ରାଜ୍ୟ

ଇମ୍ରାନଙ୍କୁ ବଡ଼ ଝଟକା ଦେଲେ କୋର୍ଟ: ବନ୍ଦ ହୋଇଗଲା ନିର୍ବାଚନ ଲଢ଼ିବାର ସମସ୍ତ ରାସ୍ତା

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ ହୋଇଛି। ପାକିସ୍ତାନ ସ୍ବତନ୍ତ୍ର କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଇମ୍ରାନଙ୍କୁ ବଡ଼ ଝଟକା ଲାଗିଛି ବୋଲି କୁହାଯାଉଛି। କାରଣ ଇମ୍ରାନ ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନ ଲଢ଼ିବାକୁ ଚାହୁଁଥି‌ଲେ, କିନ୍ତୁ କୋର୍ଟଙ୍କ ଏଭଳି ନିଷ୍ପତ୍ତି ପରେ ଇମ୍ରାନଙ୍କ ସବୁ ରାସ୍ତା ବନ୍ଦ ହୋଇଯାଇଛି। ତେଣୁ ତାଙ୍କର ଆଶା ପାଣି ଫୋଟକା ଭଳି ମେଳାଇ ଯାଇଛି।କୁହାଯାଉଛି କି ଏବେ ବି ଇମ୍ରାନଙ୍କ ପାଖରେ ଉଚ୍ଚ ଅଦାଲତରେ ଆବେଦନ କରିବାର ସୁ‌ଯୋଗ ଅଛି। କିନ୍ତୁ ସେନା ସହିତ ତାଙ୍କର ଚାଲିଥିବା ବିବାଦ ହେତୁ ଅଦାଲତ ପକ୍ଷରୁ ତାଙ୍କୁ କୌଣସି ଆଶ୍ବସ୍ତି  ନମିଳିପ‌ାରେ ।

ପାକିସ୍ତାନର ଏକ ସ୍ବତନ୍ତ୍ର କୋର୍ଟରେ  ଇମ୍ରାନ ଦେଶର ଗୁପ୍ତ ତଥ୍ୟ ଜଣାଇ ଦେଉଥିବା ଅଭି‌ଯୋଗ ହୋଇଥିଲା। ମଙ୍ଗଳବାର ଅର୍ଥାତ ଜାନୁଆରି ୩୦ ତାରିଖରେ କୋର୍ଟ ଏହି ମାମଲାର ଶୁଣାଣି କରି ଇମ୍ରାନଙ୍କୁ ୧୦ବର୍ଷର ଜେଲ ଦଣ୍ଡାଦେଶ ଦେଇଛନ୍ତି। କେବଳ ଇମ୍ରାନ ନୁହନ୍ତି ଇମ୍ରାନଙ୍କ ସହ ତାଙ୍କ ସହଯୋଗୀ ତଥା ପୂର୍ବତନ ବିଦେଶୀ ମନ୍ତ୍ରୀ ଶାହ ମହମୁଦ କୁରେସୀଙ୍କୁ ବି ୧୦ବର୍ଷ ଜେଲ ହୋଇଛି।

ତେବେ ଇମ୍ରାନଙ୍କ ବିରୋଧରେ ଏହା ପ୍ରଥମ ଅଭିଯୋଗ ନୁହେଁ। ୨୦୧୮ରୁ ୨୦୨୨ ମଧ୍ୟରେ ପ୍ରଧାନମନ୍ତ୍ରୀ ଥିବାବେଳେ କ୍ଷମତାର ଅପବ୍ୟବହାର କରି ଖାଁ ରାଷ୍ଟ୍ର ମାଲିକାନାରେ ଥିବା ଉପହାର ସବୁକୁ ବିକାକିଣା କରିଥିଲେ ବୋଲି ବି ଇମ୍ରାନଙ୍କ ବିରୋଧ ଅଭିଯୋଗ ହୋଇଥିଲା। ସେ ବିଦେଶ ଗସ୍ତ କରିଥିବା ସମୟରେ ବହୁ ଉପହାର ପାଇଥିଲେ । ସେ ସବୁର ମୂଲ୍ୟ ୧୪୦ ନିୟୁତ କୋଟି ଟଙ୍କାରୁ ଅଧିକ ଥିବା ନେଇ ଆକଳନ କରାଯାଇଥିଲା

Leave a Reply

Your email address will not be published. Required fields are marked *