ରାଜ୍ୟ

ବିରୂପା-ଗେଙ୍ଗୁଟି ଦ୍ବିପାଞ୍ଚଳରେ ୭୫ ତମ ସାଧାରଣତନ୍ତ୍ର ଦିବସ

ମାହାଙ୍ଗା -୨୬ /୧ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ୭୫ ତମ ଗଣତନ୍ତ୍ରଦିବସଉତ୍ସବମହାସମାରୋହରେlଅନୁଷ୍ଠିତହୋଇଯାଇଛିବିରୂପା-ଗେଙ୍ଗୁଟି ଦ୍ବିପାଞ୍ଚଳ ଅନ୍ତର୍ଗତ କୁହୁଣ୍ଡା ଗ୍ରାମ ପଞ୍ଚାୟତର ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାପୀଠ କୋଠପଦା ଠାରେ ଆୟୋଜିତ ଜନରାଜ୍ୟ ଦିବସ କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ପ୍ରତାପ କିଶୋର ନାୟକ ପତାକା ଉତ୍ତୋଳନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଅଖିଳେଶ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ରାଷ୍ଟ୍ରୀୟ ଭାବନାରେ ବ୍ରତୀ ହେବାକୁ ଆହ୍ୱାନ ଦେବା ସହିତ ବିଦ୍ୟାଳୟର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ lଏହି ଉତ୍ସବରେ ଶିକ୍ଷକ ମାଗୁଣି ଚରଣ ସାମଲ, ପର୍ଶୁରାମ ଦାସ, ବ୍ରଜବନ୍ଧୁ ପଲେଇ, ନିହାରିକା ପ୍ରିୟ ଦର୍ଶିନୀ,ସଚିନପ୍ରଧାନ, ,ଅଜୟନନ୍ଦପ୍ରମୁଖଯୋଗଦେଇଥିଲେ lସେହିପରି କଲ୍ୟାଣପୁର ଗାନ୍ଧୀଛକ ବଜାର କମିଟି ପକ୍ଷରୁ ଆୟୋଜିତ ଉତ୍ସବରେ କମିଟିର ସଭାପତି ଅଖିଳେଶ ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଏହି କାର୍ଯ୍ୟକ୍ରମରେ ସମାଜସେବୀ ରବୀନ୍ଦ୍ର ନାଥ ଦାସ, ଚନ୍ଦ୍ରମଣି ଦାସ, ମୂଷିବର ପଲେଇ,ସୁଧୀର ମହାନ୍ତି, ଅଚ୍ୟୁତାନନ୍ଦ ପଲେଇ,ଚକ୍ରଧର ବେହେରା,ଅଫସର ତୁଲ୍ଲା, ପରମାନନ୍ଦ ସାହୁ ଏବଂଅକ୍ଷୟବାରିକପ୍ରମୁଖଯୋଗଦେଇଥିଲେ lକୁଣ୍ଡି ସେବା ସମବାୟ ସମିତି ପକ୍ଷରୁ ରଘୁନାଥ ଜୀୟୁ ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ଉତ୍ସବରେ ସମିତିର ସଭାପତି ଅଖିଳେଶ ପଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ l ଏଥିରେ ସମିତିର ନିର୍ଦ୍ଦେଶକ ରମାକାନ,ଶ୍ୟାମ ସୁନ୍ଦର ବରାଳ, ପ୍ରମୁଖ ଯୋଗଦେଇଥିଲେ l କଲ୍ୟାଣପୁର ନୋଡାଲ ପ୍ରାଇମେରୀ ସ୍କୁଲ, କୋଠପଦା ପ୍ରାଥମିକ ସ୍କୁଲ, ସଂଖପୁର ପ୍ରାଥମିକ ସ୍କୁଲ, ଧଉଳିଆ ଉନ୍ନୀତ ପ୍ରାଥମିକ ସ୍କୁଲ, ଯୁଗଜ୍ୟୋତି ସାଂସ୍କୃତିକ ସଂସଦ କୁହୁଣ୍ଡା, ହରି ଗୋସ୍ୱାମୀ ସାଂସ୍କୃତିକ ପରିଷଦ କଲ୍ୟାଣପୁର, ବ୍ୟାଙ୍କ ଅଫ ଇଣ୍ଡିଆ କୁହୁଣ୍ଡା ଶାଖା ପ୍ରାଙ୍ଗଣରରେ ଅନୁଷ୍ଠିତ ୭୫ ତମ ସାଧାରଣତନ୍ତ୍ର ଉତ୍ସବ କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଛାତ୍ର ଯୁବକ ଯୋଗଦେବା ଦେଖିବାକୁ ମିଳିଥିଲା l

Leave a Reply

Your email address will not be published. Required fields are marked *