ତକ୍ଷଶିଳା ଆବାସିକ ବିଦ୍ୟାଳୟ ୨୩ତମ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ।
କୁକୁଡାଖଣ୍ଡି (ଇପିଲି ପୂର୍ଣ୍ଣଚନ୍ଦ୍ର): ଆଙ୍କୁଶପୁର ସ୍ଥିତ ତକ୍ଷଶିଳା ଆବାସିକ ବିଦ୍ୟାଳୟରେ ୨୩ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ରୂପେ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ଉପକୁଳପତି ପ୍ରଫେସର ପ୍ରଫୁଲ କୁମାର ମହାନ୍ତି (OES-I), ମୁଖ୍ୟବକ୍ତା ରୂପେ କୁକୁଡାଖଣ୍ଡି ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ସନ୍ତୋଷ କୁମାର ମହାପାତ୍ର (OES-II) ସମ୍ମାନୀୟ ଅତିଥି ଭାବେ କୁକୁଡାଖଣ୍ଡି ବ୍ଲକ ଅଧ୍ୟକ୍ଷ ଶ୍ରୀ କାମାକ୍ଷ ପ୍ରସଦ ପାତ୍ର, ଲେଫ୍ଟନାଣ୍ଟ କର୍ଣ୍ଣଲ ଦ୍ଵିତୀୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ଏ.ଓ ଶ୍ରୀଯୁକ୍ତ ଗୌରବ ଜୟସିଂହ , ସମାଜସେବୀ ଓ ମହାସଂଘର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁଶାନ୍ତ ସାବତ, ସ୍ଥାନୀୟ ଜିଲ୍ଲାପରିଷଦ ଜୋନ୍ ନମ୍ବର ୧୦ ଶ୍ରୀମତୀ ଭାରତୀ ନାୟକ , ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ମୁରଲୀ ସେଠୀ, ସ୍ଥାନୀୟ ସମିତି ସଭ୍ୟା ଶ୍ରୀମତୀ ସୁନୀତା ସେଠୀ ଏହି ଉତ୍ସବରେ ଅତିଥି ଭାବେ ଯୋଗଦାନ କରିଥିଲେ । ତକ୍ଷଶିଳା ଆବାସିକା ବିଦ୍ୟାଳୟର ପରିଚାଳନା କମିଟିର ଚେୟାରମେନ ଶ୍ରୀ ବଜରଙ୍ଗଲାଲ ଚୌଧୁରୀ, ସମ୍ପାଦକ ଶ୍ରୀ ପବନ କୁମାର ଚୌଧୁରୀ, ଡ଼ାଇରେକ୍ଟର ଶ୍ରୀ ରବିଶଙ୍କର ଚୌଧୁରୀ । ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀ ନାଗେଶ୍ବର ରାଓ, ସିନିୟର ସେକେଣ୍ଡେରୀ ସ୍କୁଲର ଭାରପ୍ରାପ୍ତ ଶିକ୍ଷକ ଶ୍ରୀ ବିନୋଦ କୁମାର ପାଢୀ ବିଦ୍ୟାଳୟର ଉନ୍ନତମାନର ଶୈକ୍ଷିକ ବିକାଶଧାରାକୁ ବଜାୟ ରଖିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେଇଥିଲେ l ସହକାରୀ ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ପାତ୍ର ତଥା ଏହି ଶିକ୍ଷାନୁଷ୍ଠାନର ସକଳ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମକର୍ତ୍ତା, ଛାତ୍ରଛାତ୍ରୀ ତଥା ଆମନ୍ତ୍ରିତ ଅଭିଭାବକମାନଙ୍କ ଶୁଭ ଉପସ୍ଥିତି ଉକ୍ତ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲା । ଉତ୍ସବ ପ୍ରାରମ୍ଭରେ ଶ୍ରୀ ବଜରଙ୍ଗଲାଲ ଚୌଧୁରୀ ବିଦ୍ୟାଳୟ ପରିଚାଳନା କମିଟି ଚେୟାରମେନ ଆମନ୍ତ୍ରିତ ଅତିଥିମାନଙ୍କୁ ଆନୁଷ୍ଠାନିକ ଭାବେ ସ୍ବାଗତ ଜଣାଇ ମଞ୍ଚ ନିକଟରେ ପାଛୋଟି ନେଇଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ନାଗେଶ୍ବର ରାଓ ବାର୍ଷିକ ବିବରଣୀ ଉପସ୍ଥାପନା କରିବା ସହ । ସଭାରେ ଆମନ୍ତ୍ରିତ ଅତିଥି ଗଣ ନୂତନ ଶିକ୍ଷାନୀତି, ଛାତ୍ରମାନଙ୍କ ଆଦର୍ଶ, କର୍ଭବ୍ୟବୋଧ, ନୈତିକତା, ଆନୁଷ୍ଠାନିକ ଶୃଙ୍ଖଳା ରକ୍ଷା ଓ ସମୟର ସୁଉପଯୋଗ ପାଇଁ ପରାମର୍ଶ ଦେଇଥିଲେ । ପରେ ପରେ ମୁଖ୍ୟଅତିଥ୍ ଶ୍ରେଣୀରେ ପ୍ରଥମ ହୋଇଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଏହି ପରିଶେଷରେ ବଜରଙ୍ଗ ଲାଇ ଚୌଧୁରୀ ଆମନ୍ତ୍ରିତ ଅତିଥି ମାନଙ୍କୁ ଉପଢୌକନ ପ୍ରଦାନ କରିଥିଲେ। ସର୍ବେ ପରି ବିଦ୍ୟାଳୟର ପରିଚାଳନା କର୍ତ୍ତୃପକ୍ଷ ସମସ୍ତ କର୍ମଚାରୀ ତଥା ଶିକ୍ଷକମାନଙ୍କ ସହଯୋଗ ଓ ସୁପରିଚାଳନାରେ ଉତ୍ସବ ଟି ସାଫଲ୍ୟମଣ୍ଡିତ ହୋଇଥିଲା । ପରିଶେଷରେ ଶ୍ରୀମତି କଳ୍ପନା ପାତ୍ର ସଭିଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହାପରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା। ଯାହାକି ବିଦ୍ୟାଳୟ ପରିସରକୁ ଉତ୍ସବ ମୁଖର ହୋଇଉଠିଛି। ଏହି କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ଜ୍ୟୋସ୍ମାରାଣୀ ମିଶ୍ର, ପି. ନାଭିୟା ଉପସ୍ଥିତି ରହି ମଞ୍ଚକୁ ପରିଚାଳନା କରିଥିଲେ ।