ରାଜ୍ୟ

ଆର୍ଦ୍ରଭୂମିର ସୁରକ୍ଷା ଓ ସଂରକ୍ଷଣ ନିମିତ୍ତ ଆର୍ଦ୍ରଭୂମି ମିତ୍ର ଭାବରେ ଶପଥ

ସାମାଜିକ, ଅର୍ଥନୈତିକ ଏବଂ ପରିବେଶ ସୁସ୍ଥତା ପାଇଁ ଆର୍ଦ୍ର ଭୂମି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଦିନକୁ ଦିନ ପରିଲକ୍ଷିତ ହେଉଥିବା ଆର୍ଦ୍ରଭୂମିର ଅବନତି ତଥା ଜନସ୍ୱାସ୍ଥ୍ୟ, ପ୍ରକୃତି ଏବଂ ଜୈବ ବିବିଧତା ଉପରେ ପଡୁଥିବା ଏହାର ପ୍ରଭାବକୁ ଉପଲବଧି କରି ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ, ଭୁକ୍ତାରେ ବିଦ୍ୟାଳୟର ବୀର ସୁରେନ୍ଦ୍ର ସାଏ ଇକୋ କ୍ଲବ ଆନୁକୁଲ୍ୟରେ ଆର୍ଦ୍ରଭୂମି ମିତ୍ର ଶପଥପାଠ ହୋଇ ଯାଇଛି। ବିଦ୍ୟାଳୟର ଇକୋ କ୍ଲବ ଶିକ୍ଷକ ସଞ୍ଜୟ ଖମାରୀ ଏହି ଶପଥପାଠ କରାଇଥିବା ବେଳେ ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକ ,ବୋଧରାମ ବିଶ୍ୱାଳ, ରଂଜିତ ମୁନା,ସୁବାସ ଚନ୍ଦ୍ର ଖମାରୀ, ଅଙ୍କିତ ମହନ୍ତ , କ୍ରୀଡା ଶିକ୍ଷକ ଜ୍ୟୋତିଶ୍ଚନ୍ଦ୍ର ପ୍ରଧାନ, ପ୍ରଶାନ୍ତ ମହାପାତ୍ର,ଶିକ୍ଷୟିତ୍ରୀ ଅନୀତା ପଧାନଙ୍କ ସମେତ ବିଦ୍ୟାଳୟର ଉପସ୍ଥିତ ବୀର ସୁରେନ୍ଦ୍ର ସାଏ ଇକୋ କ୍ଲବର ସଦସ୍ୟ, ନେତାଜୀ ସ୍କାଉଟର ସଦସ୍ୟ ତଥା ସମସ୍ତ ଛାତ୍ରଛାତ୍ରୀ ଆର୍ଦ୍ରଭୂମି ମିତ୍ର ଶପଥ ପାଠ କରିଥିଲେ। ଏକ ଆର୍ଦ୍ରଭୂମି ମିତ୍ର ଭାବରେ ଆର୍ଦ୍ର ଭୂମି ଗୁଡିକର ସୁରକ୍ଷା ଓ ସଂରକ୍ଷଣ ନିମିତ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଆର୍ଦ୍ର ଭୂମିକୁ କଠିନ ଓ ତରଳ ବର୍ଜ୍ୟରୁ ମୁକ୍ତ ରଖିବା ଏବଂ ଜନ ସଚେତନତା ସୃଷ୍ଟି କରିବା ପାଇଁ ସମସ୍ତେ ପ୍ରତିଶୃତି ଦେଇଥିଲେ।

Leave a Reply

Your email address will not be published. Required fields are marked *