଯୁବମୋର୍ଚ୍ଚା ପକ୍ଷରୁ ୧୨ ଟି ସ୍ଥାନରେ “ନମୋ ନବ ମତଦାତା ସମ୍ମିଳନୀ” ଅନୁଷ୍ଠିତ ହୋଇ ଯାଇଅଛି। ଯୁବମୋର୍ଚ୍ଚା ଜିଲ୍ଲା ଉପ ସଭାପତି ତଥା ପାଟଣା ନିର୍ବାଚନ ମଣ୍ଡଳୀ ସଂଯୋଜକ ଅଶ୍ୱିନୀ ମହାନ୍ତ ଙ୍କ ନେତୃତ୍ୱରେ ପାଟଣା ନିର୍ବାଚନ ମଣ୍ଡଳୀର କେନ୍ଦେଇପଶି ଏବଂ ଜିଲ୍ଲା ସୋସିଆଲ ମିଡ଼ିଆ ସଂଯୋଜକ ଯୁଧିଷ୍ଠିର ମହାନ୍ତଙ୍କ ନେତୃତ୍ୱରେ ପାଟଣା ସ୍ଥିତ ଧାନବେଣୀ ଠାରେ , ଜିଲ୍ଲା ଉପ ସଭାପତି ଆକାଶ ସାହୁଙ୍କ ନେତୃତ୍ୱରେ ଘଷିପୁରା ନିର୍ବାଚନ ମଣ୍ଡଳୀର ଦେଓଗାଁ ଏବଂ ଜିଲ୍ଲା ସାଧାରଣ ସମ୍ପାଦକ ରୁଦ୍ର ପ୍ରସାଦ ବେହେରାଙ୍କ ନେତୃତ୍ୱରେ ଘଟଗାଁ ଠାରେ, ଜିଲ୍ଲା ଉପ ସଭାପତି ରାଜା ଗୁପ୍ତାଙ୍କ ନେତୃତ୍ୱରେ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବଡ଼ବିଲ ଏବଂ ଯୁବମୋର୍ଚ୍ଚା ରାଜ୍ୟ ଉପ ସଭାପତି ପ୍ରକାଶ ମଲ୍ଲିକ ଙ୍କ ନେତୃତ୍ୱରେ ଚମ୍ପୁଆ ଠାରେ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରେମ ପ୍ରକାଶ ମୁଣ୍ଡାଙ୍କ ନେତୃତ୍ୱରେ ତେଲକୋଇ ନିର୍ବାଚନ ମଣ୍ଡଳୀର ହରିଚନ୍ଦନପୁର ଏବଂ ଜିଲ୍ଲା ସମ୍ପାଦକ ସଚ୍ଚିଦାନନ୍ଦ ବେହେରାଙ୍କ ନେତୃତ୍ୱରେ ତେଲକୋଇ ଠାରେ, କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀରେ ଜିଲ୍ଲା ସମ୍ପାଦକ ବୁବୁ ସାହୁଙ୍କ ନେତୃତ୍ୱରେ ରାଇସୁଆଁ ଏବଂ ଜିଲ୍ଲା ଉପ ସଭାପତି ଆନିଦ୍ୟ ବେହେରାଙ୍କ ନେତୃତ୍ବରେ ଝୁମ୍ପୁରା, ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ଜିଲ୍ଲା ସମ୍ପାଦକ ତପନ ପାତ୍ରଙ୍କ ନେତୃତ୍ୱରେ ଆନନ୍ଦପୁର ଏବଂ ଆଲୋକ ଦାଶ ଙ୍କ ନେତୃତ୍ୱରେ ହାଟଡିହି ଠାରେ ସମୁଦାୟ ୧୨ ଟି ସ୍ଥାନରେ ହଜାରେ ରୁ ୧୫,୦୦୦ ରୁ ଅଧିକ ସଂଖ୍ୟାରେ ନବ ମତଦାତାଙ୍କୁ ନେଇ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଅଛି। ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ଦୁଇଟି ସ୍ଥାନରେ ଆନନ୍ଦପୁର ର ବିଜେପି ନେତା ଆଲୋକ ସେଠୀ, ଘଷିପୁରା ନିର୍ବାଚନ ମଣ୍ଡଳୀରେ ପୃଥ୍ୱୀରାଜ କୁଅଁର, ମମତା ସିଂ, ପାଟଣା ନିର୍ବାଚନ ମଣ୍ଡଳୀରେ ମମିତା ନାଏକ, କମଳାକାନ୍ତ ସିଂ, ସତ୍ୟବ୍ରତ ନାଏକ, ସଦର ନିର୍ବାଚନ ମଣ୍ଡଳୀରେ ବିଧାୟକ ମୋହନ ମାଝି, ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ମୁରଲୀ ମନୋହର ଶର୍ମା ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀରେ ମାନସ ନାଏକ ଏବଂ କୈଳାସ ନାୟକ ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲାର ସବୁ ନିର୍ବାଚନ ମଣ୍ଡଳୀରେ ୨୦୦୦ ରୁ ଅଧିକ ମତଦାତା ଙ୍କୁ ଦେଇ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ଗୁଡ଼ିକ ଅତ୍ୟନ୍ତ ପ୍ରଭାବିତ କରିଥିଲା।