ରାଜ୍ୟ

ଦୈନିକ ‘ପର୍ଯ୍ୟବେକ୍ଷକ’ର ରୌପ୍ୟ ଜୟନ୍ତୀ ପାଳିତ

ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଦୈନିକ ‘ପର୍ଯ୍ୟବେକ୍ଷକ’ର ରୌପ୍ୟ ଜୟନ୍ତୀ ସମାରୋହେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଡକ୍ଟର ଗିରିଧାରି ଗମାଙ୍ଗୋଙ୍କ ଦ୍ୱାରା ଉଦଘାଟିତ କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ନିର୍ଦ୍ଦେଶକ ଏମଏସ ଡକ୍ଟର ଅଶୋକ ମହାପାତ୍ର, ପ୍ରଖ୍ୟାତ ସ୍ଥପତି ପଦ୍ମଭୂଷଣ ସୁଦର୍ଶନ ସାହୁ , ପୂର୍ବତନ ବିଧାୟକ, ଭୁବନେଶ୍ୱର ଉତ୍ତର ଶ୍ରୀ ପ୍ରିୟଦର୍ଶି ମିଶ୍ର, ବିଶିଷ୍ଟ ଲେଖିକା ଓ ଚିକିତ୍ସିକା ଡକ୍ଟର ସିନ୍ଧୁ ନନ୍ଦିନୀ ତ୍ରିପାଠୀ, ଖ୍ୟାତନାମା ସିନେମା ନିର୍ଦ୍ଦେଶକ ଓ ପ୍ରଯୋଜକ ଶ୍ରୀ ସବ୍ୟସାଚି ମହାପାତ୍ର, ରାଜ୍ୟ ଯୋଜନା ବୋଡର଼୍ ସଦସ୍ୟ ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ ଯୋଗଦେଇ ‘ପର୍ଯ୍ୟବେକ୍ଷକ’ର ଉତ୍ତୋରତର କାମନା କରିବା ସହ ଓଡ଼ିଶାର ସାଧାରଣ ଜନତାଙ୍କ ସମସ୍ୟା ସମାଧାନ ଦିଗରେ ପ୍ରୟାସ ଜାରି ରଖିବା ପାଇଁ ଆଶା ବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ ସହ ପଣ୍ଡିତ ଇତିକାନ୍ତ ଓ ପଣ୍ଡିତ ଦିବାକରଙ୍କ ଦ୍ୱାରା ବେଦପାଠ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପର୍ଯ୍ୟବେକ୍ଷକର ମୁଖ୍ୟ ସମ୍ପାଦକ ଡକ୍ଟର ପବିତ୍ର ମୋହନ ସାମନ୍ତରାୟ ଅତିଥି ପରିଚୟ ପ୍ରଦାନ କରିବା ସହ ଅତିଥିମାନଙ୍କୁ ସ୍ମାରକ ଓ ଉପଢେ଼øକନରେ ସମ୍ମାନିତ କରିଥିଲେ । ରାଜ କିଶୋର ଦାସ, ଲେଆଉଟ ଡିଜାଇନର , ନୀଳକଣ୍ଠ ଜେନା, ୱେବ ଡିଜାଇନର , ଗୋପୀନାଥ ମହାନ୍ତି,ସଂଯୋଜକ , ସୁବ୍ରତ ସାହୁ, ସଂଯୋଜକ, ସତ୍ୟବ୍ରତ ନାୟକ, ଯୁବ ଓ ଛାତ୍ର ସଙ୍ଗଠକ , ଲୋକନାଥ ଦାସ, ସମାଜସେବୀ , ଭାସ୍କର ଚନ୍ଦ୍ର ନାୟକ, ସମାଜସେବୀ, ଡି. ଶୁଭମ୍‌, ସାମ୍ବାଦିକ (କୃଷି ସ୍ତମ୍ବକାର), ବିଜୟ କୁମାର ଦାସ, ସାମ୍ବାଦିକ, ଦିବାକର ପଣ୍ଡା, ବୈଦିକ ଆଚାର୍ଯ୍ୟ, ଇତିକାନ୍ତ ଦାଶ, ବୈଦିକ ଆଚାର୍ଯ୍ୟ , ପ୍ରସେସ୍‌ ଦାଶ, ସଙ୍ଗଠକ, ରତିକାନ୍ତ ମହାନ୍ତି, ରାଜ୍ୟ ସାମ୍ବାଦିକ, ଭୁବନେଶ୍ୱର , ରାମଚନ୍ଦ୍ର ସ୍ୱାଇଁ, ସାମ୍ବାଦିକ, ପାରଦ୍ୱୀପ, ଶୁଧାଂଶୁ ଶେଖର ମହାରଣା, ଜିଲ୍ଲା ସାମ୍ବାଦିକ, ସମ୍ବଲପୁର, ଦିଲ୍ଲୀପ ମିଶ୍ର, ଜିଲ୍ଲା ସାମ୍ବାଦିକ, ଢେଙ୍କାନାଳ, ଅନନ୍ତରାମ ପ୍ରଧାନ, ସାମ୍ବାଦିକ, ବ୍ରହ୍ମପୁର, ତାପସ କୁମାର ସାହୁ, ସାମ୍ବାଦିକ, ବାଲେଶ୍ୱର, ଲଳିତ ବଲ୍ଲଭ ରାଉତ, ସାମ୍ବାଦିକ, ତାଳଚେର, ଆଦିତ୍ୟ ଚନ୍ଦ୍ର ଦାସ, ସମ୍ବକାର, ରଜନୀକାନ୍ତ ସାମନ୍ତରାୟ, ସଙ୍ଗଠକ , ପ୍ରଭାତ ପୃଷ୍ଠି, ସାମ୍ବାଦିକ, ପ୍ରଶାନ୍ତ ପାଢ଼ି, ଶ୍ରମିକ ସଙ୍ଗଠନ , ସୁନୀଲ ମିଶ୍ର, ବିରିଷ୍ଠ ସାମ୍ବାଦିକଙ୍କୁ ଉପଢେ଼øକନ, ସ୍ମାରକୀ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରିଥିଲେ । କାର୍ଯ୍ୟକ୍ରମକୁ ସୋନାଲି ଓ ଆଦିଶ୍ରୀ ସଂଯୋଜନା କରିଥିବା ବେଳେ ଭୁବନେଶ୍ୱର ପ୍ରତିନିଧି ସଞ୍ଜୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *