ରାଜ୍ୟ

ଯେଉଁଠି ଥିଲି ସେଠାକୁ ଫେରିଛି, ଆଉ କୁଆଡେ ଯିବି ନାହିଁ: ନୀତୀଶ କୁମାର

ପାଟନା: ବିଜେପିରେ ସାମିଲ ହେବା ପରେ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନୀତୀଶ କୁମାର। ଆଜି ବିହାରର ରାଜଭବନରେ ୯ମ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ପରେ ନୀତୀଶ କୁମାର ଗଣମାଧ୍ୟମର ପ୍ରଶ୍ନର ଉତ୍ତର ରଖିଥିଲେ। ସାମ୍ବାଦିକ ସମ୍ମିଳନୀ କରି ଯେଉଁଠି ଥିଲି ପୁଣି ସେଠାକୁ ଫେରିଲି ବୋଲି କହିଛନ୍ତି ନୀତୀଶ କୁମାର।

ନବମ ଥର ପାଇଁ ରାଜ ଭବନରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, “ମୁଁ ପୂର୍ବରୁ ଯେଉଁଠାରେ ଥିଲି (ଏନଡିଏ) ପୁଣି ସେଠାକୁ ଫେରି ଆସିଛି। ବର୍ତ୍ତମାନ ଅନ୍ୟ କୌଣସି ସ୍ଥାନକୁ ଯିବାର ପ୍ରଶ୍ନ ଉଠୁ ନାହିଁ।” ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ବିବୃତି ଦେଇଥିଲେ ‌ଯେ, ଜେଡିୟୁ ୨୦୨୪ମସିହାରେ ଶେଷ ହେବ। ଏହା ଉପରେ ପ୍ରତିକ୍ରିୟା ଦେଇ ନୀତୀଶ କହିଛନ୍ତି, “ଆମେ ବିହାରର ବିକାଶ ଏବଂ ପ୍ରଗତି ପାଇଁ କାର୍ଯ୍ୟ କରୁଥିଲୁ। ଆଗକୁ ମଧ୍ୟ ଆମେ ସମାନ କାର୍ଯ୍ୟ ଜାରି ରଖିବୁ। ତେଜସ୍ୱୀ ଯାଦବ କିଛି ବି କରୁନଥିଲେ। ଏବେ ଆମେ ବିଜେପି ସହ ହାତ ମିଳାଇଛୁ। ୮ଜଣ ନେତା ଆଜି ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଏବଂ ଅନ୍ୟମାନଙ୍କୁ ଶୀଘ୍ର ଅନ୍ତର୍ଭୁକ୍ତ କରାଯିବ। ଉପମୁଖ୍ୟମନ୍ତ୍ରୀ ଭାବରେ ସମ୍ରାଟ ଚୌଧରୀ ଏବଂ ବିଜୟ ସିହ୍ନା ଶପଥ ଗ୍ରହଣ କରିଛନ୍ତି । ”

Leave a Reply

Your email address will not be published. Required fields are marked *