ରାଜ୍ୟ

ଜାତୀୟତା,ସ୍ୱଦେଶପ୍ରୀତି ଓ ଦେଶର ଐକ୍ୟ ପାଇଁ ସଂକଳ୍ପ ନେବା:ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ।

ପୁରୀ ୨୬/୧ ଆମ ଦେଶର ସମ୍ବିଧାନ ବିଶ୍ୱରେ ଅନନ୍ୟ।ସମୃଦ୍ଧ,ସାର୍ବଭୌମ,ସର୍ବ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ନିଜର ପ୍ରତିଷ୍ଠା ବଜାୟ ରଖି ଆମ ଦେଶ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି ବୋଲି କହିଛନ୍ତି ଇସ୍ପାତ, ଖଣି ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ।ଆଜି ପୂର୍ବାହ୍ନରେ ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ ଗ୍ରାଉଣ୍ଡ ଠାରେ ପୁରୀ ଜିଲ୍ଲା ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ, ପାରେଡ ପରିଦର୍ଶନ ଓ ଅଭିବାଦନ ଗ୍ରହଣ କରି ଶ୍ରୀ ମଲ୍ଲିକ ସ୍ୱାଧୀନତା ଆନ୍ଦୋଳନର ସଂଗ୍ରାମୀ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ରାଜ୍ୟରେ ବିକାଶର ଜୟଯାତ୍ରା ଜାରି ରହିଛି।ଦୁଇ ଦଶନ୍ଧି ରୁ ଉର୍ଦ୍ଧ୍ବ ସମୟ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱରେ ଏକ ସ୍ଥିର ଓ ଦୃଢ ସରକାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ସାମାଜିକ ସୁରକ୍ଷା,ଭିତ୍ତିଭୂମି ବିକାଶ ଇତ୍ୟାଦି ସମସ୍ତ କ୍ଷେତ୍ରରେ ଅଗ୍ରଗତି କରିଥିବାରୁ ସମଗ୍ର ବିଶ୍ୱରେ ରାଜ୍ୟକୁ ବିଭିନ୍ନ କ୍ଷେତ୍ରରେ ପ୍ରଶଂସା ମିଳିଛି।ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା ମାଧ୍ୟମରେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ ହେଲଥ୍ କାର୍ଡ ବ୍ୟବସ୍ଥା ସହ ମହିଳା ମାନଙ୍କ ଚିକିତ୍ସା ପାଇଁ ୧୦ ଲକ୍ଷ ଓ ପୁରୁଷ ମାନଙ୍କ ଚିକିତ୍ସା ପାଇଁ ୫ ଲକ୍ଷର ସ୍ୱାସ୍ଥ୍ୟ ବୀମା,ମିଶନ ଶକ୍ତି ମାଧ୍ୟମରେ ମହିଳା ମାନଙ୍କୁ ସ୍ୱାବଲମ୍ବନଶୀଳ, ୫ଟି ମାଧ୍ୟମରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ, ଲକ୍ଷ୍ମୀ ବସସେବା ମାଧ୍ୟମରେ ସୁଗମ ପରିବହନ ବ୍ୟବସ୍ଥା ଉପଲବ୍ଧ ହୋଇଛି।ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏକ ଯୁଗାନ୍ତକାରୀ ମହତ୍ୱକାଂକ୍ଷୀ କାର୍ଯ୍ୟକ୍ରମ।ସେହିପରି ବହୁମୁଖୀ ଯାନ ରହଣୀ ସ୍ଥଳ ଦ୍ବାରା ପାର୍କିଂ ସମସ୍ୟା ର ସମାଧାନ ସହ ସମଙ୍ଗ ପାର୍କିଂ ସ୍ଥଳ,ଶ୍ରୀ ସେତୁ,ଶ୍ରୀମାର୍ଗ ଗୋଟିଏ ଗୋଟିଏ ସମ୍ବଳ ଓ ଶ୍ରଦ୍ଧାଳୁ ଙ୍କ ପାଇଁ ସୁବିଧା ସୃଷ୍ଟି କରିଛି।ସେହିପରି ଉତ୍କଳମଣି ଙ୍କ ସ୍ମୃତି ରକ୍ଷା ପାଇଁ ଜନ୍ମ ସ୍ଥାନ ସୁଆଣ୍ଡୋର ବିକାଶ କରାଯାଇଛି।ତେଣୁଏକ ବିକଶିତ ଓ ସମୃଦ୍ଧ ରାଜ୍ୟ ଗଠନ ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବାକୁ ସେ ଆହ୍ବାନ ଦେଇଥିଲେ।ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟ ଅତିଥି ୨୧ଜଣ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ସେହିପରି ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବ୍ୟକ୍ତି ଓ ଅନୁଷ୍ଠାନକୁ ମନ୍ତ୍ରୀ ଶ୍ରୀ ମଲ୍ଲିକ ପୁରସ୍କୃତ କରିଥିଲେ।ସେହିପରି ପ୍ୟାରେଡ଼ ରେ ସିନିୟର ଡିଭିଜନ ଏନସିସିରେ ଏସ ସି ଏସ କଲେଜ, ଜୁନିୟର ଏନସିସିର ବାଳକ ବର୍ଗରେ ପୁରୀ ଜିଲ୍ଲା ସ୍କୁଲ ଓ ବାଳିକା ବର୍ଗରେ ଭୋଳାନାଥ ବିଦ୍ୟାପୀଠ, ସ୍କାଉଟରେ ଭାରତ ସେବାଶ୍ରମ ସଂଘ ପ୍ରଣବାନନ୍ଦ ବିଦ୍ୟା ମନ୍ଦିର, ଗାଇଡରେ ଡିଏଭି ପବ୍ଲିକ ସ୍କୁଲ, ସିଭିଲିଆନ ବାଳକ ବର୍ଗରେ ଘନଶ୍ୟାମ ହେମଲତା ବିଦ୍ୟା ମନ୍ଦିର, ବାଳିକା ବର୍ଗରେ ସୁଖଲତା ମେମୋରିଆଲ ନୋଡ଼ାଲ ବାଳିକା ବିଦ୍ୟାଳୟ ଓ ଶୃଙ୍ଖଳାରେ ଘୋଡ଼ା ବଜାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗାଇଡ ଦଳଙ୍କୁ ପୁରସ୍କୃତ କରାଯାଇଥିଲା। ବିଭିନ୍ନ ବିଭାଗର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରାଯାଇଥିଲା।ପରେ ମୁଖ୍ୟ ଅତିଥି ଉତ୍କଳ ବାଳାଶ୍ରମର ଅନ୍ତେବାସୀ ଙ୍କୁ ମିଷ୍ଟାନ୍ନ ଓ ପୋଷାକ, ମୁଖ୍ୟ ଚିକିତ୍ସାଳୟ ର ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ।ଗୋପବନ୍ଧୁ ଆୟୁର୍ବେଦିକ କଲେଜ ପରିସରରେ ରେଡକ୍ରସ ଶାଖା, ଭାରତ ବିକାଶ ପରିଷଦ, ବଡଶଙ୍ଖ ଯୁବ ସାଂସ୍କୃତିକ ପରିଷଦ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିର କୁ ମୁଖ୍ୟ ଅତିଥି ଉଦଘାଟନ କରିଥିଲେ।
କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ସଭାପତି ସ୍ୱାପ୍ନାରାଣୀ ସ୍ୱାଇଁ,ଏସ ପି ଡା କନୱର ବିଶାଲ ସିଂ, ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ,ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଡା ଶରତ ଚନ୍ଦ୍ର ମହାପାତ୍ର, ମହାପାତ୍ର, , ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ଉପଜିଲ୍ଲାପାଳ ଭବତାରଣ ସାହୁ, ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ତହସିଲଦାର ଅଭିଷେକ ଦାଶ,,ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା,ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।ପ୍ରତ୍ୟୁଷରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସହର ମଧ୍ୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ ପରିବେଷଣ କରାଯାଇଥିଲା।ଗାନ୍ଧୀ ଘାଟ ଠାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ସହ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଓ କର୍ମଚାରୀ ମାନେ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *